Advertisment

ଭିନେଶ ନିରାଶ, ପଦକ ଆବେଦନ ଖାରଜ

ପ୍ୟାରିସ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପଦକ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବା କାସ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Vinesh

Vinesh

ଅଲିମ୍ପିକ୍ସରେ ପଦକ ଜିତିବା ଆଶାରେ ଥିବା ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ଜୋରଦାର ଝଟକା। ଅପେକ୍ଷାର ଫଳ ମିଠା ବଦଳରେ ଭିନେଶଙ୍କ ପାଇଁ ତିକ୍ତ ହୋଇଛି।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପଦକ ପାଇଁ ସେ କରିଥିବା ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ବା କାସ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ କାସ ରାୟର ଅପରେଟିଭ ଅଂଶ ପ୍ରକାଶ ପାଇଛି। ଏଥିରେ ଭିନେଶଙ୍କ ଆବେଦନକୁ ଅଗ୍ରାହ୍ୟ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି। ସେହିପରି ରାୟର ବିସ୍ତୃତ କପି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଇଛି। 

ଭିନେଶଙ୍କ ଆବେଦନକ ଖାରଜ ହେବା ପରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏନ ସଭାପତି ପିଟି ଉଷା ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି। ଏଥିସହ ପଦକ ଜିତିବାରୁ ଅଳ୍ପକେ ରହିଯାଇଥିବା ଭିନେଶକୁ ସମସ୍ତଙ୍କ ପ୍ରକାରର ସହାୟତା ଆଇଓଏ ଯୋଗାଇ ଦେବ ବୋଲି ମଧ୍ୟ ଗୋଟିଏ ବିବୃତିରେ କହିଛି। 

Advertisment

ସଂଯୁକ୍ତ ବିଶ୍ୱ ରେସଲିଂ ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ନେଇଥିବା ଅଯୋଗ୍ୟ ନିଷ୍ପତ୍ତି ବିରୋଧରେ ଭିନେଶ କରିଥିବା ଆବେଦନ ଖାରଜ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା। କାସର ଅପରେଟିଭି ପାର୍ଟରେ ଭିନେଶ ଯଗ୍ମ ରୌପ୍ୟ ପଦକ ପାଇଁ କରିଥିବା ଆବେଦନ ଖାରଜ ହୋଇଥିବା କୁହାଯାଇଛି। ଏହି ନିଷ୍ପତ୍ତିକୁ ଭିନେଶକୁ ବ୍ୟକ୍ତିଗତ ଭାବେ ଓ କ୍ରୀଡ଼ାବିତଙ୍କୁ ବହୁମାତ୍ରରେ ପ୍ରଭାବିତ କରିବ। ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ଏପରି ନିଷ୍ପତ୍ତି ନିଆଯିବା କେବଳ ଭିନେଶଙ୍କୁ କ୍ୟାରିୟରକୁ ପ୍ରଭାବିତ କରି ନାହିଁ ବରଂ ଅସ୍ପଷ୍ଟ ନିୟମ ଓ ଏହାର କାର୍ଯ୍ୟକାରିତା ଉପରେ ମଧ୍ୟ ସାଂଘାତିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଉପରେ ଗଭୀର ଅନୁଶୀଳର ଆବଶ୍ୟକ ରହିଥିବା ଆଇଓଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। 

ପ୍ରଥମ ଦିନରେ ଭିନେଶ କେମିତି ଲଢ଼େଇ କରିଥିଲେ ଓ ଦ୍ୱିତୀୟ ଦିନରେ କେମିତି ଓଜନ ବଢ଼ିଥିଲା? କେବଳ ଭିନେଶ ନୁହନ୍ତି, ସବୁ ଖେଳାଳିଙ୍କ ଉପରେ ଏହାର ପ୍ରଭାବ କେମିତି ପଡ଼େ? ଏସବୁ କଥା ଭାରତର ଲିଗାଲ ଟିକ କାସ ଆଗରେ ଉପସ୍ଥାପନ  କରିଥିଲା। ଏଥିସହ ଭିବିଷ୍ୟତରେ କୌଣସି ଆଥଲେଟଙ୍କ ସହ ଏମିତି ନ ଘଟୁ, ତା’ର ବ୍ୟବସ୍ଥା ଆପଣାଇବାକୁ ପ୍ରସ୍ତାବ ଦେଇଥିଲା। ତଥାପି କାସ ତା’ର ଅପରେଟିଭ ରାୟରେ ଭିନେଶଙ୍କ ଆବେଦନକୁ ଖାରଜ କରିଛି। 

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଗତ ମଙ୍ଗଳବାର(ଅଗଷ୍ଟ ୬ ତାରିଖ)ରେ ବ୍ୟାକ ଟୁ ବ୍ୟାକ ୩ଟି ମ୍ୟାଚ୍‌ ଖେଳି ଫାଇନାଲକୁ ଯାଇଥିଲେ। ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୭ ତାରିଖରେ ସକାଳେ ସେ ଧାର୍ଯ୍ୟ ଓଜନ ସୀମାର ନିୟମକୁ ପାର କରିଯାଇଥିଲା।

ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ବିରୋଧରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CASରେ ଆବେଦନ କରିଥିଲେ। କୋର୍ଟ ସବୁ ରାୟ ଶୁଣିବା ପରେ ୯ ରିଖରେ ରାୟ ପ୍ରକାଶ କରିବାର ଥିଲା। କିନ୍ତୁ ଏହା ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଗତକାଲି ରାୟ ୧୬ରେ ପ୍ରକାଶ ପାଇବ ବୋଲି କୁହାଯାଇଥିଲା।

ଏସବୁ ଭିତରେ ଅଲିମ୍ପିକ୍ସରେ ପ୍ୟାରିସ ଛାଡ଼ିଥିବା ଭିନେଶ ରାୟ ପ୍ରକାଶର ଦିନକ ପରେ ଅର୍ଥାତ ୧୭ରେ ଭାରତ ଫେରିବେ ବୋଲି ସାଥୀ ଖେଳାଳି ବଜରଙ୍ଗ ପୁନିଆ ଘୋଷଣା କରିଥିଲେ।

Paris Olympics 2024 Vinesh Phogat Olympics 2024