Advertisment

ମଇଦାନକୁ ଫେରିବା ପାଇଁ ବିରାଟଙ୍କ ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମାର୍ଚ୍ଚ ମାସରୁ ମହାମାରୀ କରୋନା ପାଇଁ କ୍ରୀଡ଼ ଜଗତ ଠପ ହୋଇଯାଇଛି। କ୍ରିକେଟ ଠାରୁ ଆରମ୍ଭ କରି ଫୁଟବଲ ଯାଏ ସବୁ ପ୍ରକାରର ମ୍ୟାଚ୍‌ ଉପରେ ତାଲା ପଡ଼ିଛି। ତେବେ ଖୁବଶୀଘ୍ର ଆପଣଙ୍କ ପସନ୍ଦାର ଖେଳାଳିମାନେ ଆକ୍ସନକୁ ଫେରିବାର ସଙ୍କେତ ମିଳିଛି। ଏହିକ୍ରମରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ରିକେଟ ମଇଦାନକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପଡ଼ିଆକୁ ଫେରିବା ପୂର୍ବରୁ ବିରାଟ କେମିତି ପ୍ରସ୍ତୁତି ଚଳାଇଛନ୍ତି, ତା’ର ଏକ […]

author-image
Hemant Lenka
ଅଦ୍ୟତନ ହୋଇଛି
ମଇଦାନକୁ ଫେରିବା ପାଇଁ ବିରାଟଙ୍କ ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଭିଡିଓ

b

ନୂଆଦିଲ୍ଲୀ: ମାର୍ଚ୍ଚ ମାସରୁ ମହାମାରୀ କରୋନା ପାଇଁ କ୍ରୀଡ଼ ଜଗତ ଠପ ହୋଇଯାଇଛି। କ୍ରିକେଟ ଠାରୁ ଆରମ୍ଭ କରି ଫୁଟବଲ ଯାଏ ସବୁ ପ୍ରକାରର ମ୍ୟାଚ୍‌ ଉପରେ ତାଲା ପଡ଼ିଛି। ତେବେ ଖୁବଶୀଘ୍ର ଆପଣଙ୍କ ପସନ୍ଦାର ଖେଳାଳିମାନେ ଆକ୍ସନକୁ ଫେରିବାର ସଙ୍କେତ ମିଳିଛି। ଏହିକ୍ରମରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ରିକେଟ ମଇଦାନକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Advertisment

ପଡ଼ିଆକୁ ଫେରିବା ପୂର୍ବରୁ ବିରାଟ କେମିତି ପ୍ରସ୍ତୁତି ଚଳାଇଛନ୍ତି, ତା’ର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବିସିସିଆଇ କ୍ରିକେଟରଙ୍କୁ ଫିଟ ରଖିବା ପାଇ ଟ୍ରେନିଂ ସେସନ ଆରମ୍ଭ କରିବାକୁ ଯୋଜନା କରୁଥିବା ଖବର ମିଳିବା ପରେ ହିଁ ବିରାଟଙ୍କ ଭିଡିଓ ଏହି ଚର୍ଚ୍ଚାକୁ ଆହୁରି ଶାଣିତ କରିଛି।

View this post on Instagram

Putting in the work is a way of life and not a requirement of profession. Choice is yours.

A post shared by Virat Kohli (@virat.kohli) on

Advertisment

ବିରାଟ କୋହଲି ଗାର୍ଡେନରେ ଦୌଡ଼ିବା ସହ ବ୍ୟାୟମ କରୁଥିବା ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “କାମ କରିବା ଜୀବନର ରାସ୍ତା। ଏଥିପାଇଁ କୌଣସି ପ୍ରଫେସନର ଆବଶ୍ୟକ ନାହିଁ। ଏହା ଆପଣଙ୍କ ପସନ୍ଦ।”

ଏହାପୂର୍ବରୁ ମହମ୍ମଦ ଶାମି, କେଏଲ ରାହୁଲ ଓ ଅନ୍ୟମାନେ ନିଜ ନଜର ଫିଟନେସ ଟ୍ରେନିଂର ଭିଡିଓ ଶେୟାର କରୁଥିଲେ। ହେଲେ ଲକଡାଉନ ବେଳେ ବିରାଟ ପ୍ରଥମଥର ପାଇଁ ତାଙ୍କ ଫିଟନେସ ଡ୍ରିଲର ଭିଡିଓ ପୋଷ୍ଟ କରିଛନ୍ତି।