ଆଇପିଏଲ ୨୦୨୧: କେଉଁ ଦଳ କାହାକୁ ରଖିଲା, କାହାକୁ ଛାଡ଼ିଲା

ନୂଆଦିଲ୍ଲୀ: ୨୦୨୧ ଆଇପିଏଲ ପୂର୍ବରୁ ଆଜି ୮ଟି ଯାକ ଫ୍ରାଞ୍ଚାଇଜ୍‌ ଏକାଧିକ ଖେଳାଳିଙ୍କୁ ନିଜ ଦଳରୁ ରିଲିଜ୍‌ କରିଛନ୍ତି। ସେହିପରି ଏକାଧିକ ଖେଳାଳିଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ଡ୍ରମି-୧୧ ଆଇପିଏଲ ପୂର୍ବରୁ ବିରାଟ କୋହଲିଙ୍କ ଆରସିବି ସର୍ବାଧିକ ୧୨ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି। ଲସିଥ ମାଲିଙ୍ଗାଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସ ୧୨ ବର୍ଷର ସମ୍ପର୍କ ମଧ୍ୟ ଚ୍ଛିନ୍ନ କରିଛି। ରାଜସ୍ଥାନ ରୟାଲ୍ସ ଷ୍ଟିଭ ସ୍ମିଥଙ୍କୁ ଅଧିନାୟକ ପଦରୁ ବିଦା କରିଥିବା ବେଳେ ସୁରେଶ ରାଇନାଙ୍କୁ […]

m

Hemant Lenka
  • Published: Wednesday, 20 January 2021
  • , Updated: 21 January 2021, 12:30 PM IST

ନୂଆଦିଲ୍ଲୀ: ୨୦୨୧ ଆଇପିଏଲ ପୂର୍ବରୁ ଆଜି ୮ଟି ଯାକ ଫ୍ରାଞ୍ଚାଇଜ୍‌ ଏକାଧିକ ଖେଳାଳିଙ୍କୁ ନିଜ ଦଳରୁ ରିଲିଜ୍‌ କରିଛନ୍ତି। ସେହିପରି ଏକାଧିକ ଖେଳାଳିଙ୍କୁ ମଧ୍ୟ ନିଜ ପାଖରେ ରଖିଛନ୍ତି। ଡ୍ରମି-୧୧ ଆଇପିଏଲ ପୂର୍ବରୁ ବିରାଟ କୋହଲିଙ୍କ ଆରସିବି ସର୍ବାଧିକ ୧୨ ଜଣ ଖେଳାଳିଙ୍କୁ ରିଲିଜ୍‌ କରିଛି।

ଲସିଥ ମାଲିଙ୍ଗାଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସ ୧୨ ବର୍ଷର ସମ୍ପର୍କ ମଧ୍ୟ ଚ୍ଛିନ୍ନ କରିଛି। ରାଜସ୍ଥାନ ରୟାଲ୍ସ ଷ୍ଟିଭ ସ୍ମିଥଙ୍କୁ ଅଧିନାୟକ ପଦରୁ ବିଦା କରିଥିବା ବେଳେ ସୁରେଶ ରାଇନାଙ୍କୁ ଚେନ୍ନାଇ ସୁପର କିଙ୍ଗସ ପୂର୍ବଭଳି ରି-ଟେନ୍‌ କରିଛି। ରାଇନା ୨୦୨୦ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳି ନଥିଲେ।

ତେବେ ଆସନ୍ତୁ ଜାଣିବା କେଉଁ ଦଳ କାହାକୁ ରଖିଲା, କାହାକୁ ଛାଡ଼ିଲା-

ମୁମ୍ବାଇ ଇଣ୍ଡିଆନ୍ସ:

କାହାକୁ ରଖିଲା- ରୋହିତ ଶର୍ମା, କାଏରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, କ୍ୱିଣ୍ଟନ ଡି’କକ, ସୂର୍ଯ୍ୟ କୁମାର ଯାଦବ, ଯଶପ୍ରୀତ ବୁମ୍ରା, ରାହୁଲ ଚହର, ଈଶାନ କିଷନ, କୃନାଲ ପାଣ୍ଡ୍ୟା, କ୍ରିସ ଲୀନ, ଧୱଲ କୁଲକର୍ଣ୍ଣି, ଅଙ୍କୁଲ ରୟ, ମୋହସିନ ଖାନ, ଆଦିତ୍ୟ ତାରେ, ସୌରଭ ତିୱାରୀ, ଜୟନ୍ତ ଯାଦବ ଓ ଅନମୋଲପ୍ରୀତ ସିଂହ।

କାହାକୁ ଛାଡ଼ିଲା-ଲସିଥ ମାଲିଙ୍ଗା, ନେଥନ କୁଲଟର ନାଇଲ, ଜେମ୍ସ ପାଟିନସନ, ରଥରଫୋର୍ଡ, ମିଚେଲ ମ୍ୟାଘ୍ଲେନ, ପ୍ରିନ୍ସ ବଲୱନ୍ତ ରାୟ ଓ ଦିଗବିଜୟ ଦେଶମୁଖ।

ଚେନ୍ନାଇ ସୁପର କିଙ୍ଗସ:

କାହାକୁ ରଖିଲା- ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା, ସୁରେଶ ରାଇନା, ଡୁ ପ୍ଲେସିସ୍, ସାମ କରାନ, ଡ୍ୱେନ୍ ବ୍ରାଭୋ, ଜୋଶ ହେଜେଲଉଡ, ଅମ୍ବାତି ରାୟୁଡୁ, ଲୁଙ୍ଗି ଏନ୍ଗିଡି, କରନ ଶର୍ମା, ମିଚେଲ ସାଣ୍ଟନର, ଶାର୍ଦ୍ଦୁଲ ଠାକୁର, ଋତୁରାଜ ଗାଏକ୍ୱାଡ, ଏନ ଜଗଦୀଶନ, ଇମ୍ରାନ ତାହିର, ଦୀପକ ଚହର, କେଏମ ଅସିଫ ଓ ଆର ସାଈ କିଶୋର।

କାହାକୁ ଛାଡ଼ିଲା: ପୀୟୂଷ ଚାୱଲା, କେଦାର ଯାଦବ, ମୁରଲୀ ବିଜୟ, ହରଭଜନ ସିଂହ, ମୋନୁ କୁମାର ସିଂହ ଓ ଶେନ ୱାଟସନ।

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର:

କାହାକୁ ରଖିଲା-ବିରାଟ କୋହଲି, ଏବି ଡିଭିଲିୟର୍ସ, ୟୁଜବେନ୍ଦର ଚହଲ, ଦେବଦତ୍ତ ପାଡ୍ଡିକଲ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ନଭଦୀପ ସାଇନି, ଆଡାମ ଜାମ୍ପା, ଶାହାବାଜ ଅହମଦ, ଜୋଶ ପିଲ୍ପି, କେନ ରିଚାର୍ଡସନ ଓ ପବନ ଦେଶପାଣ୍ଡେ

କାହାକୁ ଛାଡ଼ିଲା- ମୋଇନୀ ଅଲୀ, ଶିବମ ଦୁବେ, ଗୁରକୀରତ ସିଂହ ମାନ, ଆରୋନ ଫିଞ୍ଚ, କ୍ରିସ ମୋରିସ, ପୱନ ନେଗୀ, ପାର୍ଥୀବ ପଟେଲ, ଡେଲ ଷ୍ଟେନ, ଇଶ୍ରୁ ଉଦାନା ଓ ଉମେଶ ଯାଦବ।

କୋଲକାତା ନାଇଟ ରାଇଡର୍ସ:

କାହାକୁ ରଖିଲା-ଇଓନ ମୋର୍ଗାନ, ଆନ୍ଦ୍ରେ ରସେଲ, ଦୀନେଶ କାର୍ତ୍ତିକ, କମଲେଶ ନାଗରକୋଟି, କୁଲଦୀପ ଯାଦବ, ଲକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂହ, ସନ୍ଦୀପ ୱାରିୟର, ଶିବମ ମାଭି, ଶୁବମନ ଗିଲ, ସୁନୀଲ ନାରିନ, ପ୍ୟାଟ କମିନ୍ସ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ ଓ ଟିମ ସୈଫର୍ଟ।

କାହାକୁ ଛାଡ଼ିଲା-ଟମ ବାଣ୍ଟନ, କ୍ରିସ ଗ୍ରୀନ, ସିର୍ଦ୍ଧାଥ ଲାଡ, ନିଖିଲ ନାଏକ, ଏମ ସିର୍ଦ୍ଧାଥ ଓ ହ୍ୟାରି ଗୁରନେ।

କିଙ୍ଗସ ଏକାଦଶ ପଞ୍ଜାବ:

କାହାକୁ ରଖିଲା-କେଏଲ ରାହୁଲ, କ୍ରିସ ଗେଲ, ନିକୋଲ୍ସ ପୁରାନ, ମହମ୍ମଦ ଶାମି, କ୍ରିସ ଜୋର୍ଡାନ, ମନଦୀପ ସିଂହ, ମୟଙ୍କ ଅଗ୍ରୱାଲ, ରବି ବିଷ୍ଣୋଇ, ପି ସିଂହ, ଦୀପକ ହୁଡ୍ଡା, ସର୍ଫରାଜ ଖାନ, ଅର୍ଶଦୀପ ସିଂହ, ମୁରଗାନ ଅଶ୍ୱିନ, ଦର୍ଶନ ନଲକାଣ୍ଡେ, ଈଶାନ ପରୋଲେ ଓ ହରପ୍ରୀତ ବରାର।

କାହାକୁ ଛାଡ଼ିଲା-ଗ୍ଲେନ ମ୍ୟାକ୍ସୱେଲ, ଶେଲଡର କଟ୍ରେଲ, କ୍ରିଷ୍ଣାପ୍ପା ଗୌତମ, ମୁଜୀବ ଉର ରହମଣ, ଜେମ୍ସ ନୀଶମ,  ହାର୍ଡୁସ ବିଲଜୋନ, କରୁଣ ନାୟର, ଜେ ସୁଚିତ ଓ ତଜିନ୍ଦର ସିଂହ।

ସନ ରାଇଜର୍ସ ହାଇଦ୍ରାବାଦ:

କାହାକୁ ରଖିଲା: ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସାମଦ, ଡାଭିଡ ୱାର୍ଣ୍ଣର, ମହମ୍ମଦ ନାବି, ମିଚେଲ ମାର୍ଶ, କେନ ୱିଲିୟମସନ, ରିଦ୍ଧିମାନ ସାହ, ମନୀଷ ପାଣ୍ଡେ, ଜନ୍ନି ବେୟାରଷ୍ଟୋ, ଶ୍ରୀବତ୍ସ ଗୋସ୍ୱାମୀ, ଶାହବାଜ ନଦୀମ, ଭୁବନେଶ୍ୱର କୁମାର, ସିର୍ଦ୍ଧାଥ କୌଲ, ସନ୍ଦୀପ ଶାର୍ମ, ବିଜୟ ଶଙ୍କର, ବିରାଟ ସିଂହ, ବସିଲ ଥାମ୍ପି, ରସିଦ ଖାନ, ଟି ନଟରାଜନ ଓ ଖଲୀଲ ଅହମ୍ମଦ।

କାହାକୁ ଛାଡ଼ିଲା-ଆର ସଞ୍ଜୟ ଯାଦବ, ବି ସନ୍ଦୀପ, ବିଲ୍ଲୀ ଷ୍ଟାଙ୍କଲେକ, ଫାବିନ ଆଲେନ ଓ ପୃଥ୍ୱୀ ରାଜ।

ଦିଲ୍ଲୀ କ୍ୟାପିଟାଲ୍ସ:

କାହାକୁ ରଖିଲା-ଶିଖର ଧୱନ, କାଗିସୋ ରାବଡା, ପୃଥ୍ୱୀ ଶ’, ଅଜିଙ୍କ୍ୟ ରାହଣେ, ଋଷଭ ପନ୍ତ, ଶ୍ରେୟସ ଆୟର, ଅନରିଚ୍‌ ନୋର୍ଜେ, ମାର୍କସ ଷ୍ଟୋଇନିସ, ଶିମରନ ହେଟମେୟର, ଅକ୍ଷର ପଟେଲ, ଅମିତ ମିଶ୍ରା, ଈଶାନ୍ତ ଶର୍ମା, ରବି ଅଶ୍ୱିନ, ଲଳିତ ଯାଦବ, ହର୍ଷ ପଟେଲ, କ୍ରିସ ୱକ୍ସ, ଡି ସାମ୍ସ, ଅଭେଶ ଖାନ ଓ ପ୍ରବୀଣ ଦୁବେ।

କାହାକୁ ଛାଡ଼ିଲା-ମୋହିତ ଶର୍ମା, କେମୋ ପଲ, ସନ୍ଦୀପ ଲାମିଚେନ, ଆଲେକ୍ସ କେରୀ, ଜେସନ ରୟ ଓ ତୁଷାର ଦେଶପାଣ୍ଡେ।

ରାଜସ୍ଥାନ ରୟାଲ୍ସ:

କାହାକୁ ରଖିଲା-ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋଶ ବଟଲର, ରିୟାନ ପରାଗ, ଶ୍ରେୟସ ଗୋପାଲ, ରାହୁଲ ତେୱାତିଆ, ମହିପାଲ ଲୋମରୋ, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ର୍ୟୁ ଟାଏ, ଜୟଦେବ ଉନାଦକତ, ମୟଙ୍କ ମାର୍କଣ୍ଡେ, ଯଶସ୍ୱୀ ଜୈସୱାଲ, ଅନୁଜ ରାୱତ, ଡାଭିଡ ମିଲର, ମନନ୍ ଭୋରା ଓ ରବିନ ଉଥାପା।

କାହାକୁ ଛାଡ଼ିଲା- ଷ୍ଟିଭ ସ୍ମିଥ, ଓଶେନ ଥୋମାସ, ଆକାଶ ସିଂହ, ଅଙ୍କିତ ରାଜପୁତ, ବରୁଣ ଅରୁଣ, ଟମ କୁରାନ, ଅନିରୁଦ୍ଧ ଯୋଶୀ ଓ ଶଶାଙ୍କ ସିଂହ।

Related story