/odisha-reporter/media/post_attachments/uploads/2019/08/ji.jpg)
ji
ବ୍ରାମ୍ପଟନ୍: କ୍ୟାନାଡାରେ ଚାଲିଥିବା ଗ୍ଲୋବାଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପୁଣିଥରେ କ୍ରିସ୍ ଗେଲ୍ଙ୍କ ରନ୍ ଝଡ଼ ଦେଖିବାକୁ ମିଳିଛି। ଗେଲ୍ଙ୍କ ୯୪ ରନ୍ର ଇନିଂସ ବଳରେ ଭାନକ୍ୟୁଭର ନାଇଟ୍ସ ପ୍ରତିପକ୍ଷ ଏଡମନଟନ୍ ରୟାଲ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍ରେ ଗେଲ୍ ଏଡମନଟନ୍ ରୟାଲ୍ସ ପକ୍ଷରୁ ଖେଳୁଥିବା ପାକିସ୍ତାନ ସ୍ପିନର ଶଦାବ ଖାନଙ୍କୁ ଗୋଟିଏ ଓଭର୍ରେ କଡ଼ା ପ୍ରହାର କରିଥିଲେ। ସେ ଶଦାବଙ୍କ ଓଭରରେ ୪ଟି ଛକା ଓ ୨ଟି ଚୌକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।
ମ୍ୟାଚ୍ର ୧୩ ତମ ଓଭର୍ ଶଦାବ ଖାନ୍ ବୋଲିଂ କରିବାକୁ ଆସିଥିଲେ। ଏହି ଓଭର୍ରେ ଗେଲ୍ ପ୍ରଥମ ଦୁଇ ବଲ୍ରେ ୨ଟି ଛକା ମାରିବା ପରେ ତା’ର ପରବର୍ତ୍ତୀ ଦୁଇ ବଲ୍ରେ ଦୁଇଟି ଚୌକା ମାରିଥିଲେ। ଶେଷ ଦୁଇ ବଲ୍ରେ ମଧ୍ୟ ଗେଲ୍ ୨ଟି ବିଶାଳ ଛକା ମାରିଥିଲେ। ଏହି ଓଭରରେ ଶଦାବ ୩୨ ରନ୍ ବ୍ୟୟ କରିଥିଲେ। ଗେଲ୍ ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ମାତ୍ର ୪୪ଟି ବଲରେ ୯୪ ରନ୍ କରିଥିଲେ। ଗେଲଙ୍କୁ ପରିଶେଷରେ ବେନ୍ କଣ୍ଟିଂ ଆଉଟ୍ କରିଥିଲେ।
ଦେଖନ୍ତୁ ଭିଡିଓ
https://twitter.com/i/status/1157493793479786497
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
