Advertisment

ଭାରତଠାରୁ ହାରିବା ପରେ ବାଂଲାଦେଶକୁ ବିରାଟଙ୍କ ସ୍ୱତନ୍ତ୍ର ଶୁଭେଚ୍ଛା

ଦୁବାଇ: ଏସିଆ କପ୍‌ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆଠାରୁ ବାଂଲାଦେଶ ୩ ୱିକେଟ୍‌ରେ ହାରିଛି। ଏହି ବିଜୟ ସହ କ୍ରମାଗତ ୨ ଥର ଏବଂ ସମୁଦାୟ ୭ମ ଥର ପାଇଁ ଟିମ୍‌ ଇଣ୍ଡିଆ ଏସିଆ କପ୍‌ରେ ଚାମ୍ପିୟନ୍‌ ହେବାର ଗୌରବ ହାସଲ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆ ପାଇଁ ସୋଶାଲ୍‌ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି। ଏହିକ୍ରମରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। […]

ଭାରତଠାରୁ ହାରିବା ପରେ ବାଂଲାଦେଶକୁ ବିରାଟଙ୍କ ସ୍ୱତନ୍ତ୍ର ଶୁଭେଚ୍ଛା

w

Advertisment

ଦୁବାଇ: ଏସିଆ କପ୍‌ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆଠାରୁ ବାଂଲାଦେଶ ୩ ୱିକେଟ୍‌ରେ ହାରିଛି। ଏହି ବିଜୟ ସହ କ୍ରମାଗତ ୨ ଥର ଏବଂ ସମୁଦାୟ ୭ମ ଥର ପାଇଁ ଟିମ୍‌ ଇଣ୍ଡିଆ ଏସିଆ କପ୍‌ରେ ଚାମ୍ପିୟନ୍‌ ହେବାର ଗୌରବ ହାସଲ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆ ପାଇଁ ସୋଶାଲ୍‌ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

ଏହିକ୍ରମରେ ବିଶ୍ରାମ ପାଇଥିବା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ସେ ଟିମ୍‌ ଇଣ୍ଡିଆ ବ୍ୟତୀତ ବାଂଲାଦେଶ ଯେଉଁଭଳି ଖେଳ ପ୍ରଦର୍ଶନ କଲା, ତାକୁ ସ୍ୱତନ୍ତ୍ର ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍‌ରରେ କହିଛନ୍ତି, “ବାଂଲାଦେଶକୁ ଶୁଭେଚ୍ଛା। ବାଂଲାଦେଶ ଟିମ୍‌ ଇଣ୍ଡିଆକୁ କଡ଼ା ଟକ୍କର ଦେଲା। ବାଂଲାଦେଶ ବହୁତ ଭଲ ଖେଳ ପ୍ରଦର୍ଶନ କରିଛି।”

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୨୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ତେବେ ୨୨୩ ରନ୍‌ର ଛୋଟିଆ ଲକ୍ଷ୍ୟ ପାଇଥିବା ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ପୂରା ୫୦ ଓଭର ଖେଳି ଶେଷ ବଲ୍‌ରେ ହିଁ ମ୍ୟାଚ୍‌ ଜିତିଥିଲା। ସେହିପରି ୨୨୩ ରନ୍‌ର ଲକ୍ଷ୍ୟ ହାସଲ କରିବାକୁ ଭାରତ ୭ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ହରାଇଥିଲା। ତେଣୁ ଟିମ୍‌ ଇଣ୍ଡିଆ ଅପେକ୍ଷା ବାଂଲାଦେଶ ଅଧିକ ଭଲ ଖେଳିଥିଲା ବୋଲି କେତେକ ମତ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe