Advertisment

ଦକ୍ଷିଣ ଆଫ୍ରିକା ଗସ୍ତରେ ଗମ୍ଭୀରଙ୍କ ସ୍ଥାନ ନେବେ ଭିଭିଏସ୍ ଲକ୍ଷ୍ମଣ

ନଭେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ଅଭିଯାନ ଆରମ୍ଭ କରିବାକୁ ଯାଉଛି ଭାରତ। ହେଲେ ଏହି ଗସ୍ତରେ ଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଉପଲବ୍ଧ ହେବେ ନାହିଁ। ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଏହି ସିରିଜରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Gautam Gambhir and VVS Laxman

Gautam Gambhir and VVS Laxman

ନଭେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଅଭିଯାନ ଆରମ୍ଭ କରିବ ଭାରତ। ତେବେ ଏହି ସିରିଜ ପାଇଁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ ନାହିଁ। ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଏହି ସିରିଜରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ବାସ୍ତବରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟେଷ୍ଟ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରିବେ ଗମ୍ଭୀର। ସେଥିପାଇଁ ଦକ୍ଷିଣ ଆଫ୍ରିକା ଯାଉଥିବା ଦଳରେ ଗମ୍ଭୀରଙ୍କ ସ୍ଥାନରେ ଲକ୍ଷ୍ମଣଙ୍କୁ ଗୁରୁଦାୟିତ୍ୱ ମିଳିଛି।

Advertisment

ଦକ୍ଷିଣ ଆଫ୍ରିକାରେ ଭାରତ ଯଥାକ୍ରମେ ୮, ୧୦, ୧୩ ଏବଂ ୧୫ ନଭେମ୍ବରରେ ଡର୍ବାନ୍, ଗାବେରା, ସେଞ୍ଚୁରିଅନ୍ ଏବଂ ଜୋହାନ୍ସବର୍ଗରେ ୪ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏହି ମ୍ୟାଚଗୁଡିକର କାର୍ଯ୍ୟସୂଚୀ ପରେ ସ୍ଥିର କରାଯାଇଥିଲା, ଯେଉଁଥିପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହି ଯାତ୍ରା ପାଇଁ ଉପଲବ୍ଧ ହେବେ ନାହିଁ। କାରଣ ଭାରତର ଟେଷ୍ଟ ଦଳ ୧୦ କିମ୍ବା ୧୧ ନଭେମ୍ବରରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ଟେଷ୍ଟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବେ ଗମ୍ଭୀର।

ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ କାର୍ଯ୍ୟ କରୁଥିବା ସହଯୋଗୀ ଷ୍ଟାଫ ଅନ୍ୟ କୋଚ୍ ଲକ୍ଷ୍ମଣଙ୍କ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ଅକ୍ଟୋବର ୨୫ (ଶୁକ୍ରବାର) ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଅଫ୍ ଇଣ୍ଡିଆ (ବିସିସିଆଇ) ୪ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି।

Advertisment
Indian Cricket Team VVS Laxman Gautam Gambhir