n
ମେଲବର୍ଣ୍ଣ: କରୋନା ଭାଇରସ ପାଇଁ ଜାରି ହୋଇଥିବା ଲକଡାଉନ ଚାପରୁ ବର୍ତ୍ତିବା ପାଇଁ କେବଳ ଭାରତୀୟ କ୍ରିକେଟର ନୁହନ୍ତି ବିଦେଶୀ ଖେଳାଳିମାନେ ମଧ୍ୟ ଘରେ ରହି ଅନେକ କିଛି କୌତୁହଳପୂର୍ଣ୍ଣ କାମ ସବୁ କରୁଛନ୍ତି। ଭାରତ ଭଳି କରୋନା ଯୋଗୁ ଅଷ୍ଟ୍ରେଲିଆରେ ମଧ୍ୟ ଲକଡାଉନ ଜାରି କରାଯାଇଛି। ଏହି କାରଣରୁ ଖେଳାଳିମାନେ ଘରେ ରହି ନିଜ ପରିବାର ସହ ସମୟ କାଟୁଛନ୍ତି।
ଏସବୁ ଭିତରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଡାଭିଡ ୱାର୍ଣ୍ଣରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ୱାର୍ଣ୍ଣରଙ୍କ ସହ ତାଙ୍କ ଝିଅ ଇଣ୍ଡି ମଧ୍ୟ ରହିଛନ୍ତି। ୱାର୍ଣ୍ଣର ଓ ତାଙ୍କ ଝିଅ ଇଣ୍ଡି ବଲିଉଡର ସୁପରହିଟ ଗୀତ ଶୀଲାକୀ ଜୱାନୀ ଟ୍ରାକରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଝିଅ ଇଣ୍ଡି ମଧ୍ୟ ଭାରତୀୟଙ୍କ ଭଳି ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିଛନ୍ତି। ୱାର୍ଣ୍ଣର ଏହି ଭିଡିଓ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ “ଇଣ୍ଡି ଆପଣମାନଙ୍କ ପାଇଁ ମଧ୍ୟ କିଛି କରିବାକୁ କହିଲା। ଦୟା କରି କେହି ମଧ୍ୟ ସହଯୋଗ କରନ୍ତୁ।”
View this post on InstagramIndi has asked to also do one for you guys! 😂😂 please help me someone!!!!!! #statue
୨୦୧୬ରେ ୱାର୍ଣ୍ଣରଙ୍କ କ୍ୟାପ୍ଟେନଶିପରେ ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇ ଚାମ୍ପିୟନ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/n-7.jpg)