Advertisment

ଭାରତ ଫେରିବା ପାଇଁ ଏମିତି ସର୍ତ୍ତ ରଖିଲେ ଭିନେଶ ଫୋଗାଟ

ଫାଇନାଲ ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ବିବେଚିତ ହୋଇଥିବା ଭିନେଶ ଭାରତ ଫେରିବା ପାଇଁ ବଡ଼ ସର୍ତ୍ତ ରଖିଛନ୍ତି।

Vinesh

Vinesh

Advertisment

ଭାରତୀୟ ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଥିଲେ ହେଁ ସ୍ୱଦେଶ ଫେରି ନାହାନ୍ତି। ଫାଇନାଲ ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ବିବେଚିତ ହୋଇଥିବା ଭିନେଶ ଭାରତ ଫେରିବା ପାଇଁ ବଡ଼ ସର୍ତ୍ତ ରଖିଛନ୍ତି। ସେ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମ ଛାଡ଼ିଥିଲେ ହେଁ ଭାରତ ଫେରି ନାହାନ୍ତି।

Advertisment

ସେ ଅଯୋଗ୍ୟ ନିଷ୍ପତ୍ତିକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CASରେ ଚ୍ୟାଲେଞ୍ଜ କରିଛନ୍ତି। କିନ୍ତୁ କାସ ରାୟ ପ୍ରକାଶ କରିବାରେ ବିଳମ୍ବ କରି ଚାଲିଛି। ତେଣୁ ଯେଉଁ ପର୍ଯ୍ୟନ୍ତ କାସ୍‌ ରାୟ ପ୍ରକାଶ କରି ନାହିଁ, ସେ ଯାଏ ଭିନେଶ ଭାରତ ଫେରିବେ ନାହିଁ ବୋଲି ଜଣାପଡ଼ିଛି।

ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଗତ ମଙ୍ଗଳବାର(ଅଗଷ୍ଟ ୬ ତାରିଖ)ରେ ବ୍ୟାକ ଟୁ ବ୍ୟାକ ୩ଟି ମ୍ୟାଚ୍‌ ଖେଳି ଫାଇନାଲକୁ ଯାଇଥିଲେ। ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୭ ତାରିଖରେ ସକାଳେ ସେ ଧାର୍ଯ୍ୟ ଓଜନ ସୀମାର ନିୟମକୁ ପାର କରିଯାଇଥିଲା।

Advertisment

ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ବିରୋଧରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CASରେ ଆବେଦନ କରିଥିଲେ। କୋର୍ଟ ସବୁ ରାୟ ଶୁଣିବା ପରେ ୯ ରିଖରେ ରାୟ ପ୍ରକାଶ କରିବାର ଥିଲା। କିନ୍ତୁ ଏହା ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ପୁଣି ରାୟ ୧୬ ଅଗଷ୍ଟରେ ପ୍ରକାଶ ବୋଲି ଜଣାପଡ଼ିଛି।

ରାୟ ପ୍ରକାଶରେ ବିଳମ୍ବ ହେଉଥିବାରୁ ଭିନେଶ ମଧ୍ୟ ପ୍ୟାରିସରୁ ଭାରତ ନ ଫେରି ଅନ୍ୟତ୍ର ଚାଲି ଯାଇଛନ୍ତି। ଏବେ ଜଣାପଡ଼ିଛି ଯେ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ଉପରେ ଯେଉଁ ପର୍ଯ୍ୟନ୍ତ କାସ ରାୟ ପ୍ରକାଶ କରି ନାହିଁ, ସେଯାଏ ଭିନେଶ ସ୍ୱଦେଶ ଫେରିବେ ନାହିଁ। ରାୟ ପ୍ରକାଶ ପାଇବା ପରେ ହିଁ ସେ ଭାରତ ଫେରିବେ।

Paris Olympics 2024 Vinesh Phogat Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe