ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ତଥା ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହାପୂର୍ପରୁ ଭାରତ ପାଇଁ ଆହତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜଣଙ୍କ ପରେ ଜଣେ ବରିଷ୍ଠ ଖେଳାଳି ଆହତ ହେବାରୁ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ି ଯାଇଛି।
ପ୍ରଥମେ ମହମ୍ମଦ ଶାମି, ପରେ ଉମେଶ ଯାଦବ ଆହତ ହୋଇଥିବା ବେଳେ କେଏଲ ରାହୁଲ ମଧ୍ୟ ଇଞ୍ଜୁରୀ କାରଣରୁ ବାଦ ପଡ଼ିଛନ୍ତି। ୩ୟ ଟେଷ୍ଟ ବେଳେ ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରା ଆହତ ହୋଇ ୪ର୍ଥ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏବେ ଟିମ୍ ଇଣ୍ଡିଆର କାମ ଚଳା ଅଧିନାୟକ ଅଜିଙ୍କ୍ୟ ରାହଣେ ଓ କୋଚ୍ ରବି ଶାସ୍ତ୍ରୀ କେଉଁ ୧୧ ଜଣଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
Itne sab players injured hain , 11 na ho rahe hon toh Australia jaane ko taiyaar hoon, quarantine dekh lenge @BCCI pic.twitter.com/WPTONwUbvj
— Virender Sehwag (@virendersehwag) January 12, 2021
ଏସବୁ ଭିତରେ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ୪ର୍ଥ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି। ସେ ଆହତ ଖେଳାଳିମାନଙ୍କ ଫଟୋ ପୋଷ୍ଟ କରି କହିଛନ୍ତି ଯେ “ଏତେ ସବୁ ଖେଳାଳି ଆହତ ହୋଇଛନ୍ତି। ଯଦି ଟିମ୍ ଇଣ୍ଡିଆର ୧୧ ଜଣ ଖେଳାଳି ହେଉନାହାନ୍ତି, ତା’ହେଲେ ମୁଁ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ। କ୍ୱାରେଣ୍ଟାଇନ କଥା ସେଠାକୁ ଗଲେ ଦେଖିବା। ”
ସେ ଏହି ଟ୍ୱିଟକୁ ବିସିସିଆଇକୁ ଟ୍ୟାଗ ମଧ୍ୟ କରିଛନ୍ତି। ସେହୱାଗ ଟ୍ୱିଟ କରିବା ପରେ ଏହାକୁ ଅନେକ ଲୋକ ରି-ଟ୍ୱିଟ କରିବାରେ ଲାଗିଛନ୍ତି।
ଅଧିକ ପଢ଼ନ୍ତୁ : 'ଅନ୍ନପୂର୍ଣ୍ଣା’ ଯୋଜନାରେ ମାଗଣା ନୁହେଁ ଟଙ୍କାକରେ ମିଳିବ ଖାଦ୍ୟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।