Advertisment

ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବାକୁ ସେହୱାଗ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ତଥା ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହାପୂର୍ପରୁ ଭାରତ ପାଇଁ ଆହତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜଣଙ୍କ ପରେ ଜଣେ ବରିଷ୍ଠ ଖେଳାଳି ଆହତ ହେବାରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ି ଯାଇଛି। ପ୍ରଥମେ ମହମ୍ମଦ ଶାମି, ପରେ ଉମେଶ ଯାଦବ ଆହତ ହୋଇଥିବା ବେଳେ କେଏଲ ରାହୁଲ ମଧ୍ୟ ଇଞ୍ଜୁରୀ କାରଣରୁ ବାଦ ପଡ଼ିଛନ୍ତି। ୩ୟ ଟେଷ୍ଟ ବେଳେ ହନୁମା […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବାକୁ ସେହୱାଗ ପ୍ରସ୍ତୁତ

er

Advertisment

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆମଧ୍ୟରେ ୪ର୍ଥ ତଥା ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହାପୂର୍ପରୁ ଭାରତ ପାଇଁ ଆହତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜଣଙ୍କ ପରେ ଜଣେ ବରିଷ୍ଠ ଖେଳାଳି ଆହତ ହେବାରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ି ଯାଇଛି।

Advertisment

ପ୍ରଥମେ ମହମ୍ମଦ ଶାମି, ପରେ ଉମେଶ ଯାଦବ ଆହତ ହୋଇଥିବା ବେଳେ କେଏଲ ରାହୁଲ ମଧ୍ୟ ଇଞ୍ଜୁରୀ କାରଣରୁ ବାଦ ପଡ଼ିଛନ୍ତି। ୩ୟ ଟେଷ୍ଟ ବେଳେ ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରା ଆହତ ହୋଇ ୪ର୍ଥ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏବେ ଟିମ୍‌ ଇଣ୍ଡିଆର କାମ ଚଳା ଅଧିନାୟକ ଅଜିଙ୍କ୍ୟ ରାହଣେ ଓ କୋଚ୍‌ ରବି ଶାସ୍ତ୍ରୀ କେଉଁ ୧୧ ଜଣଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment


ଏସବୁ ଭିତରେ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ୪ର୍ଥ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି। ସେ ଆହତ ଖେଳାଳିମାନଙ୍କ ଫଟୋ ପୋଷ୍ଟ କରି କହିଛନ୍ତି ଯେ “ଏତେ ସବୁ ଖେଳାଳି ଆହତ ହୋଇଛନ୍ତି। ଯଦି ଟିମ୍‌ ଇଣ୍ଡିଆର ୧୧ ଜଣ ଖେଳାଳି ହେଉନାହାନ୍ତି, ତା’ହେଲେ ମୁଁ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ। କ୍ୱାରେଣ୍ଟାଇନ କଥା ସେଠାକୁ ଗଲେ ଦେଖିବା। ”

ସେ ଏହି ଟ୍ୱିଟକୁ ବିସିସିଆଇକୁ ଟ୍ୟାଗ ମଧ୍ୟ କରିଛନ୍ତି। ସେହୱାଗ ଟ୍ୱିଟ କରିବା ପରେ ଏହାକୁ ଅନେକ ଲୋକ ରି-ଟ୍ୱିଟ କରିବାରେ ଲାଗିଛନ୍ତି।

ଅଧିକ ପଢ଼ନ୍ତୁ : 'ଅନ୍ନପୂର୍ଣ୍ଣା’ ଯୋଜନାରେ ମାଗଣା ନୁହେଁ ଟଙ୍କାକରେ ମିଳିବ ଖାଦ୍ୟ

Indian Cricket Team India Vs Australia Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe