Advertisment

ବାରବାଟୀରେ ସିରିଜ ବରାବର କରିବୁ: ଭୁବନେଶ୍ୱର କୁମାର

କଟକ(ଓଡ଼ିଶା ରିପୋର୍ଟର): ‘ପ୍ରଥମ ମ୍ୟାଚ୍‌ରେ ବୋଲିଂ ଭଲ ନ ହେବାରୁ ହାରିଲୁ। କଟକ ମ୍ୟାଚ୍‌ରେ ଭଲ ବୋଲିଂ ସହ ବ୍ୟାଟିଂ କରି ସିରିଜ ସମାନ ସ୍ତରକୁ ଆଣିବୁ।’ ଆଜି ବାରବାଟୀରେ ପ୍ରାକ୍ଟିସ କରିବା ପୂର୍ବରୁ ଭୁବନେଶ୍ୱର କୁମାର ପ୍ରେସମିଟ୍‌ରେ ଏହା କହିଛନ୍ତି। ସେ କହିଛନ୍ତି, ଯେଉଁମାନେ IPLରେ ଭଲ ଖେଳିଥିଲେ ସେମାନେ ଦଳରେ ଅଛନ୍ତି। ଅବଶ୍ୟ ସିନିୟର ବୋଲର ନାହାନ୍ତି। ଯେତିକି ନୂଆ ବୋଲର ରହିଛନ୍ତି, ସେମାନଙ୍କୁ ନେଇ ଖେଳିବାକୁ ପଡ଼ିବ। ନୂଆ ବୋଲରଙ୍କୁ ଦାୟିତ୍ୱ ନେଇ […]

ଅଦ୍ୟତନ ହୋଇଛି
ବାରବାଟୀରେ ସିରିଜ ବରାବର କରିବୁ: ଭୁବନେଶ୍ୱର କୁମାର

Bhubaneswar

Advertisment

କଟକ(ଓଡ଼ିଶା ରିପୋର୍ଟର): ‘ପ୍ରଥମ ମ୍ୟାଚ୍‌ରେ ବୋଲିଂ ଭଲ ନ ହେବାରୁ ହାରିଲୁ। କଟକ ମ୍ୟାଚ୍‌ରେ ଭଲ ବୋଲିଂ ସହ ବ୍ୟାଟିଂ କରି ସିରିଜ ସମାନ ସ୍ତରକୁ ଆଣିବୁ।’ ଆଜି ବାରବାଟୀରେ ପ୍ରାକ୍ଟିସ କରିବା ପୂର୍ବରୁ ଭୁବନେଶ୍ୱର କୁମାର ପ୍ରେସମିଟ୍‌ରେ ଏହା କହିଛନ୍ତି।

Advertisment

ସେ କହିଛନ୍ତି, ଯେଉଁମାନେ IPLରେ ଭଲ ଖେଳିଥିଲେ ସେମାନେ ଦଳରେ ଅଛନ୍ତି। ଅବଶ୍ୟ ସିନିୟର ବୋଲର ନାହାନ୍ତି। ଯେତିକି ନୂଆ ବୋଲର ରହିଛନ୍ତି, ସେମାନଙ୍କୁ ନେଇ ଖେଳିବାକୁ ପଡ଼ିବ। ନୂଆ ବୋଲରଙ୍କୁ ଦାୟିତ୍ୱ ନେଇ ଭଲ ଖେଳ ଦେଖାଇବାକୁ ପଡ଼ିବ। ବିଶ୍ୱ କପ୍‌କୁ ଯିବା ପୂର୍ବରୁ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ। ବୋଲିଂ ଠିକ୍ ନହେଲେ କ୍ୟାପଟେନ୍ କ’ଣ ବା କରିପାରିବ ? ବୋଲିଂ ଭଲ ହେଲେ କ୍ୟାପଟେନଙ୍କ ଉପରେ ଶ୍ରେୟ ଯାଇଥାଏ। ନଚେତ ନିଷ୍ପତ୍ତି ଖରାପ ବୋଲି ଲୋକେ କହିଥାନ୍ତି। ଉମ୍ରାନ ମଲିକ ଖେଳିବା ନିଷ୍ପତ୍ତି କୋଚ୍ ଓ କ୍ୟାପଟେନ୍ ନେବେ। ଏହା ମୋ ପକ୍ଷେ କହିବା ମୁସକିଲ।

ଗତମ୍ୟାଚ୍‌ରେ ବୋଲରମାନେ ରନ ରୋକିବା ମାନସିକତା ନେଇ ପଡ଼ିଆକୁ ଓହ୍ଲାଇ ଥିଲେ। ହେଲେ ଏହା ସଠିକ୍ ପ୍ରମାଣିତ ହେଲାନାହିଁ। ଉତ୍ତମ ଖେଳ ଦେଖାଉଥିବା ପ୍ରତିପକ୍ଷ ବ୍ୟାଟରଙ୍କୁ ଶୀଘ୍ର ଆଉଟ କରିବା ଆସନ୍ତାକାଲି ମ୍ୟାଚର ପ୍ରଥମ ଲକ୍ଷ୍ୟ ହେବ। ବାରବାଟୀ ଛୋଟ ପଡ଼ିଆ ବୋଲି ସମସ୍ତଙ୍କୁ ଜଣାଅଛି। ତେଣୁ ରନ ରୋକିବାରେ ବୋଲରଙ୍କ ନିମନ୍ତେ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିବ। ତେବେ  ଛୋଟ ପଡ଼ିଆରେ ଖେଳିବାର ଅଭିଜ୍ଞତା ଥିବାରୁ ସମସ୍ୟା ହେବନି ବୋଲି ଭୁବନେଶ୍ୱର କୁମାର କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଆସନ୍ତାକାଲି ବାରବାଟୀରେ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତୀୟ କ୍ରିକେଟ ଟିମ୍‌ ଦ୍ୱିତୀୟ ଟି-୨୦ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ ଖୁବ୍ ରୋଚକ ହେବ ବୋଲି ଖେଳପ୍ରେମୀଙ୍କ ଭିତରେ ଆଶା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe