Advertisment

ଭିନେଶ ଅଯୋଗ୍ୟ ହେବା ସମ୍ପର୍କରେ କ’ଣ କହିଲେ ଟିମର ଡାକ୍ତର?

୨.୭ କେଜି ଓଜନ ହ୍ରାସ ପାଇଁ ମାତ୍ର ୧୨ ଘଣ୍ଟାର ସମୟ ମିଳିଥିଲା। ଯଦି ଆଉ କିଛି ଅତିରିକ୍ତ ଘଣ୍ଟା ମିଳିଥାଆନ୍ତା, ତା’ହେଲେ ଭିନେଶ ନିଶ୍ଚିତ ଭାବେ ଧାର୍ଯ୍ୟ ସୀମାକୁ ପାର କରିଯାଇ ଥାଆନ୍ତେ।

Vinesh Phogat

Vinesh Phogat

Advertisment

ଅଲିମ୍ପିକ୍ସକୁ ଯାଇଥିବା ଭାରତୀୟ କଣ୍ଟିଜେଣ୍ଟର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଦିନଶ ପାରଡିୱାଲା ଷ୍ଟାର ରେସଲର ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତି ଉପରେ ନିଜର ମତ ରଖିଛନ୍ତି। ତାଙ୍କ କହିବା କଥା ଯେ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ ପୂର୍ବରୁ ଭିନେଶଙ୍କ ଓଜନ ଧାର୍ଯ୍ୟ ସୀମା ଠାରୁ ୨ କେଜି ଅଧିକ ରହିଥିଲା।

Advertisment

ଏହାକୁ ହ୍ରାସ କରିବା ପାଇଁ ସବୁ ପ୍ରକାରର ବିକଳ୍ପକୁ ବ୍ୟବହାର କରାଯାଇଥିଲା। ହେଲେ ଭିନେଶ ଅତିରିକ୍ତ ୧୦୦ ଗ୍ରାମ ଓଜନ ହ୍ରାସ କରିବାକୁ ସକ୍ଷମ ହୋଇ ପାରି ନଥିଲେ। ରାତି ତମାମ ଓଜନ ହ୍ରାସ କରିବା ପାଇଁ ସମସ୍ତେ ସବୁ ପ୍ରକାରର ଚେଷ୍ଟା କରିଥିଲେ। କିନ୍ତୁ ସବୁ କିଛି ବିଫଳ ହୋଇଥିବା ସେ କହିଛନ୍ତି।

୫୦ କେଜି ମହିଳା ରେସଲିଂର ଫାଇନାଲକୁ ଯାଇଥିବା ଭିନେଶଙ୍କୁ ଆଜି ସକାଳେ ଅଲିମ୍ପିକ୍ସରୁ ଡିସକ୍ୱାଲିଫାଏଡ କରି ଦିଆଯାଇଥିଲା। ତାଙ୍କ ଓଜନ ଧାର୍ଯ୍ୟ ସୀମା ରେଖା ଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ଏପରି ପଦକ୍ଷେପ ନେଇଥିଲା ଅଲିମ୍ପିକ୍ସ ଆସୋସିଏସନ। ଏବେ ଭିନେଶଙ୍କ ସ୍ଥାନରେ ତାଙ୍କ ଠାରୁ ସେମିରେ ହାରିଥିବା କ୍ୟୁବାର ଗୁଜମାନ ଲୋପେଜ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ।

Advertisment

ଏହି ଖବର ପରେ ଭିନେଶ ପୂରା ଭାଙ୍ଗି ପଡ଼ିଛନ୍ତି। ରାତି ତମାମ ପରିଶ୍ରମ କରିବା ପରେ ମଧ୍ୟ ସେ ନିରାଶ ହୋଇପଡ଼ିଥିଲେ। ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏନର ସଭାପତି ପିଟି ଉଷା ମଧ୍ୟ ଭେଟିଥିଲେ।

ହସ୍ପିଟାଲ ବେଡରେ ଥିବା ବେଳେ ଭିନେଶଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଓଜନ କମାଇବା ପାଇଁ ସେ ନିଜର ଚୁଟି ମଧ୍ୟ କାଟି ଦେଇଥିବା ଏହି ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଏସବୁ ଭିତରେ ଡାକ୍ତର ପାରଡିୱାଲା କହିଛନ୍ତି, “ ଭିନେଶ ଫୋଗାଟଙ୍କ ନ୍ୟୁଟ୍ରନିଷ୍ଟ ଆଶା କରିଥିଲେ ଯେ ସାଧାରଣ ପ୍ରକ୍ରିୟାରେ ଅତିରିକ୍ତ ଓଜନ କମିଯିବ। କିନ୍ତୁ ଏହା ଘଟି ନଥିଲା। ବେଳେବେଳେ କ୍ରମାଗତ ମ୍ୟାଚ୍‌ ଯୋଗୁ ଖେଳାଳିଙ୍କ ଓଜନ ବଢ଼ି ଯାଇଥାଏ। କାରଣ ବାଉଟ ପାଇଁ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ପାଣି ଓ ଉଚ୍ଚ ଏନରର୍ଜୀ ଥିବା ଖାଦ୍ୟ ଦିଆଯାଏ।

ମଙ୍ଗଳବାର ଭିନେଶ ୩ଟି ବ୍ୟାକ ଟୁ ବ୍ୟାକ ମ୍ୟାଚ୍‌ ଖେଳିଥିଲେ। ତେଣୁ କୌଣସି ପ୍ରକାରର ଡିହାଇଡ୍ରେସନ ସମସ୍ୟାକୁ ଏଡ଼ାଇବା ପାଇଁ ତାଙ୍କୁ ଅଧିକ ପାଣି ଦିଆଯାଇଥିଲା। ମ୍ୟାଚ୍‌ ଗୁଡ଼ିକ ପରେ ଆମେ ତାଙ୍କ ଓଜନ ସ୍ୱାଭାବିକ ଠାରୁ ଅଧିକ ରହିଥିବା ଜାଣିବାକୁ ପାଇଥିଲୁ।

ଓଜନ ବଢ଼ିଥିବାରୁ କୋଚ୍‌ ଏହାକୁ ହ୍ରାସ କରିବା ପାଇଁ ସାଧାରଣ ପ୍ରକ୍ରିୟା ଆପଣାଇଥିଲେ। ଓଜନ ହ୍ରାସ ପାଇଯିବ ବୋଲି ସେ ଆଶାବାଦୀ ମଧ୍ୟ ଥିଲେ। ରାତି ତମାମ ଓଜନ ହ୍ରାସ ପ୍ରକ୍ରିୟା ଚାଲିଥିଲା। ସକାଳୁ ମଧ୍ୟ ଓଜନ ହ୍ରାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଥାପି ଧାର୍ଯ୍ୟ ସୀମା ଠାରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ରହି ଯାଇଥିଲା। ତେଣୁ ସେ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

ଆମେ ଓଜନ ହ୍ରାସ ପାଇଁ ସବୁ ପ୍ରକାରର କଠିନ ବ୍ୟବସ୍ଥା ଆପଣାଇଥିଲୁ। ଏହା ମଧ୍ୟରେ ତାଙ୍କ ଚୁଟି କଟା ଯାଇଥିଲା। କପଡ଼ା ଛୋଟ କରାଯାଇଥିଲା। ତଥାପି ଆମେ ୫୦ କେଜି ଓଜନ ସୀମାକୁ ଛୁଇଁବାକୁ ସକ୍ଷମ ହୋଇ ନଥିଲୁ।”

ଡାକ୍ତର ପାରଡିୱାଲା ଆହୁରି କହିଛନ୍ତି ଯେ ଯଦି ଆଉ କିଛି ଘଣ୍ଟାର ସମୟ ମିଳିଥାଆନ୍ତା, ତା’ହେଲେ ଭିନେଶ ନିଶ୍ଚିତ ଧାର୍ଯ୍ୟ ଓଜନ ସୀମାକୁ ଛୁଇଁ ପାରିଥାଆନ୍ତେ। ସେମି ଫାଇନାଲ ପରେ ଭିନେଶଙ୍କ ଓଜନ ଧାର୍ଯ୍ୟ ସୀମା ଠାରୁ ୨.୭ କେଜି ବଢ଼ି ଯାଇଥିଲା। ଏହାକୁ ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଥିଲା।

୨.୭ କେଜି ଓଜନ ହ୍ରାସ ପାଇଁ ମାତ୍ର ୧୨ ଘଣ୍ଟାର ସମୟ ମିଳିଥିଲା। ଯଦି ଆଉ କିଛି ଅତିରିକ୍ତ ଘଣ୍ଟା ମିଳିଥାଆନ୍ତା, ତା’ହେଲେ ଭିନେଶ ନିଶ୍ଚିତ ଭାବେ ଧାର୍ଯ୍ୟ ସୀମାକୁ ପାର କରିଯାଇ ଥାଆନ୍ତେ।

ଓଜନ ମାପିବା ପାଇଁ ସକାଳ ୭.୧୫ରୁ ୭.୩୦ ମଧ୍ୟରେ ସମୟ ଧାର୍ଯ୍ୟ କରାଯାଇଥିଲା। ଆମେ ଶେଷ ମିନିଟ ଅର୍ଥାତ ୭.୨୯ରେ ଭିନେଶଙ୍କ ଓଜନ ମାପି ଥିଲୁ। ଯଦି ଏହି ଓଜନ ମାପିବା ସହ ସାମାନ୍ୟ ଅଧିକ ରହିଥାଆନ୍ତା, ତା’ହେଲେ ୧୦୦ ଗ୍ରାମର ଅତିରିକ୍ତ ଓଜନକୁ ଭିନେଶ କମ କରିଦେଇଥାଆନ୍ତେ ବୋଲି ପାରଡିୱାଲା କହିଛନ୍ତି।

Olympics Vinesh Phogat Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe