Advertisment

ସୁନା ମୁକୁଟ, ସର୍ବୋଚ୍ଚ ବେସାମାରିକ ସମ୍ମାନ ଓ ୫ କୋଟିରୁ ଅଧିକ ଟଙ୍କା ପାଇବେ ଅର୍ଶଦ ନଦୀମ

୩୨ ବର୍ଷ ପରେ ପାକିସ୍ତାନ ମଧ୍ୟ ଅଲିମ୍ପିକ୍ସରେ କୌଣସି ପଦକ ଜିତିବାକୁ ସକ୍ଷମ ହୋଇଛି। ନଦୀମ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ କରିଛନ୍ତି।

Arshad Nadeem

Arshad Nadeem

Advertisment

ଅଲିମ୍ପିକ୍ସରେ ପାକିସ୍ତାନର ଟେକ ରଖିଛନ୍ତି ଜାଭେଲିନ ଥ୍ରୋୟର ଅର୍ଶଦ ନଦୀମ। ସେ ଜାଭେଲିନରେ ପାକିସ୍ତାନ ପାଇଁ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ସେ ଦୁଇ ଥର ଅଲିମ୍ପିକ୍ସ ରେକର୍ଡ ସହ ପ୍ୟାରିସରେ ପାକିସ୍ତାନ ପାଇଁ ପ୍ରଥମ ଖେଳାଳି ଭାବେ ଦୌଡ଼କୁଦରେ ସ୍ୱର୍ଣ୍ଣ ଜିତିବାର ଗୌରବ ହାସଲ କରିଛନ୍ତି। ୩୨ ବର୍ଷ ପରେ ପାକିସ୍ତାନ ମଧ୍ୟ ଅଲିମ୍ପିକ୍ସରେ କୌଣସି ପଦକ ଜିତିବାକୁ ସକ୍ଷମ ହୋଇଛି। ନଦୀମ ୯୨.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ କରିଛନ୍ତି।

Advertisment

ଐତିହାସକ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ପାଇଁ ପାକିସ୍ତାନରେ କୋଟି କୋଟି ଟଙ୍କାର ପୁରସ୍କାର ଓ ସମ୍ମାନ ଘୋଷଣା କରାଯିବାରେ ଲାଗିଛି। ସେ ୧୫୦ ମିଲିୟନରୁ ଅଧିକ ପାକିସ୍ତାନ ମୁଦ୍ରା ବା ପ୍ରାୟ ୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପାଇବେ। ଏହି ଅର୍ଥ ମଧ୍ୟରୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ମାରୟମ ନୱାଜ ୧୦୦ ମିଲିୟନ ପାକିସ୍ତାନୀ ମୁଦ୍ରା ନଦୀମଙ୍କ ପାଇଁ ଘୋଷଣା କରିଛନ୍ତି। ପଞ୍ଜାବର ରାଜ୍ୟପାଳ ସରଦାର ସଲୀମ ହାଇଦର ଖାନ ମଧ୍ୟ ତାଙ୍କୁ ୨ ମିଲିୟନ ପାକିସ୍ତାନୀ ମୁଦ୍ରା ଦେବେ।

ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ କରାଚି ମେୟର ମୁର୍ତାଜା ୱାହାବ ମିଳିତ ଭାବେ ସ୍ୱର୍ଣ୍ଣ ବିଜେତା ନଦୀମଙ୍କ ପାଇଁ ୫୦ ମିଲିୟନ ପାକିସ୍ତାନୀ ମୁଦ୍ରା ଘୋଷଣା କରିଛନ୍ତି। ସିନ୍ଧ ରାଜ୍ୟପାଳ କମରାନ ତେସୋରି ବି ଅତିରିକ୍ତ ଭାବେ ୧ ମିଲିୟନ ପରକିସ୍ତାନୀ ମୁଦ୍ରା ତାଙ୍କୁ ଦେବେ।

Advertisment

ପାକିସ୍ତାନର ଲୋକପ୍ରିୟ ସିଙ୍ଗର ଅଲୀ ଜାଫର ଓ କ୍ରିକେଟର ଅହମଦ ଶେହଜାଦ ମଧ୍ୟ ନଦୀଙ୍କ ପାଇଁ ୧ ମିଲିୟନ ଲେଖାଏ ପାକିସ୍ତାନ ମୁଦ୍ରା ଘୋଷଣା କରିଛନ୍ତି।

ପାକିସ୍ତାନ ସଂସଦ ସର୍ବସମ୍ମତିକ୍ରମେ ନଦୀମଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରିବାକୁ ନିଷ୍ପତ୍ତି ନେଇଛି। ସଂସଦର ଉପାଧ୍ୟକ୍ଷ ସୟଦଲ ଖାନ ନସିର ପାକିସ୍ତାନ ଆସିବା ପରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରାତ୍ର ଭୋଜନର ବ୍ୟବସ୍ଥା କରିବେ।

ସିନ୍ଧ ସରକାରଙ୍କ ମୁଖପାତ୍ର ଓ ସୁକ୍କୁର ମେୟର ବାରିଷ୍ଟର ଇସଲାମ ଶେଖ କହିଛନ୍ତି ଯେ ନଦୀମ ପାକିସ୍ତାନ ଆସିବା ପରେ ତାଙ୍କୁ ସୁନା ମୁକୁଟ ଦେଇ ସମ୍ମାନୀତ କରାଯିବ। ସୁକ୍କୁରରେ ଗୋଟିଏ ନୂଆ ଷ୍ଟାଡିୟମ ନଦୀମଙ୍କ ନାଁରେ ନାମିତ କରାଯିବ।

କରାଚି ମେୟର ୱାହବ ଆହୁରି କହିଛନ୍ତି ଯେ କରାଚିରେ ଅର୍ଶଦ ନଦୀମ ଆଥଲେଟିକ୍ସ ଏକାଡେମୀ ପ୍ରତିଷ୍ଠା ହେବ । ଏହାବାଦ ପାକିସ୍ତାନର ପ୍ରମୁଖ ସୋଲାର ଏନର୍ଜୀ କମ୍ପାନୀ ବାଇକନ ପକ୍ଷରୁ ନଦୀମଙ୍କୁ ଗୋଟିଏ ସୋଲାର ଏନର୍ଜୀ ସିଷ୍ଟମ ଦିଆଯିବ।

Paris Olympics 2024 Paris Olympics Olympics 2024 Arshad Nadeem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe