ପ୍ରଥମ ଟେଷ୍ଟ: ୧୫୦ ରନ୍‌ରେ ୱେଷ୍ଟଇଣ୍ଡିଜ ଅଲ୍ ଆଉଟ୍

ପୁରା ୱେଷ୍ଟଇଣ୍ଡିଜ ଟିମ୍ ୧୫୦ରନରେ ଅଲ୍ ଆଉଟ୍ ହୋଇ ଯାଇଥିବା ବେଳେ ମଜବୁତ ସ୍ଥିତିରେ ଅଛି ଟିମ୍ ଇଣ୍ଡିଆ ।

Match

ଟେଷ୍ଟ ମ୍ୟାଚ୍‌ର ଦୃଶ୍ୟ ।

Niharika Rout
  • Published: Thursday, 13 July 2023
  • Updated: 13 July 2023, 04:24 PM IST

Sports

Latest News

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିଁ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି ।

ପୁରା ୱେଷ୍ଟଇଣ୍ଡିଜ ଟିମ୍ ୧୫୦ରନରେ ଅଲ୍ ଆଉଟ୍ ହୋଇ ଯାଇଥିବା ବେଳେ ମଜବୁତ ସ୍ଥିତିରେ ଅଛି ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ମାତ୍ର ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ।

ରବିଚନ୍ଦ୍ରନ ଅଶ୍ୱିନ ୫ ୱିକେଟ ଅକ୍ତିଆର କରିଛନ୍ତି। ଟେଷ୍ଟରେ ଏହା ତାଙ୍କର ୩୩ତମ ଓ କାରିବିୟାନ ମାଟିରେ ଚତୁର୍ଥ ୫ ୱିକେଟ ସଫଳତା। ଭାରତ ପକ୍ଷରୁ ଅଶ୍ୱିନ୍‌ ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ଓ ଇଶାନ୍‌ କିଶନ୍‌ ଏହି ମ୍ୟାଚ୍‌ରେ ଟେଷ୍ଟ ପଦାର୍ପଣ କରିଥିଲେ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos