Advertisment

ଯୁଗ୍ମ ରୌପ୍ୟ ପଦକ ପାଇବେ କି ଭିନେଶ ଫୋଗଟ୍ ? ଆଜି ହେବ ଶୁଣାଣି

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ଭିନେଶଙ୍କ ଯୁଗ୍ମ ରୌପ୍ୟ ପାଇଁ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୧ଟା ୩୦ ବେଳକୁ ଏହି ଶୁଣାଣି ଆରମ୍ଭ ହେବ ।

Vinesh Phogat

Vinesh Phogat

Advertisment

୫୦ କେଜି ରେସଲିଂ ଓଜନ ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ଭିନେଶ୍ ଫୋଗାଟଙ୍କ ସ୍ୱର୍ଣ୍ଣ ପଦକ ଜିତିବା ଆଶା ଚୁରମାର ହୋଇ ଯାଇଛି। ମାତ୍ର ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିବା ବେଳେ ଆଜି ତାହାର ଶୁଣାଣି ହେବ  ।

Advertisment

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CAS ଭିନେଶଙ୍କ ଯୁଗ୍ମ ରୌପ୍ୟ ପାଇଁ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୧ଟା ୩୦ ବେଳକୁ ଏହି ଶୁଣାଣି ଆରମ୍ଭ ହେବ ।

ଭାରତ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ କ୍ରୀଡ଼ା ଆଇନ ବିଶେଷଜ୍ଞ ବିଧୁସ୍ପତ ସିଂହାନିଆ ଏହି ଶୁଣାଣି ବେଳେ ଉପସ୍ଥିତ ରହିବେ । ସେହିପରି ପ୍ୟାରିସ ପଟୁ ୪ ଜଣ ଓକିଲ ଉପସ୍ଥିତ ରହିବେ।

Advertisment

୫୦ କିଲୋଗ୍ରାମ ରେସଲିଂ ଓଜନ ବର୍ଗରେ ଫାଇନାଲରେ ପ୍ରବେଶ କରିବା ପରେ ଅଯୋଗ୍ୟ ହେବାରୁ ଫୋଗାଟ ଯୁଗ୍ମ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। CAS ଏହି ଆବେଦନକୁ ଗ୍ରହଣ କରିଛନ୍ତି। ତେବେ ନିଷ୍ପତ୍ତି ଯଦି ଭିନେଶଙ୍କ ସପକ୍ଷରେ ଆସେ ତେବେ ସେ ରୌପ୍ୟ ପଦକ ପାଇବେ।

ପ୍ୟାରିସ୍ ଅଲିମ୍ପିକରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ କୁସ୍ତିରୁ ସନ୍ୟାସ ନେଇ ବଡ଼ ଘୋଷଣା କରିସାରିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେତଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ। ଗତ ୭ ତାରିଖରେ ସେ ଫାଇନାଲ ମ୍ୟାଚ୍‌ ଖେଳି ଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ଥିବା ଲାଗି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ମାତ୍ର ୧୦୦ ଗ୍ରାମ୍‌ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଥିଲା।

ଏପରି ଅପ୍ରତ୍ୟାଶିତ ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ତାଙ୍କ ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଚୁରମାର ହୋଇ ଯାଇଥିଲା। କିଛି ବୁଝିବା ପୂର୍ବରୁ ଫୋଗାଟଙ୍କ ହାତମୁଠାରେ ଥିବା ଅଲିମ୍ପିକ୍ସ ପଦକ ଅଚାନକ ଖସି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା।

Paris Olympics 2024 Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe