Advertisment

ଜଣେ ଯୁବତୀ ଦେଖାଇଲେ ରୋନାଲ୍ଡୋ, ମେସି, ନେମାର ଓ ପୋଗବାଙ୍କ ପେନାଲ୍ଟି ଶଟ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସି, ନେମାର ଓ ପାଉଲ ପୋଗବାଙ୍କ ଅନେକ ଫ୍ୟାନ୍‌ ଅଛନ୍ତି। ଏହି ୪ ଖେଳାଳି ସେମାନଙ୍କ ନିଆର ଷ୍ଟାଇଲ୍‌ ପାଇଁ ବେଶ ଚର୍ଚ୍ଚିତ। ତେବେ ଜଣେ ଅଜବ ଫୁଟବଲ ଫ୍ୟାନ୍‌ଙ୍କ ଗଜବ ହରକତର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ୪ ଜଣ ଖେଳାଳି କେମିତି ପେନାଲ୍ଟି ଶଟ୍‌ ମାରନ୍ତି, ତା’ର ନକଲ ଜଣେ ଯୁବତୀ କରି ଦେଖାଇଛନ୍ତି। ଯୁବତୀ ଜଣଙ୍କ ଯେଉଁଭଳି ପେନାଲ୍ଟି […]

author-image
Hemant Lenka
ଅଦ୍ୟତନ ହୋଇଛି
ଜଣେ ଯୁବତୀ ଦେଖାଇଲେ ରୋନାଲ୍ଡୋ, ମେସି, ନେମାର ଓ ପୋଗବାଙ୍କ ପେନାଲ୍ଟି ଶଟ୍‌, ଦେଖନ୍ତୁ ଭିଡିଓ

b

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସି, ନେମାର ଓ ପାଉଲ ପୋଗବାଙ୍କ ଅନେକ ଫ୍ୟାନ୍‌ ଅଛନ୍ତି। ଏହି ୪ ଖେଳାଳି ସେମାନଙ୍କ ନିଆର ଷ୍ଟାଇଲ୍‌ ପାଇଁ ବେଶ ଚର୍ଚ୍ଚିତ। ତେବେ ଜଣେ ଅଜବ ଫୁଟବଲ ଫ୍ୟାନ୍‌ଙ୍କ ଗଜବ ହରକତର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ଏହି ୪ ଜଣ ଖେଳାଳି କେମିତି ପେନାଲ୍ଟି ଶଟ୍‌ ମାରନ୍ତି, ତା’ର ନକଲ ଜଣେ ଯୁବତୀ କରି ଦେଖାଇଛନ୍ତି। ଯୁବତୀ ଜଣଙ୍କ ଯେଉଁଭଳି ପେନାଲ୍ଟି ଶଟ୍‌ ମାରୁଛନ୍ତି, ତାକୁ ଦେଖିଲେ ଆପଣ ନିଶ୍ଚିତ ନିଜ ହସକୁ ସମ୍ଭାଳି ପାରିବେ ନାହିଁ।

ପ୍ରଥମେ ସେ ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡୋ, ପରେ ଆର୍ଜେଣ୍ଟିନା ଅଧିନାୟକ ମେସି, ଏହାପରେ ଫ୍ରାନ୍ସର ଷ୍ଟାର ଖେଳାଳି ପୋଗବା ଓ ଶେଷରେ ନେମାରଙ୍କ ପେନାଲ୍ଟ ଶୁଟ୍‌ର ନକଲ କରୁଛନ୍ତି।

Advertisment

ଗୋଲ କରିବା ପରେ ଏହି ଖେଳାଳିମାନେ ଯେଉଁଭଳି ଉତ୍ସବ ମନାନ୍ତି, ତା’ର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ରହିଛି। ଏଥିସହ ନେମାର କେମିନ୍ତି ଆହତ ହେବା ବେଳେ ଅଭିନୟ କରନ୍ତି, ସେକଥା ମଧ୍ୟ ଯୁବତୀ ଜଣଙ୍କ କରି ଦେଖାଇଛନ୍ତି।

https://twitter.com/twitter/statuses/1066653331093827585