Advertisment

ଟଙ୍କା ଠାରୁ ସରକାରୀ ଚାକିରି: ଅଲିମ୍ପିକ୍ସ ପଦକ ବିଜେତା କ’ଣ ସବୁ ପାଇବେ?

ଶୁଟର ମନୁ ଭାକର ଏକାକୀ ଦୁଇଟି ପଦକ ଜିତିଥିବା ବେଳେ ନୀରଜ ଚୋପ୍ରା ଜାଭେଲିନରେ ରୌପ୍ୟ ମେଡାଲ ଜିତିଛନ୍ତି।

Manu

Manu

Advertisment

ପ୍ୟାରିସରେ ଅଲିମ୍ପିକ୍ସ ଖେଳିବାକୁ ଭାରତରୁ ୧୧୭ ଜଣ ଯାଇଥିବା ବେଳେ ଦେଶକୁ କେବଳ ୬ଟି ପଦକ ମିଳିଛି। ଟୋକିଓ ଅଲିମ୍ପିକ୍ସ ତୁଳନାରେ ଏହା ଗୋଟିଏ କମ। ଭାରତର ଅଧିକାଂଶ ଆଥଲେଟ ବିଭିନ୍ନ କ୍ରୀଡ଼ାରେ ୪ର୍ଥ ସ୍ଥାନରେ ରହି ପଦକ ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି।

Advertisment

ଶୁଟର ମନୁ ଭାକର ଏକାକୀ ଦୁଇଟି ପଦକ ଜିତିଥିବା ବେଳେ ନୀରଜ ଚୋପ୍ରା ଜାଭେଲିନରେ ରୌପ୍ୟ ମେଡାଲ ଜିତିଛନ୍ତି। ଭାରତୀୟ ହକି ଟିମ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି। ଏହାବାଦ ଶୁଟଂରେ ଓ ରେଲସିଂରେ ମଧ୍ୟ ଭାରତକୁ ଆଉ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି।

ମନୁ ଭାକର(ଶୁଟିଂ):ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ମନୁ ଭାକର ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଛନ୍ତି। ପଦକ ଜିତିବା ପରେ ତାଙ୍କ ପାଇଁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ୩୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ। ସେହିପରି ତାଙ୍କ ବ୍ରାଣ୍ଡ ମୂଲ୍ୟ ମଧ୍ୟ ଦେଢ଼ କୋଟି ପାର କରି ଯାଇଛି। ୨୨ ବର୍ଷୀୟ ମନୁ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜା ବାହାକ ସାଜିଥିଲେ।

Advertisment

ସରବଜୋତ ସିଂହ(ଶୁଟିଂ): ମନୁଙ୍କ ସହ ମିଶି ୧୦ ମିଟର ଏୟା ପିସ୍ତଲ ମିକ୍ସଡ ଇଭେଣ୍ଟରେ ଅମ୍ବାଲାର ସରବଜୋତ ବ୍ରୋଞ୍ଜ ପଦକ ଜିତିଥିଲେ। ୨୨ ବର୍ଷୀୟ ସରବଜୋତଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ୨୨.୫ ଲକ୍ଷ ଟଙ୍କାର ଚେକ ମିଳିଛି। ସେହିପରି ହରିୟାଣା ସରକାର ତାଙ୍କୁ ଚାକିରି ମଧ୍ୟ ଅଫର କରିଥିଲେ। ହେଲେ ସେ ଚାକିରି କରିବେ ନାହିଁ ବୋଲି କହିଛନ୍ତି।

ସ୍ୱପ୍ନିଲ କୁଶାଲେ(ଶୁଟିଂ): ପ୍ରଥମ ଭାରତୀୟ ଶୁଟର ଭାବେ ସ୍ୱପ୍ନିଲ ୫୦ ମିଟର ରାଇଫଲ ଥ୍ରୀ ଫୋଜିସନରେ ଅଲିମ୍ପିକ୍ସ ପଦକ ଜିତିଛନ୍ତି। ସେ ବ୍ରୋଞ୍ଜ ପଦକ ଜିତିବା ପରେ ତାଙ୍କୁ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି ପଦକ ମିଳିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ସେ ୧ କୋଟି ଟଙ୍କା ପୁରସ୍କାର ଆକାରରେ ପାଇଛନ୍ତି।

ଭାରତୀୟ ହକି ଟିମ: ସ୍ପେନକୁ ୨-୧ରେ ହରାଇ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିଛି। ଗୋଲକିପର ପିଆର ଶ୍ରୀଜେଶଙ୍କ ବିଦାୟୀ ମ୍ୟାଚ୍‌ରେ ଦଳ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ପରେ ହକି ଇଣ୍ଡିଆ ପ୍ରତି ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏ ଘୋଷଣା କରିଛି। ସେହିପରି ସପୋର୍ଟ ଷ୍ଟାଫ ମଧ୍ୟ ୭.୫ ଲକ୍ଷ ଲେଖାଏ ପାଇବେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କ ପାଇଁ ୪ କୋଟି ଓ ଟିମର ବାକି ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏ ଘୋଷଣା କରିଛନ୍ତି। ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ଓଡ଼ିଶା ସରକାର ୧୦ ଲକ୍ଷ ଟଙ୍କା ଲେଖାଏ ଦେବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପୂରା ଟିମ ପାଇଁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।

ନୀରଜ ଚୋପ୍ରା(ଜାଭେଲିନ): ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି। ପାକିସ୍ତାନର ଅର୍ଶଦ ନଦୀମ ଏହି ଇଭେଣ୍ଟରେ ଅଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ନୀରଜଙ୍କ ପାଇଁ କୌଣସି ଆର୍ଥିକ ପୁରସ୍କାର ଘୋଷଣା ହୋଇ ନଥିଲେ ହେଁ ସେ ବିଭିନ୍ନ କ୍ଷେତ୍ରରୁ ଏକାଧିକ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ୨୦୨୧ରେ ନୀରଜ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କୁ ହରିୟାଣା ସରକାର ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଦେଇଥିଲେ।

ଅମନ ଶେହରୱା(ରେସଲିଂ): ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଏକମାତ୍ର ରେସଲର ଭାବେ ଅମନ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ସେ ଭାରତର ଯୁବକ ଆଥଲେଟ ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ସେ ବ୍ରୋଞ୍ଜ ପଦକ ଜିତିଥିଲେ ହେଁ ତାଙ୍କ ପାଇଁ ଏଯାଏ କୌଣସି ପୁରସ୍କାର ଘୋଷଣା କରାଯାଇ ନାହିଁ।

Neeraj Chopra Paris Olympics 2024 Olympics 2024 Manu Bhaker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe