Advertisment

କରୋନା ପାଇଁ ସର୍ତକ କରାଇଲେ ରୋହିତ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବର୍ତ୍ତମାନ ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଦେଶବାସୀଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି। ୩୨ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ନିଜର ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲୋକଙ୍କୁ ଏହି ଭାଇରସକୁ ନେଇ ସର୍ତକ ଓ ସାବଧାନ ରହିବା କଥା କହିଛନ୍ତି। ରୋହିତ୍ କହିଛନ୍ତି, “ଗତ କିଛି ସପ୍ତାହ ହେବ ଆମେ ସମସ୍ତେ କଠିନ ସମୟ […]

ଅଦ୍ୟତନ ହୋଇଛି
କରୋନା ପାଇଁ ସର୍ତକ କରାଇଲେ ରୋହିତ୍‌, ଦେଖନ୍ତୁ ଭିଡିଓ

rohit

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବର୍ତ୍ତମାନ ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଦେଶବାସୀଙ୍କୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି। ୩୨ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ନିଜର ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲୋକଙ୍କୁ ଏହି ଭାଇରସକୁ ନେଇ ସର୍ତକ ଓ ସାବଧାନ ରହିବା କଥା କହିଛନ୍ତି।

Advertisment

ରୋହିତ୍ କହିଛନ୍ତି, "ଗତ କିଛି ସପ୍ତାହ ହେବ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ ଏବଂ ପୂରା ଦୁନିଆ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ଯଦି ଆମେ ସମସ୍ତେ ଏକାଠି ହୋଇ ଏହି ଭାଇରସ୍ ବିରୋଧରେ ଲଢ଼ିବା, ତାହେଲେ ସ୍ଥିତିରେ ସୁଧାର ଆସିବ। କିନ୍ତୁ ବର୍ତ୍ତମାନ ଆମକୁ ସର୍ତକ ଓ ସାବଧାନ ରହିବା ସହ ନିଜ ଆଖପାଖର ସୂଚନା ମଧ୍ୟ ରଖିବା ଦରକାର।

Advertisment


ଯଦି ସେଭଳି କିଛି ଲକ୍ଷଣ ସାମ୍ନାକୁ ଆସେ, ତାହେଲେ ତୁରନ୍ତ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। କାରଣ ଆମେ ନିଜ ପିଲାମାନଙ୍କୁ ସ୍କୁଲ୍ ଯିବା, ନିଜେ ମଲ୍ ଯିବା ଏବଂ ଫିଲ୍ମ ଦେଖିବା ଥିଏଟର ଯିବାକୁ ଚାହୁଁ। ଏଭଳି ଏକ ମାରାତ୍ମକ ଭାଇରସ୍ ପାଇଁ ଡାକ୍ତରମାନେ ଯେଉଁଭଳି ଉଦ୍ୟମ କରୁଛନ୍ତି, ତାହା ପ୍ରଶଂସାଯୋଗ୍ୟ।

ଶେଷରେ ମୁଁ ଏତିକି କହିବାକୁ ଚାହୁଁଛି ଯେ ଯେଉଁମାନେ ଏହି ଭାଇରସରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ।" ସୂଚନାଯୋଗ୍ୟ, କରୋନା ଯୋଗୁ ସାରା ବିଶ୍ୱରେ ୬ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe