ଲଣ୍ଡନ୍: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍କୁ ଟିମ୍ ଇଣ୍ଡିଆ ୧-୪ରେ ହାରିଛି। କିନ୍ତୁ ଅଧିନାୟକ ବିରାଟ୍ କୋହଲି ଏବେ ବି କହୁଛନ୍ତି ବର୍ତ୍ତମାନର ଭାରତୀୟ ଦଳ ସବୁଠାରୁ ଶ୍ରେଷ୍ଠ। ଭାରତୀୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ୧୫-୨୦ ବର୍ଷ ତଳର ଭାରତୀୟ ଟିମ୍ ତୁଳନାରେ ଏବେକାର ଭାରତୀୟ ଟିମ୍ ଖୁବ୍ ଭଲ ବୋଲି କହିଥିଲେ। ତେବେ ଶାସ୍ତ୍ରୀଙ୍କ ବୟାନଙ୍କୁ ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର ଓ ସୌରଭ ଗାଙ୍ଗୁଲି ନିନ୍ଦା କରିଥିବା ବେଳେ ବିରାଟ୍ କିନ୍ତୁ ଦଳର କୋଚ ଶାସ୍ତ୍ରୀଙ୍କୁ ସମର୍ଥନ କରିଛନ୍ତି।
୫ମ ଟେଷ୍ଟ୍ ପରେ ସାମ୍ବାଦିକମାନେ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ବେଳେ ହଠାତ୍ ବିରାଟ୍ ରାଗି ଯାଇଥିଲେ ଏବଂ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଯଥା ସମ୍ଭବ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ।
ଓଭାଲ୍ ଟେଷ୍ଟ୍ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରାଟ୍ଙ୍କୁ ଜଣେ ରିପୋର୍ଟର ପ୍ରଶ୍ନ କରିଥିଲେ ଯେ ୧୫ ବର୍ଷ ତୁଳନାରେ ବର୍ତ୍ତମାନର ଭାରତୀୟ ଟିମ୍ ଶ୍ରେଷ୍ଠ ବୋଲି କୁହାଯାଉଛି। ଏହି ଟ୍ୟାଗ ବା ମାନ୍ୟତା ଦଳର ଉପରେ ଚାପ ସୃଷ୍ଟି କଲା କି? କ’ଣ ଆପଣ ଭାବୁଛନ୍ତି, ବର୍ତ୍ତମାନର ଟିମ୍ ଇଣ୍ଡିଆ ସବୁଠାରୁ ଭଲ ଦଳ?
ଏହି ପ୍ରଶ୍ନ ଶୁଣି କୋହଲିଙ୍କ ମୁହଁ ଏକ ପ୍ରକାରର ଲାଲ ପଡ଼ିଯାଇଥିଲା। ସେ କହିଥିଲେ, ଆମେ ଭାବୁଛୁ ଆମେ ସର୍ବଶ୍ରେଷ୍ଠ ଦଳ। ଆମେ କ’ଣ ପାଇଁ ଶ୍ରେଷ୍ଠ ନୁହେଁ ବୋଲି କୋହଲି ପାଲଟା ପ୍ରଶ୍ନ କରିଥିଲେ।
ଏହା ଶୁଣି ସାମ୍ବାଦିକ ଜଣଙ୍କ ପ୍ରଶ୍ନ କରିଥିଲେ, କ’ଣ ୧୫ ବର୍ଷ ତଳର ଭାରତୀୟ ଟିମ୍ ତୁଳନାରେ ବର୍ତ୍ତମାନର ଦଳ ଶ୍ରେଷ୍ଠ?
ବିରାଟ୍ ତୁରନ୍ତ ସମାନ ପ୍ରଶ୍ନଟି ସାମ୍ବାଦିକଙ୍କୁ ପଚାରିଥିଲେ। ସାମ୍ବାଦିକ ଜଣଙ୍କ କହିଥିଲେ, ମୁଁ ନିଶ୍ଚିତ ନୁହେଁ।
ଏହା ଶୁଣି ବିରାଟ୍ କହିଥିଲେ, ଆପଣ ନିଶ୍ଚିତ ନୁହନ୍ତି? ଏଇଟା ହେଉଛି ଆପଣଙ୍କ ବ୍ୟକ୍ତିଗତ ମତ। ଧନ୍ୟବାଦ କହି ସାମ୍ବାଦିକଙ୍କୁ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।
ଏହାପରେ ଆଉ ଜଣେ ସାମ୍ବାଦିକ, ସିରିଜ୍ ହାରିବା ସମ୍ପର୍କରେ ବିରାଟ୍ଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ବିରାଟ୍ କହିଥିଲେ,ଆମେ କେବଳ ଲର୍ଡସ୍କୁ ଛାଡ଼ିଦେଲେ ଅନ୍ୟ ମ୍ୟାଚ୍ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଛୁ। ୫ମ ଟେଷ୍ଟ୍ର ଦ୍ୱିତୀୟ ଇନିଂସ୍ରେ ଆମ ପାଖରେ ଗୋଟିଏ ବୋଲର୍ କମ ଥିଲେ। ତଥାପି ଆମ ବ୍ୟାଟସ୍ମ୍ୟାନ୍ମାନେ ଭଲ ବ୍ୟାଟିଂ କଲେ। ଅନ୍ୟ କେଉଁ ଦଳ ହୋଇଥିଲେ, ମ୍ୟାଚ୍ରେ ଲଢ଼ି ନଥାନ୍ତା। କିନ୍ତୁ ଆମେ ଲଢ଼ିଲୁ।
ଇଂଲଣ୍ଡ ବେଶ ଚମତ୍କାର ସହ ସିରିଜ୍ ଖେଳଳିସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ ବିରାଟ୍
ଲଣ୍ଡନ୍: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍କୁ ଟିମ୍ ଇଣ୍ଡିଆ ୧-୪ରେ ହାରିଛି। କିନ୍ତୁ ଅଧିନାୟକ ବିରାଟ୍ କୋହଲି ଏବେ ବି କହୁଛନ୍ତି ବର୍ତ୍ତମାନର ଭାରତୀୟ ଦଳ ସବୁଠାରୁ ଶ୍ରେଷ୍ଠ। ଭାରତୀୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ୧୫-୨୦ ବର୍ଷ ତଳର ଭାରତୀୟ ଟିମ୍ ତୁଳନାରେ ଏବେକାର ଭାରତୀୟ ଟିମ୍ ଖୁବ୍ ଭଲ ବୋଲି କହିଥିଲେ। ତେବେ ଶାସ୍ତ୍ରୀଙ୍କ ବୟାନଙ୍କୁ ପୂର୍ବତନ କ୍ରିକେଟର୍ ସୁନୀଲ ଗାଭାସ୍କର ଓ ସୌରଭ ଗାଙ୍ଗୁଲି ନିନ୍ଦା କରିଥିବା ବେଳେ ବିରାଟ୍ କିନ୍ତୁ ଦଳର କୋଚ ଶାସ୍ତ୍ରୀଙ୍କୁ ସମର୍ଥନ କରିଛନ୍ତି।
୫ମ ଟେଷ୍ଟ୍ ପରେ ସାମ୍ବାଦିକମାନେ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ବେଳେ ହଠାତ୍ ବିରାଟ୍ ରାଗି ଯାଇଥିଲେ ଏବଂ ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଯଥା ସମ୍ଭବ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ।
ଓଭାଲ୍ ଟେଷ୍ଟ୍ରେ ଅନୁଷ୍ଠିସ୍ ସାମ୍ବାଦିକ ସମ୍ମିଳନୀରେ ବିରାଟ୍ଙ୍କୁ ଜଣେ ରିପୋର୍ଟର ପ୍ରଶ୍ନ କରିଥିଲେ ଯେ ୧୫ ବର୍ଷ ତୁଳନାରେ ବର୍ତ୍ତମାନର ଭାରତୀୟ ଟିମ୍ ଶ୍ରେଷ୍ଠ ବୋଲି କୁହାଯାଉଛି। ଏହି ଟ୍ୟାଗ ବା ମାନ୍ୟତା ଦଳର ଉପରେ ଚାପ ସୃଷ୍ଟି କଲା କି? କ’ଣ ଆପଣ ଭାବୁଛନ୍ତି, ବର୍ତ୍ତମାନର ଟିମ୍ ଇଣ୍ଡିଆ ସବୁଠାରୁ ଭଲ ଦଳ?
ଏହି ପ୍ରଶ୍ନ ଶୁଣି କୋହଲିଙ୍କ ମୁହଁ ଏକ ପ୍ରକାରର ଲାଲ ପଡ଼ିଯାଇଥିଲା। ସେ କହିଥିଲେ, ଆମେ ଭାବୁଛୁ ଆମେ ସର୍ବଶ୍ରେଷ୍ଠ ଦଳ। କ’ଣ ପାଇଁ ଶ୍ରେଷ୍ଠ ନୁହେଁ ବୋଲି କୋହଲି ପାଲଟା ପ୍ରଶ୍ନ କରିଥିଲେ।
ଏହା ଶୁଣି ସାମ୍ବାଦିକ ଜଣଙ୍କ ପ୍ରଶ୍ନ କରିଥିଲେ, କ’ଣ ୧୫ ବର୍ଷ ତଳର ଭାରତୀୟ ଟିମ୍ ତୁଳନାରେ ବର୍ତ୍ତମାନର ଦଳ ଶ୍ରେଷ୍ଠ?
ବିରାଟ୍ ତୁରନ୍ତ ସମାନ ପ୍ରଶ୍ନଟି ସାମ୍ବାଦିକଙ୍କୁ ପଚାରିଥିଲେ। ସାମ୍ବାଦିକ ଜଣଙ୍କ କହିଥିଲେ, ମୁଁ ନିଶ୍ଚିତ ନୁହେଁ।
ଏହା ଶୁଣି ବିରାଟ୍ କହିଥିଲେ, ଆପଣ ନିଶ୍ଚିତ ନୁହନ୍ତି? ଏଇଟା ହେଉଛି ଆପଣଙ୍କ ବ୍ୟକ୍ତିଗତ ମତ। ଧନ୍ୟବାଦ କହି ସାମ୍ବାଦିକଙ୍କୁ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।
ଏହାପରେ ଆଉ ଜଣେ ସାମ୍ବାଦିକ, ସିରିଜ୍ ହାରିବା ସମ୍ପର୍କରେ ବିରାଟ୍ଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ବିରାଟ୍ କହିଥିଲେ, "ଆମେ କେବଳ ଲର୍ଡସ୍କୁ ଛାଡ଼ିଦେଲେ ଅନ୍ୟ ମ୍ୟାଚ୍ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଛୁ। ୫ମ ଟେଷ୍ଟ୍ର ଦ୍ୱିତୀୟ ଇନିଂସ୍ରେ ଆମ ପାଖରେ ଗୋଟିଏ ବୋଲର୍ କମଥିଲେ। ତଥାପି ଆମ ବ୍ୟାଟସ୍ମ୍ୟାନ୍ମାନେ ଭଲ ବ୍ୟାଟିଂ କଲେ।
"ଅନ୍ୟ କେଉଁ ଦଳ ହୋଇଥିଲେ, ମ୍ୟାଚ୍ରେ ଲଢ଼ି ନଥଆନ୍ତା। କିନ୍ତୁ ଆମେ ଲଢ଼ିଲୁ। ଇଂଲଣ୍ଡ ବେଶ ଚମତ୍କାର ସହ ସିରିଜ୍ ଖେଳିଲା। ଆମେ ମଧ୍ୟ ବୁଝିଲୁ ଯେ ମାତ୍ର ଦୁଇ ତିନି ଓଭର ମଧ୍ୟରେ ମ୍ୟାଚ୍ର ମୋଡ଼ ବଦଳିଯାଏ। ଇଂଲଣ୍ଡ ଡ୍ର ପାଇଁ ଖେଳୁ ନଥିବା ବେଳେ ଆମେ ମଧ୍ୟ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିଥିଲୁ। ଫଳରେ ସିରିଜ୍ରେ ଗୋଟିଏ ବି ଟେଷ୍ଟ୍ ଡ୍ର ହୋଇନାହିଁ। ଦୁଇ ଦଳ ଭଲ ଭାବେ ଜାଣିଛନ୍ତି ଯେ ଏହି ସିରିଜ୍ରେ ସଂଘର୍ଷ ହୋଇଥିଲା। ଏହା ଟେଷ୍ଟ୍ କ୍ରିକେଟ୍ ପାଇଁ ଭଲ ସଙ୍କେତ" ବୋଲି ବିରାଟ୍ କହିଛନ୍ତି।
" ଆମେ ମଧ୍ୟ ବୁଝିଲୁ ଯେ ମାତ୍ର ଦୁଇ ତିନି ଓଭର ମଧ୍ୟରେ ମ୍ୟାଚ୍ର ମୋଡ଼ ବଦଳିଯାଏ। ଇଂଲଣ୍ଡ ଡ୍ର ପାଇଁ ଖେଳୁ ନଥିବା ବେଳେ ଆମେ ମଧ୍ୟ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିଥିଲୁ। ଫଳରେ ସିରିଜ୍ରେ ଗୋଟିଏ ବି ଟେଷ୍ଟ୍ ଡ୍ର ହୋଇନାହିଁ। ଦୁଇ ଦଳ ଭଲ ଭାବେ ଜାଣିଛନ୍ତି ଯେ ଏହି ସିରିଜ୍ରେ ସଂଘର୍ଷ ହୋଇଥିଲା। ଏହା ଟେଷ୍ଟ୍ କ୍ରିକେଟ୍ ପାଇଁ ଭଲ ସଙ୍କେତ" ବୋଲି ବିରାଟ୍ କହିଛନ୍ତି।
https://youtu.be/Zde4IlLRlGM