Advertisment

ଦିନେ ସଚିନଙ୍କୁ ଆକ୍ରାମ କହିଥିଲେ ଏମିତି କଥା

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ଦୁଇ କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକର ଓ ପାକିସ୍ତାନର ପୂର୍ବତନ ପେସ୍ ବୋଲର ୱାସିମ୍ ଆକ୍ରାମଙ୍କ ସଫଳତା କଥା ସମସ୍ତେ ଜାଣିଛନ୍ତି। ଏମାନେ ନିଜ ନିଜ କ୍ୟାରିଅରରେସଫଳତାର ଶୀର୍ଷକୁ ଛୁଇଁଛନ୍ତି। ଦୁହେଁ ଅନେକ ଥର କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବାର ନଜିର ରହିଛି। ତେବେ ପାକିସ୍ତାନର ଅନେକ ଖେଳାଳି ପ୍ରାରମ୍ଭିକ ଅବସ୍ଥାରେ ସଚିନ୍‌ଙ୍କୁ ତାଚ୍ଛଲ୍ୟ କରୁଥିଲେ। ଏମାନଙ୍କ ମଧ୍ୟରେ ୱାସିମ୍‌ ଆକ୍ରାମ ଥିଲେ ଅନ୍ୟତମ। ସଚିନ୍‌ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପୂର୍ବରୁ ଆକ୍ରାମ […]

ଦିନେ ସଚିନଙ୍କୁ ଆକ୍ରାମ କହିଥିଲେ ଏମିତି କଥା

akq

Advertisment

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ଦୁଇ କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକର ଓ ପାକିସ୍ତାନର ପୂର୍ବତନ ପେସ୍ ବୋଲର ୱାସିମ୍ ଆକ୍ରାମଙ୍କ ସଫଳତା କଥା ସମସ୍ତେ ଜାଣିଛନ୍ତି। ଏମାନେ ନିଜ ନିଜ କ୍ୟାରିଅରରେସଫଳତାର ଶୀର୍ଷକୁ ଛୁଇଁଛନ୍ତି।

Advertisment

ଦୁହେଁ ଅନେକ ଥର କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବାର ନଜିର ରହିଛି। ତେବେ ପାକିସ୍ତାନର ଅନେକ ଖେଳାଳି ପ୍ରାରମ୍ଭିକ ଅବସ୍ଥାରେ ସଚିନ୍‌ଙ୍କୁ ତାଚ୍ଛଲ୍ୟ କରୁଥିଲେ। ଏମାନଙ୍କ ମଧ୍ୟରେ ୱାସିମ୍‌ ଆକ୍ରାମ ଥିଲେ ଅନ୍ୟତମ। ସଚିନ୍‌ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପୂର୍ବରୁ ଆକ୍ରାମ କ୍ରିକେଟ୍‌ ଜଗତରେ ଜଣେ ମହାନ୍‌ ବୋଲର୍‌ ହୋଇସାରିଥିଲେ। ତେଣୁ ସଚିନ୍ ଡେବ୍ୟୁ କଲାବେଳେ ଆକ୍ରାମ ତାଙ୍କୁ ନ୍ୟୂନ ମନେକରି ତାଚ୍ଛଲ୍ୟ କରିଥିଲେ।

publive-image

ଘଟଣା ହେଉଛି ୧୯୮୯ ମସିହାର। ମାତ୍ର ୧୬ ବର୍ଷ ବୟସରେ ସଚିନ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲେ। ସେତେବେଳକୁ ଆକ୍ରାମ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ପ୍ରସିଦ୍ଧ ପେସ୍ ବୋଲର୍‌ର ମାନ୍ୟତା ପାଇସାରିଥିଲେ। କାରଣ ସେ ୧୯୮୪ରୁ କ୍ରମାଗତ ଭାବେ ମ୍ୟାଚ୍‌ ଖେଳୁଥିଲେ।

Advertisment

ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌, ତା’ପୁଣି ପାକିସ୍ତାନ ବିପକ୍ଷରେ ଥିବାରୁ ସଚିନ୍‌ ଟିକିଏ ନର୍ଭସ ହୋଇଯାଇଥିଲେ। ସଚିନ୍‌ ଯେତେବେଳେ ମଇଦାନକୁ ଓହ୍ଲାଇଲେ ସେତେବେଳେ ତାଙ୍କର ସାମ୍ନା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର୍‌ ୱାସିମ ଆକ୍ରାମଙ୍କ ସହ ହୋଇଥିଲା।

ସଚିନ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମାତ୍ର ୧୫ ରନ୍ କରିପାରିଥିଲେ। କିନ୍ତୁ ଏହି ମ୍ୟାଚ୍‌ରେ ଆକ୍ରାମ ସଚିନ୍‌ଙ୍କୁ ତାଚ୍ଛଲ୍ୟ କରିଥିଲେ।

ଏହି ଘଟଣାକୁ ମନେ ପକାଇ ଆକ୍ରାମ କହିଛନ୍ତି, ସଚିନ୍‌ ମଇଦାନକୁ ଓହ୍ଲାଇବା ପୂର୍ବରୁ ତାଙ୍କ ବିଷୟରେ ଆମେ ବହୁତ କଥା ଶୁଣିଥିଲୁ। ଭାରତୀୟ ଦଳକୁ କୁଆଡ଼େ ଜଣେ ରହସ୍ୟମୟ ଖେଳାଳି ଆସିଛନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଥିଲା। ତେବେ ସଚିନ ଯେତେବେଳେ ମଇଦାନକୁ ଆସିଲେ ତାଙ୍କ ବୟସ ୧୬ ହୋଇଥିଲେ ହେଁ ସେ ଜଣେ ୧୪ ବର୍ଷର ବାଳକ ଭଳି ଦିଶୁଥିଲେ।

publive-image

ସେହି ସମୟରେ ମୁଁ ସଚିନଙ୍କୁ ପରିହାସ କରିଥିଲି। ମୁଁ କହିଥିଲି, ତୁମେ ଏଠାକୁ ତୁମ ମା’ଙ୍କୁ ପଚାରିକି ଆସିଛ ତ’? ଏପରିକି ସେହି ସମୟରେ ସଚିନ ମାତ୍ର ୧୬ ବର୍ଷର ଥିବାରୁ ତାଙ୍କୁ ସମସ୍ତେ ପରିହାସ ମଧ୍ୟ କରୁଥିଲେ । କିନ୍ତୁ ଆଜି ସେହି ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ସବୁ ରେକର୍ଡ ଭାଙ୍ଗି ବିଶ୍ୱର ଏକ ନମ୍ବର ଖେଳାଳିର ମାନ୍ୟତା ପାଇଛନ୍ତି।”

ସଚିନ ନିଜ କ୍ୟାରିୟରର ୧୦୦ ଅନ୍ତର୍ଜାତୀୟ ଶତକ ଏବଂ ୨୦୦ ଟେଷ୍ଟ ମ୍ୟାଚ୍ ଖେଳି ଇତିହାସ ରଚିଥିବା ବେଳେ ଅନ୍ୟପକ୍ଷରେ ଆକ୍ରାମ ଦିନିକିଆ କ୍ରିକେଟ୍ ଇତିହାସରେ ୫୦୦ରୁ ଅଧିକ ୱିକେଟ୍ ହାସଲ କରିଥିବା ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ। ଦିନିକିଆରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧରନ (୫୩୪) ଓ ଆକ୍ରାମ (୫୦୨) ସର୍ବାଧିକ ୱିକେଟ୍ ନେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe