Advertisment

ବିରାଟଙ୍କ ‘ନୋଟ ବୁକ୍‌’ ଆକ୍ସନର ଭିଡିଓ ଭାଇରାଲ

ହାଇଦ୍ରାବାଦ: ପ୍ରଥମ ଟି-୨୦ରେ ଏକାକୀ ଟିମ୍‌ ଇଣ୍ଡିଆକୁ ଜିତାଇଥିବା ଅଧିନାୟକ ବିରାଟ କୋହଲିଙ୍କ ସେଲିବ୍ରେସନ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ୱେଷ୍ଟଇଣ୍ଡିଜର ବୋଲର କେସରିକ୍‌ ୱିଲିୟମ୍ସଙ୍କୁ ଛକା ମାରିବା ପରେ ‘ନୋଟ ବୁକ୍‌ ସିଗନେଚର’ ଉତ୍ସବ ପଡ଼ିଆ ମଧ୍ୟରେ ପାଳିଥିଲେ। ଯାହାକୁ ଦେଖି ପଡ଼ିଆରେ ଥିବା ସମସ୍ତ ଖେଳାଳି ଓ ଷ୍ଟାଡିୟମରେ ଥିବା ଦର୍ଶକ ପୂରା ଝୁମି ଉଠିଥିଲେ। ବାସ୍ତବରେ ୱିଲିୟମ୍ସ ୱିକେଟ ଦଖଲ କରିବା ପରେ ନୋଟ ବୁକ୍‌ ସିଗନେଚର ଷ୍ଟାଇଲରେ ଉତ୍ସବ […]

ବିରାଟଙ୍କ ‘ନୋଟ ବୁକ୍‌’ ଆକ୍ସନର ଭିଡିଓ ଭାଇରାଲ

cv

Advertisment

ହାଇଦ୍ରାବାଦ: ପ୍ରଥମ ଟି-୨୦ରେ ଏକାକୀ ଟିମ୍‌ ଇଣ୍ଡିଆକୁ ଜିତାଇଥିବା ଅଧିନାୟକ ବିରାଟ କୋହଲିଙ୍କ ସେଲିବ୍ରେସନ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ୱେଷ୍ଟଇଣ୍ଡିଜର ବୋଲର କେସରିକ୍‌ ୱିଲିୟମ୍ସଙ୍କୁ ଛକା ମାରିବା ପରେ ‘ନୋଟ ବୁକ୍‌ ସିଗନେଚର’ ଉତ୍ସବ ପଡ଼ିଆ ମଧ୍ୟରେ ପାଳିଥିଲେ। ଯାହାକୁ ଦେଖି ପଡ଼ିଆରେ ଥିବା ସମସ୍ତ ଖେଳାଳି ଓ ଷ୍ଟାଡିୟମରେ ଥିବା ଦର୍ଶକ ପୂରା ଝୁମି ଉଠିଥିଲେ।

Advertisment

ବାସ୍ତବରେ ୱିଲିୟମ୍ସ ୱିକେଟ ଦଖଲ କରିବା ପରେ ନୋଟ ବୁକ୍‌ ସିଗନେଚର ଷ୍ଟାଇଲରେ ଉତ୍ସବ ମନାନ୍ତି। ତାଙ୍କୁ ତାଚ୍ଛଲ୍ୟ କରିବା ପାଇଁ ବିରାଟ ଅନୁରୂପ ‘ନୋଟ ବୁକ’ ସେଲିବ୍ରେସନ ପାଳନ କରିଥିଲେ।

ନିକଟରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତ କରିଥିଲା। ଏହି ସମୟରେ ୱିଲିୟମ୍ସ ନିଜ ବଲରେ ବିରାଟଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ସେ ପକେଟ୍‌ରୁ ନୋଟ୍‌ ପ୍ୟାଡ୍‌ କାଢ଼ିବା ଭଳି ଅଭିନୟ କରିବା ସହ ଏଥିରେ ଦସ୍ତଖତ କରି ବିରାଟଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଗତକାଲି ମ୍ୟାଚ୍‌ର ୧୬ତମ ଓଭରରେ ବିରାଟ ଏହାର ଜବାବ ଦେଇଥିଲେ।

Advertisment

ମ୍ୟାଚ ପରେ ବିରାଟ କହିଛନ୍ତି, “ସିପିଏଲରେ ୱିଲିୟମ୍ସ ଏମିତି କରି ନଥିଲେ। ମୋତେ ଜାମାଇକାରେ ଆଉଟ କରିବା ପରେ ସେ ନୋଟ ବୁକ ସେଲିବ୍ରେସନ କରିଥିଲେ। ଏବେ ମୁଁ ଅନୁରୂପ ଢଙ୍ଗରେ ସେଲିବ୍ରେସନ କରିଛି। କିଛି କଥା କଟାକଟି ହୋଇଥିଲା। ତେବେ ସବୁ କିଛି ହସରେ ହିଁ ଶେଷ ହୋଇଥିଲା।

ଦେଖନ୍ତୁ ଦୁଇଟି ଭିଡିଓ

https://twitter.com/i/status/1203128739065810946
https://twitter.com/i/status/1203149034472366080

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe