Advertisment

କ’ଣ ପାଇଁ ଏସିଆନ୍‌ ଗେମ୍ସ ସ୍ୱର୍ଣ୍ଣ ବିଜେତା ସୁଧା ୩୦ ଲକ୍ଷ ଟଙ୍କାର ପୁରସ୍କାର ନେବାକୁ ମନାକଲେ

ଲକ୍ଷ୍ନୌ: ଏସିଆଡ୍‌ରେ ୩ ହଜାର ମିଟର୍‌ ଷ୍ଟିପଲ୍‌ଚେଜ୍ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଜିତିଥିବା ତଥା ୯ ଥରର ଜାତୀୟ ଚାମ୍ପିୟନ୍‌ ସୁଧା ସିଂହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ୩୦ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସମ୍ବର୍ଦ୍ଧନା ସଭାରେ ସେ ଏପରି ମନା କରିବା ସହ ତାଙ୍କୁ ଟଙ୍କା ନୁହେଁ, ଚାକିରି ଦରକାର ବୋଲି ମଧ୍ୟ ଦାବି କରିଛନ୍ତି। ସଭା ମଝିରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବା ପରେ ମୁଖ୍ୟମନ୍ତ୍ରୀ […]

କ’ଣ ପାଇଁ ଏସିଆନ୍‌ ଗେମ୍ସ ସ୍ୱର୍ଣ୍ଣ ବିଜେତା ସୁଧା ୩୦ ଲକ୍ଷ ଟଙ୍କାର ପୁରସ୍କାର ନେବାକୁ ମନାକଲେ

w1

Advertisment

ଲକ୍ଷ୍ନୌ: ଏସିଆଡ୍‌ରେ ୩ ହଜାର ମିଟର୍‌ ଷ୍ଟିପଲ୍‌ଚେଜ୍ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଜିତିଥିବା ତଥା ୯ ଥରର ଜାତୀୟ ଚାମ୍ପିୟନ୍‌ ସୁଧା ସିଂହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ୩୦ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସମ୍ବର୍ଦ୍ଧନା ସଭାରେ ସେ ଏପରି ମନା କରିବା ସହ ତାଙ୍କୁ ଟଙ୍କା ନୁହେଁ, ଚାକିରି ଦରକାର ବୋଲି ମଧ୍ୟ ଦାବି କରିଛନ୍ତି।

Advertisment

ସଭା ମଝିରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁଧାଙ୍କୁ ଚାକରି ମିଳିବ ବୋଲି କହିବା ପରେ ଯାଇ ସେ ପୁରସ୍କାର ରାଶି ଗ୍ରହଣ କରିଛନ୍ତି।

publive-image

ସୁଧା ୨୦୧୨ ଏସିଆନ୍‌ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ବେଳେ ୨୦୧୮ ଜାକର୍ତ୍ତା ଏସିଆଡ୍‌ରେ ରୌପ୍ୟ ପଦକ ଜିତିଥିଲେ। ଏହା ସତ୍ତ୍ୱେ ସରକାର ତାଙ୍କୁ ରାଜ୍ୟ କ୍ରୀଡା ବିଭାଗର ଉପ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ନ ଦେବାରୁ ସୁଧା ସରକାରଙ୍କୁ ସିଧାସଳଖ ଧମକ ଦେଇଥିଲେ।

Advertisment

ସୁଧାଙ୍କୁ ପୁରସ୍କୃତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟପାଳ ରାମ ନାଏକ ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ସୁଧା ପୁରସ୍କାର ରାଶି ଗ୍ରହଣ ନ କରି ଚାଲିଯାଇଥିଲେ। ଫଳରେ ସଭା କାର୍ଯ୍ୟ ୫ ମିନିଟ୍‌ ବନ୍ଦ ହୋଇଥିଲା।

ସୁଧା କହିଥିଲେ, 'ମୁଁ ଟଙ୍କା ନୁହେଁ ଚାକିରି ଚାହେଁ। ଏହି ପୁରସ୍କାର ଅର୍ଥକୁ ସରକାର ଯୁବ ଖେଳାଳିଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। କିନ୍ତୁ ମୋତେ ଚାକିରି ଦିଅନ୍ତୁ।"

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe