sri-lanka-vs-west-indise
ଗାଲେ: ଗାଲେରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ୱେଷ୍ଟ ଇଣ୍ଡିଜର ଇନିଂସ ପରାଜୟ ହୋଇଛି। ଦଳ ୬ ରନରେ ମ୍ୟାଚ୍ ହାରିଯାଇଛି। ଏହି ମ୍ୟାଚରେ ଶ୍ରୀଲଙ୍କାର ସ୍ପିନର ରଙ୍ଗାନା ହେରାଥ୍ ୧୦ଟି ୱିକେଟ୍ ଅକ୍ତିଆର କରି ୱେଷ୍ଟ୍ ଇଣ୍ଡିଜକୁ ଧରାଶୟୀ କରି ଦେଇଥିଲେ। ୬୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ହେରାଥ ଆଉ ୧୧ଟି ୱିକେଟ୍ ନେଲେ ୩୦୦ ଟେଷ୍ଟ୍ ୱିକେଟ୍ ନେବାରେ ଶ୍ରୀଲଙ୍କାର ତୃତୀୟ ଖେଳାଳି ବନିଯିବେ।
ଶ୍ରୀଲଙ୍କା ପ୍ରଥମ ଇନିଂସରେ ୪୮୪ ରନ କରିଥିଲା। ଏହାକୁ ପିଛା କରି ପ୍ରଥମ ଇନିଂସରେ ୨୫୧ରନରେ ଅଲଆଉଟ ହୋଇଥିଲା ୱେଷ୍ଟ ଇଣ୍ଡିଜ୍। ଶ୍ରୀଲଙ୍କା ଫୋଲୋନ ଦେବା ପରେ ୱେଷ୍ଟ ଇଣ୍ଡିଜ୍ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଏଥିରେ ଶ୍ରୀଲଙ୍କାର ବୋଲର ରଙ୍ଗାନା ହେରଥଙ୍କ ଘାତକ ବୋଲିଂ ଯୋଗୁଁ ୱେଷ୍ଟ ଇଣ୍ଡିଜ ମାତ୍ର ୨୨୭ରେ ଅଲଆଉଟ ହୋଇଯାଇଥିଲା। ଦଳପକ୍ଷରୁ ଜରମାଇନ୍ ବ୍ଲାକ୍ଉଡ୍ ସର୍ବାଧିକ ୯୨ ରନ୍ (୧୬୯ ବଲ୍) କରିଥିଲେ। ସେହିପରି କ୍ରେଗ୍ ବ୍ରେଥୱେଇଟ୍ ୩୪(୮୭), ଡାରେନ୍ ବ୍ରାଭୋ ୩୧(୯୯) ରନ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ଇନିଂସରେ ହେରାଥ ୪ଟି ୱିକେଟ୍, ପ୍ରସାଦ ଓ ଶିରିୱାରଦାନା ୨ ଟି ଲେଖାଁଏ ୱିକେଟ ନେଇ ୱେଷ୍ଟ ଇଣ୍ଡିଜକୁ ଧରାଶାୟୀ କରି ଦେଇଥିଲେ।
ପ୍ରଥମ ଇନିଂସରେ ଶ୍ରୀଲଙ୍କା ପକ୍ଷରୁ ଦିମୁଥ୍ କରୁନାଥାନେ ୧୮୬ (୪୮୨), ଦିନେଶ ଚାନ୍ଦିମାଲ ୧୫୧ (୩୮୬) ଓ ଆଞ୍ଜିଲେ ମାଥ୍ୟୁସ୍ ୪୮(୧୨୪) ରନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/386123-sri-lanka11-afp.jpg)