/odisha-reporter/media/post_attachments/uploads/2018/08/PHOGAT.jpg)
PHOGAT
ଜାକର୍ତ୍ତା: ଚଳିତ ଏସିଆନ୍ ଗେମ୍ସରେ ବଜରଙ୍ଗ ପୁନିଆଙ୍କ ପରେ ଇତିହାସ ରଚିଛନ୍ତି ରେସ୍ଲର୍ ଭୀନେଶ ଫୋଗଟ୍।
୫୦ କେଜି ମହିଳା ଫ୍ରି’ଷ୍ଟାଇଲ୍ କୁସ୍ତିରେ ଫୋଗଟ୍ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏସିଆନ ଗେମ୍ସରେ ରେସଲିଂ ବିଭାଗରେ ସ୍ୱର୍ଣ୍ଣ ଜିତିବାରେ ଫୋଗଟ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା।
Advertisment
ଫାଇନାଲ୍ ମୁକାବିଲାରେ ଭିନେଶ୍ ଜାପାନ୍ ରେସଲର୍ଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରି ଫୋଗଟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଫୋଗଟ୍ଙ୍କ ସଫଳତା ପରେ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ବଜରଙ୍ଗ ପୁନିଆ ୬୫ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।
Advertisment
ସେହିପରି ଭାରତର ମୋଟ୍ ପଦକ ସଂଖ୍ୟା ୫ରେ ପହଞ୍ଚିଛି।
ବର୍ତ୍ତମାନ ସୁଦ୍ଧା ଭାରତ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ କାଂସ୍ୟ ପଦକ ହାସଲ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
