/odisha-reporter/media/post_attachments/uploadimage/library/16_9/16_9_0/Vinesh_1713619800.jpg)
Vinesh
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସରେ ଭାରତର ପାଇଁ ସ୍ୱର୍ଣ୍ଣ ଜିତିଥିଲା ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ। ସେ ମହିଳା ବର୍ଗର ୫୦ କେଜି ବର୍ଗରେ ଚଳିତ ବର୍ଷ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସରେ ଲଢ଼େଇ କରିବେ।
ଆଜି ଯୋଗ୍ୟତା ପର୍ଯ୍ୟାୟର ସେମି ଫାଇନାଲରେ ଭିନେଶ କାଜାଖସ୍ତାନର ଲାଉରା ଗାନିକୟାଜଙ୍କୁ ୧୦-୦ରେ ପରାସ୍ତ କରିଛନ୍ତି। ସେ ଫାଇନାଲରେ ପ୍ରବେଶ କରିବା ମାତ୍ରେ ତାଙ୍କୁ ଅଲିମ୍ପିକ୍ସ ଟିକେଟ ମିଳି ଯାଇଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆ ଗେମ୍ସ ଚାମ୍ପିୟନ ସେମି ଫାଇନାଲ ଲଢ଼େଇକୁ ମାତ୍ର ୪.୧୮ ମିନିଟରେ ଟେକ୍ନିକାଲ ସୁପେରିଓଟୀ ଜରିଆରେ ଜିତି ନେଇଛନ୍ତି।ଏବେ ଫାଇନାଲ ମ୍ୟାଚରେ ତାଙ୍କର ଲଢ଼େଇ ଉଜବେକିସ୍ତାନର ଆକତେଙ୍ଗେ କେଉନିମଜାଏଭାଙ୍କ ସହ ହେବ। ଆକତେଙ୍ଗେ ଚାଇନିଜ ତାଇପେଇର ମେଙ୍ଗ ହସୁଆନଙ୍କ ୪:୨ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।
ବିଗତ ୨ ବର୍ଷ ହେଲା ଭିନେଶ କୁସ୍ତିରୁ ଦୂରେଇ ରହିଥିଲେ। ସେ ଓ ଦେଶର ଆଉ କିଛି ଷ୍ଟାର ରେସଲର କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରୁଥିଲେ। ବ୍ରିଜ ଭୂଷଣ ଅନେକ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
News Flash: Vinesh Phogat gets Quota 😍
Vinesh beats Kazakh grappler 10-0 in Semis of Asian Wrestling Olympic Qualifiers at Bishkek to secure Quota place for India in 50kg category #WrestleBishkekpic.twitter.com/dSmV4VR85U
— India_AllSports (@India_AllSports) April 20, 2024
ତେବେ ବିକ୍ଷୋଭ ପରେ ଭିନେଶ ଦୁଇଟି ଓଜନ ବର୍ଗରେ ଟ୍ରାଏଲ୍ସ ଦେଇଥିଲେ। ସେ ୫୦ କେଜି ବର୍ଗର ଟ୍ରାଏଲ ଜିତି ଏସିଆନ ଅଲିମ୍ପିକ୍ସ କ୍ୱାଲିଫିକେସନରେ ଭାଗ ନେଇଥିଲେ। ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରୁ ହିଁ ଭିନେଶ ନିଜର ଦବଦବା ଦେଖାଇ ଚାଲିଥିଲେ।
ରାଉଣ୍ଡ ୧୬ରେ ସେ ପ୍ରଥମେ ଦକ୍ଷିଣ କୋରିଆର ଚେଓନ ମିରାନଙ୍କୁ ୧୦-୦ରେ ହରାଇଥିଲେ। କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ସେ କାମ୍ବୋଡିଆର ଡିଟ୍ ସାମନାଙ୍ଗଙ୍କୁ ମାତ୍ର ଗୋଟିଏ ମିନିଟ ବ୍ୟବଧାନରେ ସିଧା ଚିତ କରି ବିଜୟୀ ହୋଇଥିଲା। ସେମିରେ ଆଜି ମଧ୍ୟ ସେ ଏକତରଫା ଭାବେ ୧୦-୦ରେ ବିଜୟୀ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
