/odisha-reporter/media/post_attachments/uploads/2020/05/fb-1.jpg)
fb
ମୁମ୍ବାଇ: ବିଶ୍ୱର ସର୍ବାଧିକ ଆୟ କରୁଥିବା ୧୦୦ ଆଥଲେଟଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଫୋର୍ବସ ପକ୍ଷରୁ ୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଥିବା ୧୦୦ ଶ୍ରେଷ୍ଠ ଆୟକାରୀ ଆଥଲେଟଙ୍କ ମଧ୍ୟରେ ବିରାଟ କୋହଲି ରହିଛନ୍ତି।
ତାଲିକାର ୬୬ ନମ୍ବରରେ ବିରାଟ ରହିଛନ୍ତି। ବିରାଟ କୋହଲି ୨୬ ମିଲିୟନ ଡଲାର ଆୟ କରୁଥିବା ଫୋର୍ବସ କହିଛି। ଏହି କାରଣରୁ ଗତବର୍ଷ ତୁଳନାରେ ବିରାଟ ଚଳିତ ବର୍ଷ ୩୦ଟି ସ୍ଥାନ ଉପରକୁ ଉଠିଛନ୍ତି। ଫୋର୍ବସ ଅନୁସାରେ ବିରାଟ ବିଜ୍ଞାପନ ଓ ଅନ୍ୟାନ୍ୟ ଉତ୍ସରୁ ୨୪ ମିଲିୟନ ଡଲାର ଆୟ କରୁଥିବା ବେଳେ ମାତ୍ର ୨ ମିଲିୟନ ଡଲାର ଦରମା ଏବଂ ମ୍ୟାଚ ବିଜୟରୁ ପାଇଛନ୍ତି।
ଧନୀ ତାଲିକାର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ବାସ୍କେଟ ବଲର ୩୫ ଜଣ ଖେଳାଳି ରହିଛନ୍ତି। ଫୁଟବଲ ଜଗତରୁ ୧୪ ଜଣ, ଟେନିସରୁ ୬ ଜଣ, ମିକ୍ସଡ ମାର୍ଶଲ ଆକ୍ଟରୁ ୫ ଜଣ, ଗଲ୍ଫରୁ ୪ ଜଣ, ମୋଟର ରେସିଂରୁ ୩ ଜଣ, ବେସବଲ ଓ କ୍ରିକେଟରୁ ଜଣେ ଲେଖାଏ ଖେଳାଳି ରହିଛନ୍ତି।
ଟେନିସ ତାରକା ରୋଜର ଫେଡରର ୨୦୨୦ ବର୍ଷ ପାଇଁ ସର୍ବାଧିକ ଆୟକାରୀ ଖେଳାଳି ମାନ୍ୟତା ପାଇଛନ୍ତି। ସେ ୧୦୬.୩ ମିଲିୟନ ଡଲାର ଆୟ କରିଛନ୍ତି। ପୂର୍ବରୁ ଫୁଟବଲ ଷ୍ଟାର ଲିଓନେଲ ମେସି ୧ ନଂ ସ୍ଥାନରେ ଥିଲେ। ଏବେ ସେ ୩ ନଂକୁ ଚାଲି ଆସିଛନ୍ତି।
ଦ୍ୱିତୀୟରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଥିବା ବେଳେ ୪ ନଂରେ ନେମାର ରହିଛନ୍ତି। ରୋନାଲ୍ଡ ବର୍ଷକ ମଧ୍ୟରେ ୧୦୫ ମିଲିୟନ, ମେସି ୧୦୪ ମିଲିୟନ ଓ ନେମାର ୯୫.୫ ମିଲିୟ ଡଲାର ଆୟ କରିଛନ୍ତି।
ବାସ୍କେଟ ବଲର ଲେବ୍ରୋନ ଜେମ୍ସ, ଷ୍ଟେଫେନ କୁରୀ ଓ କେଭିନ ଡୁରାଣ୍ଟ ଯଥାକ୍ରମେ ୫,୬ ଓ ୭ ନଂରେ ରହିଛନ୍ତି। ଟପ୍ ୧୦୦ରେ ମାତ୍ର ୨ ଜଣ ମହିଳା ଆଥଲେଟ ରହିଛନ୍ତି।
ଜାପାନର ଟେନିସ ତାରକା ନାଓମି ଓସାକା ୨୯ ତମ ସ୍ଥାନରେ ଥିବା ବେଳେ ତାଙ୍କ ବାର୍ଷିକ ଆୟ ହେଉଛି ୩୭.୪ ମିଲିୟନ ଡଲାର। ଦ୍ୱିତୀୟ ମହିଳା ହେଉଛନ୍ତି ଆମେରିକା ଟେନିସ ତାରକା ସେରେନା ୱିଲିୟମ୍ସ। ସେ ବାର୍ଷିକ ୩୬ ମିଲିୟନ ଡଲାର ଆୟ କରି ୩୩ ନଂ ସ୍ଥାନରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
