Advertisment

ପରାଜୟ ପରେ ଅନୁଷ୍କାଙ୍କୁ ଧରି କୀର୍ତ୍ତନ କଲେ କୋହଲି

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ପତ୍ନୀ ଅନୁଷ୍କାଙ୍କୁ ଧରି କୀର୍ତ୍ତନ କରିବାକୁ ପହଞ୍ଚିଲେ ବିରାଟ କୋହଲି ।

ଅଦ୍ୟତନ ହୋଇଛି
Virat Kohli and Anushka Sharma

Virat Kohli and Anushka Sharma

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ କୀର୍ତ୍ତନ କରିବାକୁ ପହଞ୍ଚିଲେ ବିରାଟ କୋହଲି। ଭାରତୀୟ ଦଳର ନୈରାଶ୍ୟଜନକ ପରାଜୟ ପରେ ନିରାଶ ଭାରତୀୟ କ୍ରିକେଟପ୍ରେମୀ। ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ହିଁ ଟିମ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯାହା ଭ୍ରମଣକାରୀ ଦଳର ବିଜୟ ରାସ୍ତାକୁ ଖୋଲି ଦେଇଥିଲା। ଏଭଳି ପରାଜୟରେ ବ୍ୟଥିତ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଯାଇ କୀର୍ତ୍ତନରେ ଯୋଗ ଦେଇଥିଲେ। ଏହି ସମୟର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେଉଛି। 

Advertisment

କୀର୍ତ୍ତନ କରିବାକୁ ପହଞ୍ଚିଲେ 'ବିରୁଷ୍କା'
'କରୱା ଚୌଥ' ୨୦୨୪ ଅବସରରେ ମୁମ୍ବାଇରେ ଏକାଠି ନଜର ଆସିଲେ ଷ୍ଟାର ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ହାରିବାର କିଛି ଘଣ୍ଟା ପରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇରେ କୃଷ୍ଣ ଦାସ କୀର୍ତ୍ତନରେ ଯୋଗ ଦେଇଥିଲେ ବିରାଟ କୋହଲି। ଏହି ସମୟର ଭିଡିଓ ମଧ୍ୟ ଖୁବ ଭାଇରାଲ ହେଉଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ଏହି ଭିଡିଓରେ ଏହି ଷ୍ଟାର ଦମ୍ପତି କୀର୍ତ୍ତନରେ ହଜି ଯାଇଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି। 

Advertisment

ରୋହିତ ଶର୍ମାଙ୍କ ସହ ଅନ୍ୟ ଖେଳାଳି ପୁଣେ ଗସ୍ତରେ
ନ୍ୟୁଜିଲ୍ଯାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ଘରୋଇ ମାଟିରେ ୩୬ ବର୍ଷ ପରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସିରିଜ ଜିତିବାକୁ ହେଲେ ହାତରେ ଥିବା ଆଉ ଦୁଇଟିଯାକ ଟେଷ୍ଟ ମ୍ୟାଚ ଜିତିବାକୁ ହେବ। ଏହି ସିରିଜର ଦ୍ୱିତୀୟ ଟେଷ୍ଟ ପୁଣେରେ ୨୪ ଅକ୍ଟୋବର (ଗୁରୁବାର) ଆରମ୍ଭ ହେବାକୁ ଥିବାବେଳେ ମୁମ୍ବାଇରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟେଷ୍ଟ। ଏଥିପାଇଁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅଧିକାଂଶ ଖେଳାଳି ଏବେ ବେଙ୍ଗାଲୁରୁରୁ ସିଧାସଳଖ ପୁଣେ ଗସ୍ତ କରିଛନ୍ତି। ଅନ୍ୟପଟେ କୋହଲି ନିଜ ପରିବାର ସହ ସମୟ ବିତାଇବାକୁ ମୁମ୍ବାଇ ଗସ୍ତ କରିଛନ୍ତି।

ଆଗରୁ ମଧ୍ୟ କୀର୍ତ୍ତନରେ ଦେଖିବାକୁ ମିଳିଛି
ଆପଣ ହୁଏତ ଜାଣିଥିବେ, ଏହି ତାରକା ଦମ୍ପତି ପ୍ରଥମ ଥର ପାଇଁ ସଂକୀର୍ତ୍ତନରେ ଭାଗ ନେଉନାହାନ୍ତି। ପୂର୍ବରୁ ମଧ୍ୟ ଏକାଧିକ ଥର 'ବିରୁଷ୍କା' କୀର୍ତ୍ତନରେ ଭାଗ ନେଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ସମୟ ଲଣ୍ଡନରେ ବିତାଇବାକୁ ପସନ୍ଦ କରୁଥିବା ଏହି ଯୋଡ଼ି ସେଠାରେ ମଧ୍ୟ ଅନେକ ଥର କୀର୍ତ୍ତନରେ ଭାଗ ନେଉଥିବା ଦେଖିବାକୁ ମିଳିଛି।

India Vs New Zealand Virat Kohli Anushka Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe