Advertisment

ଅଷ୍ଟ୍ରେଲିଆ ଛାଡ଼ିଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାପଟେନ୍ ଦାୟିତ୍ୱ ହସ୍ତାନ୍ତର କରିବା ପରେ ପ୍ୟାଟରନିଟୀ ଲିଭ୍ ପାଇଁ ସ୍ୱଦେଶ ଯାତ୍ରା କରିଛନ୍ତି। ଜାନୁଆରୀରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ତେଣୁ ଏହି ସମୟରେ ନିଜ ପତ୍ନୀଙ୍କ ସହ ରହିବା ପାଇଁ କୋହଲି ବିସିସିଆଇକୁ ପ୍ୟାଟରନିଟୀ ଲିଭ୍ ପାଇଁ ଅନୁରୋଧ କରିଥିଲେ। ବୋର୍ଡ ମଧ୍ୟ କୋହଲିଙ୍କୁ ଏଥିପାଇଁ ଅନୁମତି […]

ଅଷ୍ଟ୍ରେଲିଆ ଛାଡ଼ିଲେ ବିରାଟ୍ କୋହଲି

kohli

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାପଟେନ୍ ଦାୟିତ୍ୱ ହସ୍ତାନ୍ତର କରିବା ପରେ ପ୍ୟାଟରନିଟୀ ଲିଭ୍ ପାଇଁ ସ୍ୱଦେଶ ଯାତ୍ରା କରିଛନ୍ତି। ଜାନୁଆରୀରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ତେଣୁ ଏହି ସମୟରେ ନିଜ ପତ୍ନୀଙ୍କ ସହ ରହିବା ପାଇଁ କୋହଲି ବିସିସିଆଇକୁ ପ୍ୟାଟରନିଟୀ ଲିଭ୍ ପାଇଁ ଅନୁରୋଧ କରିଥିଲେ। ବୋର୍ଡ ମଧ୍ୟ କୋହଲିଙ୍କୁ ଏଥିପାଇଁ ଅନୁମତି ଦେଇଥିଲା।

Advertisment

ଅଷ୍ଟ୍ରେଲିଆ ଛାଡ଼ିବା ପୂର୍ବରୁ କୋହଲି ସାଥୀ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ସେ ଟିମର ବାକି ଖେଳାଳିଙ୍କ ସହ କିଛି ସମୟ ବିତାଇଥିଲେ ଏବଂ ପରବର୍ତ୍ତୀ ମ୍ୟାଚରେ କିପରି ଭଲ ପ୍ରଦର୍ଶନ କରିବେ, ସେଥିପାଇଁ ପ୍ରୋତ୍ସାହନ କରିଥିଲେ। ତେବେ କୋହଲି ଟିମର ଅନ୍ୟତମ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସହ କଥା ହୋଇନଥିଲେ। କାରଣ ରୋହିତ୍ ବର୍ତ୍ତମାନ ସିଡନୀରେ କ୍ୱାରେଣ୍ଟାଇନ ପିରିୟଡରେ ଅଛନ୍ତି। ରୋହିତ୍ ବର୍ତ୍ତମାନ କାହା ସହ ସାକ୍ଷାତ କରିପାରିବେ ନାହିଁ।

ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚର ୨ୟ ଇନିଂସରେ ଭାରତ ମାତ୍ର ୩୬ ରନରେ ସୀମିତ ରହିଥିଲା। ଯାହାକି ଟେଷ୍ଟ କ୍ରିକେଟରେ ଭାରତର ଏହା ସର୍ବନିମ୍ନ ସ୍କୋର। ମ୍ୟାଚ୍ ହାରିବା ପରେ ଭାରତ ଏବେ ଚାରିମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ରହିଛି। ୨ୟ ଟେଷ୍ଟ ଡିସେମ୍ବର ୨୬ ତାରିଖରୁ ମେଲବର୍ଣ୍ଣରେ ଖେଳାଯିବ। ଏହି ମ୍ୟାଚରେ ରାହାଣେ ଟିମର କ୍ୟାପଟେନ୍ ହେବେ।

Advertisment
Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe