ଭିନେଶ ଫୋଗାଟ ଫେରାଇବେ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର, ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ପଚାରିଲେ ଏହି ପ୍ରଶ୍ନ

‘କୁସ୍ତିଯୋଦ୍ଧାମାନଙ୍କୁ ଦେଶର ଗୌରବ କୁହାଯାଉଥିଲା। କିନ୍ତୁ ଏବେ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଉଛି।’

Vinesh

ଭିନେଶ ଫୋଗାଟ

Jitendra Garnayak
  • Published: Tuesday, 26 December 2023
  • Updated: 26 December 2023, 10:09 PM IST

Sports

Latest News

ନବନିର୍ବାଚିତ କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିବା ସତ୍ତ୍ୱେ ଦେଶର ଅନ୍ୟତମ ଜଣାଶୁଣା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ତାଙ୍କୁ ମିଳିଥିବା ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଇ ଦେବାକୁ ଘୋଷଣା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ତାଙ୍କୁ ମିଳିଥିବା ଜାତୀୟ ପୁରସ୍କାର ଫେରସ୍ତ କରିବାକୁ ଚାହୁଁଛନ୍ତି ବୋଲି ଦର୍ଶାଇଛନ୍ତି। ଏହି ଚିଠିକୁ ସେ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି।

ରାଜ୍ୟଗୋଷ୍ଠୀ ଓ ଏସିଆନ ଗେମ୍‌ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଭିନେଶ ଫୋଗାଟ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏହି ପୁରସ୍କାର ଗୁଡ଼ିକ ବର୍ତ୍ତମାନ ତାଙ୍କ ପାଇଁ ବୋଝ ହୋଇଯାଇଛି। ସମ୍ମାନର ସହିତ ବଞ୍ଚିବାରେ ଏଗୁଡ଼ିକ ବାଧକ ସାଜିଛନ୍ତି। ଏହି ପୁରସ୍କାର ଗୁଡ଼ିକୁ ଦେଖିଲେ ଘୃଣା ଲାଗୁଛି। ଏହା ସହିତ କେବଳ ସରକାରଙ୍କ ବିଜ୍ଞାପନଗୁଡ଼ିକୁ ସରସ ସୁନ୍ଦର କରିବା ପାଇଁ ମହିଳା କୁସ୍ତିଯୋଦ୍ଧା ତିଆରି କରାଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଲେଖିଛନ୍ତି, କୁସ୍ତିଯୋଦ୍ଧାମାନଙ୍କୁ ଦେଶର ଗୌରବ କୁହାଯାଉଥିଲା। କିନ୍ତୁ ଏବେ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଉଛି। କାରଣ ସେମାନେ ନ୍ୟାୟ ପାଇଁ ସ୍ୱର ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ଜୀ, ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି, ଆମେ କ’ଣ ଦେଶଦ୍ରୋହୀ? ସାକ୍ଷୀ ମଲ୍ଲିକ କୁସ୍ତି ଛାଡ଼ି ଦେଲେ। ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଲେ। ଅଲମ୍ପିକ୍ସ ପଦକ ବିଜେତା ଏହି କୁସ୍ତିଯୋଦ୍ଧାମାନେ କାହିଁକି ଏମିତି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ତାହା ପୂରା ଦେଶ ଜାଣିଛି। ଆପଣ ଏ ଦେଶର ମୁଖ୍ୟ। ତେଣୁ ଏହି ପ୍ରସଙ୍ଗ ଆପଣଙ୍କ ପାଖରେ ପହଞ୍ଚିବା ଦରକାର।

ଭିନେଶ ଲେଖିଛନ୍ତି, ମୋର ମନେ ଅଛି ୨୦୧୬ରେ ଯେତେବେଳେ ସାକ୍ଷୀ ମଲ୍ଲିକ ଅଲିମ୍ପିକ୍ସ ପଦକ ଜିତିଲେ, ଆପଣଙ୍କ ସରକାର ତାଙ୍କୁ ‘ବେଟି ବଚାଓ ବେଟି ପଢ଼ାଓ’ର ବ୍ରାଣ୍ଡ ଆମ୍ବାସାଡର କରିଥିଲେ। ଯେତେବେଳେ ଏହି ଘୋଷଣା କରାଯାଇଥିଲା, ଦେଶର ସମସ୍ତ ମହିଳା ଖେଳାଳି ଖୁସି ହୋଇଯାଇଥିଲେ ଏବଂ ସମସ୍ତେ ପରସ୍ପରକୁ ଅଭିନନ୍ଦନ ପତ୍ର ପଠାଇଥିଲେ। ଆଜି ସାକ୍ଷୀ ମଲ୍ଲିକ କୁସ୍ତି ଛାଡ଼ି ଦେଇଥିବା ବେଳେ ମୁଁ ସେହି ବର୍ଷକୁ ବାରମ୍ବାର ମନେ ପକାଉଛି। ମହିଳା ଖେଳାଳିଙ୍କୁ କ’ଣ କେବଳ ସରକାରୀ ବିଜ୍ଞାପନରେ ଦେଖାଇବା ପାଇଁ ତିଆରି କରାଯାଉଛି।

Also Read

କୁସ୍ତି ମହାସଂଘର ନିର୍ବାଚନ ପରେ ଏହାର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ କହିଥିଲେ ଯେ ତାଙ୍କର ଦବଦବା ରହିଛି ଓ ଆଗକୁ ରହିବ। ତାଙ୍କର ସେହି ମନ୍ତବ୍ୟ ସମ୍ବଳିତ ଭିଡିଓକୁ ୫ ମିନିଟ୍ ସମୟ କାଢ଼ି ପ୍ରଧାନମନ୍ତ୍ରୀ ଦେଖନ୍ତୁ ବୋଲି ଭିନେଶ ଫୋଗାଟ ଅନୁରୋଧ କରିଛନ୍ତି। ଏହା ପରେ ସେ କ’ଣ ସବୁ କରିଛନ୍ତି ପ୍ରଧାନମନ୍ତ୍ରୀ ସବୁ ଜାଣିଯିବେ ବୋଲି ଭିନେଶ ଫୋଗାଟ ଲେଖିଛନ୍ତି। ମହିଳା କୁସ୍ତି ଯୋଦ୍ଧାମାନେ ଗତ କିଛି ବର୍ଷରେ କ’ଣ ସବୁ ନସହିଛନ୍ତି। ଅଣନିଃଶ୍ୱାସୀ ହୋଇ ସେମାନେ ବଞ୍ଚିଛନ୍ତି ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି।

କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନିକଟରେ କୁସ୍ତି ମହାସଂଘର ନିର୍ବାଚନ ହୋଇଥିବା ବେଳେ ତାଙ୍କର ଘନିଷ୍ଠ କୁହାଯାଉଥିବା ସଞ୍ଜୟ ସିଂହ ସଭାପତି ନିର୍ବାଚିତ ହୋଇଥିଲା। ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସ୍ୱର ଉଠାଇଥିବା ଦେଶର କିଛି ପ୍ରସିଦ୍ଧ କୁସ୍ତିଯୋଦ୍ଧା ଏହାକୁ ଗ୍ରହଣ କରିପାରିଲେ ନାହିଁ। ଏହା ସାଙ୍ଗକୁ ବ୍ରିଜ ଭୂଷଣ ଶରଣ ସିଂହ ଖୋଲାଖୋଲି ଗଣମାଧ୍ୟମରେ କହିଥିଲେ ଯେ କୁସ୍ତ ମହାସଂଘରେ ତାଙ୍କ ଦବଦବା ରହିଛି ଓ ଆଗକୁ ରହିବ। ଅବଶ୍ୟ ଏହା ପରେ ଗତ ରବିବାର କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରାଳୟ ନିଲମ୍ବନ କରିଥିଲା। ତରବରିଆ ଭାବରେ ୧୫ ବର୍ଷରୁ କମ୍ ଓ ୨୦ ବର୍ଷରୁ କମ୍ ଜାତୀୟ କୁସ୍ତି ପ୍ରତିଯୋଗିତା ଆୟୋଜନ କରିବା ନେଇ କରାଯାଇଥିବା ଘୋଷଣାରେ ସମସ୍ତ ନୀତି ନିୟମକୁ ଅମାନ୍ୟ କରାଯାଇଥିବା ଓ ବାହାର ଲୋକଙ୍କ ହସ୍ତକ୍ଷେପ ଥିବା ଦର୍ଶାଇ ମହାସଂଘକୁ ନିଲମ୍ବନ କରାଯିବା ସହିତ ସଭାପତି ସଞ୍ଜୟ ସିଂହଙ୍କ ପଦକୁ ରଦ୍ଦ କରାଯାଇଥିଲା। ସେହିପରି ଏହି ଘଟଣା ପରେ ବ୍ରିଜ ଭୂଷଣ ଶରଣ ସିଂହ ମଧ୍ୟ ଘୋଷଣା କରିଥିଲେ ଯେ ତାଙ୍କର କୁସ୍ତି ମହାସଂଘ ସହିତ ଆଉ କିଛି ସଂପର୍କ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story