Advertisment

Vinesh Phogat: ଅବସର ନିଷ୍ପତ୍ତିରେ ଭିନେଶ ଫୋଗାଟଙ୍କ ୟୁ-ଟର୍ଣ୍ଣ, ପୁଣି ଲଢ଼ିବେ କୁସ୍ତି

ମା’ ହେବା ପରେ ପୁଣି କ୍ରୀଡ଼ାକୁ କମବ୍ୟାକ କରିଥିବା କିଛି ହାତ ଗଣତି ଖେଳାଳିଙ୍କ ମଧ୍ୟରେ ଏବେ ଭିନେଶ ନିଜକୁ ସାମିଲ କରିଛନ୍ତି। ଭିନେଶ ରେସଲର ସୋମବୀର ରାଠୀଙ୍କୁ ବିବାହ କରିଛନ୍ତି। ୨୦୨୫ ଜୁଲାଇ ମାସରେ ସେ ମା’ ମଧ୍ୟ ହୋଇଛନ୍ତି।

Vinesh

ଭିନେଶ ଫୋଗାଟ୍‌

Advertisment

୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବା ସ୍ୱପ୍ନ ଅପ୍ରତ୍ୟାଶିତ ଢଙ୍ଗରେ ଭାଙ୍ଗିବା ପରେ କୁସ୍ତିକୁ ବାଏବାଏ କହିଥିବା ଭାରତୀୟ ରେସଲର ଭିନେଶ ଫୋଗାଟ (Vinesh Phogat)ଙ୍କ ବଡ଼ ୟୁ-ଟର୍ଣ୍ଣ। ପ୍ୟାରିସରେ ପଦକ ଜିତିବାକୁ ସକ୍ଷମ ହୋଇ ନଥିବା ଭିନେଶ ହଠାତ ନିଜ ପ୍ରିୟ ଖେଳକୁ ଅଲବିଦା କହିଥିଲେ।

Advertisment

ହେଲେ ଏବେ ସେ ପୁଣି କୁସ୍ତି ଲଢ଼େବ ବୋଲି ଘୋଷଣା କରିଛନ୍ତି। ସେହିପରି ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ସେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ନିଷ୍ପତ୍ତି ନେଇଥିବା ଆଜି ପୂରା ଦେଶକୁ ଜଣାଇଛନ୍ତି। 

୩୧ ବର୍ଷୀୟ ଭିନେଶ ପ୍ୟାରିସ ଅଲିମ୍ପିକ୍ସରେ ସୃଷ୍ଟି ହୋଇଥିବା ବିବାଦ କାରଣରୁ କୁସ୍ତିରୁ ଅବସର ଘୋଷଣା କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟ ରେସଲିଂର ୫୦ କେଜି ବର୍ଗରେ ଭାଗ ନେଇଥିଲେ। ସେ ଅଗଷ୍ଟ ୬ରେ ବ୍ୟାକ ଟୁ ବ୍ୟାକ ୩ଟି ମ୍ୟାଚ୍‌ ଖେଳି ଫାଇନାଲକୁ ଯାଇଥିଲେ। ଫାଇନାଲ ୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୭ ତାରିଖରେ ସକାଳେ ସେ ଧାର୍ଯ୍ୟ ଓଜନ ସୀମାର ନିୟମକୁ ପାର କରିଯାଇଥିଲେ। 

Advertisment

ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ବିରୋଧରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ-CASରେ ଆବେଦନ କରିଥିଲେ। ହେଲେ ଭିନେଶଙ୍କ ଆବେଦନ ଖାରଜ ହୋଇଥିଲା ଓ ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ସେ ଖାଲି ହାତରେ ଭାରତ ଫେରିଥିଲେ।

ଏହାପରେ ସେ କୁସ୍ତିରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଏବେ ପ୍ରାୟ ଦେଢ଼ ବର୍ଷର ବ୍ରେକ ପରେ ସେ ପୁଣି କୁସ୍ତି ଆଖଡ଼ାକୁ ଫେରିବେ ବୋଲି କହିଛନ୍ତି। ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରେ ଭିନେଶ ଲେଖିଛନ୍ତି, “ଲୋକମାନେ ମୋତେ ପଚାରୁଛନ୍ତି ଯେ ପ୍ୟାରିସ୍ ମୋ ପାଇଁ ଶେଷ କି? ବହୁତ ଦିନ ଧରି ମୋ ପାଖରେ ଏହାର କୌଣସି ଉତ୍ତର ନଥିଲା। ମୋତେ ମ୍ୟାଟ୍‌, ଚାପ, ସମସ୍ତ ପ୍ରକାରର ଆଶା ଏପରି କି ନିଜସ୍ୱ ଆକାଂକ୍ଷାରୁ ମୋତେ ଦୂରେଇ ଯିବାର ଥିଲା।

ପ୍ରଥମ ଥର ପାଇଁ ଗୋଟିଏ ବର୍ଷ ମଧ୍ୟରେ ମୁଁ ନିଜକୁ ଆରାମରେ ନିଶ୍ୱାସ ନେବାକୁ ଅନୁମତି ଦେଇଛି। ମୁଁ ମୋର ଯାତ୍ରାର ଓଜନକୁ ବୁଝିବା ପାଇଁ ସମୟ ନେଇଥିଲି।  ହାର୍ଟବ୍ରେକ ଓ ବଳିଦାନ ଭଳି ମୋର ଦିଗଗୁଡ଼ିକ ବିଶ୍ୱ ପୂର୍ବରୁ କେବେ ବି ଦେଖି ନଥିଲା। ସେହି ପ୍ରତିଫଳନର କୌଣସି ସ୍ଥାନରେ ମୁଁ ସତ୍ୟ ପାଇଲି, ମୁଁ ଏବେ ବି ଏହି ଖେଳକୁ ଭଲ ପାଏ। ମୁଁ ଏବେ ବି ଲଢ଼େଇ କରିବାକୁ ଚାହୁଁଛି।

ସେହି ନୀରବତାରେ ମୁଁ ଏପରି କିଛି ପାଇଲି ଯାହାକୁ ମୁଁ ଭୁଲି ଯାଇଥିଲି। ସେହି ନିଆଁ ଯାହା କେବେ ଶେଷ ହୁଏ ନାହିଁ।  ଏହା କେବଳ କ୍ଳାନ୍ତି ଓ ଶବ୍ଦ ତଳେ ପୋତି ହୋଇଯାଇଥିଲା। ଶୃଙ୍ଖଳା, ରୁଟିନ, ସଂଘର୍ଷ ... ଏହା ମୋ ଭିତରେ ହିଁ ରହିଛି। ମୁଁ ଯେତେ ଦୂର ଗଲେ ମଧ୍ୟ ମୋ ଭିତରର କିଛି ଅଂଶ ମ୍ୟାଟରେ ରହି ଯାଇଥିଲା।

ତେଣୁ ଏବେ ମୁଁ ଏଠାରେ, ଏକ ନିର୍ଭୀକ ହୃଦୟ ଓ କେବେ ବିଫଳ ନ ହେଉଥିବା ଆତ୍ମା ସହିତ ମୁଁ ଲସଆଞ୍ଜେଲ୍ସ ୨୦୨୮ ଆଡକୁ ଫେରିଛି। ଏଥିର ମୁଁ ଏକା ନୁହେଁ। ମୋମ ଟିମରେ ମୋ ପୁଅ ସାମିଲ ହେଉଛି। ସେ ମୋର ସବୁଠାରୁ ବଡ଼ ପ୍ରେରଣାର ଉତ୍ସ।”

ମା’ ହେବା ପରେ ପୁଣି କ୍ରୀଡ଼ାକୁ କମବ୍ୟାକ କରିଥିବା କିଛି ହାତ ଗଣତି ଖେଳାଳିଙ୍କ ମଧ୍ୟରେ ଏବେ ଭିନେଶ ନିଜକୁ ସାମିଲ କରିଛନ୍ତି। ଭିନେଶ ରେସଲର ସୋମବୀର ରାଠୀଙ୍କୁ ବିବାହ କରିଛନ୍ତି। ୨୦୨୫ ଜୁଲାଇ ମାସରେ ସେ ମା’ ମଧ୍ୟ ହୋଇଛନ୍ତି। 

Vinesh Phogat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe