/odisha-reporter/media/post_attachments/uploads/2015/09/396812-ipl-dhoni-sachin-700.jpg)
ipl-dhoni-sachin-700
ନ୍ୟୁୟର୍କ: ‘କ୍ରିକେଟ ଜୀବନ ଆରମ୍ଭ କରିବା ସମୟରେ ସଚିନ ତେନ୍ଦୁଲକର ମୋ ପାଇଁ ଭଗବାନ ସଦୃଶ ଥିଲେ ଓ ଆଜି ବି ରହିଛନ୍ତି । ସଚିନଙ୍କ ଖେଳୁଆଡ ମନୋଭାବ ତାଙ୍କୁ ଓ ତାଙ୍କ ସାଥିଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଉଥିଲା’ । ବୁଧବାର ଏହା କହିଛନ୍ତି ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସେ କହିଛନ୍ତି ଯେ, ଏହି କ୍ରିକେଟ ମହାରଥୀଙ୍କ ମାନବିକତା ଓ ଖେଳ ପ୍ରତି ଆନ୍ତରିକତା ତାଙ୍କୁ ବିଶ୍ୱ କ୍ରିକେଟରେ ସ୍ୱତନ୍ତ୍ର ପରିଚୟ ଦେଇଛି। ଧୋନି ଆହୁରି କହିଛନ୍ତି ଯେ, ସେ ଓ ତାଙ୍କ ସାଥିମାନେ ଯେତେବେଳେ କ୍ୟାରିୟର ଆରମ୍ଭ କରୁଥିଲେ ସେମାନଙ୍କ ପାଇଁ ତେନ୍ଦୁଲକର ହିଁ ପ୍ରରଣାର ମୁଖ୍ୟ ଉତ୍ସ ଥିଲେ । ଉତ୍ତର ଆମେରିକାରେ ବିହାର-ଝାରଖଣ୍ଡ ଆସୋସିଏଶନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
