Advertisment

ବିପଦ ବେଳେ IPLକୁ ସହଯୋଗ କରିଥିଲେ ରତନ ଟାଟା

କେବଳ ଶିଳ୍ପ କି ବ୍ୟବସାୟ ନୁହେଁ, କ୍ରୀଡ଼ା କ୍ଷେତ୍ର ପ୍ରତି ରତନ ଟାଟାଙ୍କ ରହିଚି ଅବଦାନ।

author-image
Debibandita Barick
ଅଦ୍ୟତନ ହୋଇଛି
Ratan Tata

Ratan Tata

86 ବର୍ଷ ବୟସରେ ଆଖି ବୁଜିଛନ୍ତି ବିଶ୍ୱର ସୁପ୍ରତିଷ୍ଠିତ ଶିଳ୍ପପତି ରତନ ନବଲ ଟାଟା। ଭାରତର ଇକୋସିଷ୍ଟମ ପ୍ରତି ତାଙ୍କ ଅବଦାନ ଚିର ସ୍ମରଣୀୟ ରହିବ। କେବଳ ଶିଳ୍ପ କି ବ୍ୟବସାୟ ନୁହେଁ, କ୍ରୀଡ଼ା କ୍ଷେତ୍ର ପ୍ରତି ରତନ ଟାଟାଙ୍କର ବଳିଷ୍ଠ ଅବଦାନ ରହିଛି। ବହୁ ବିଶିଷ୍ଟ କ୍ରିକେଟରଙ୍କୁ ସଫଳତାର ପାହାଚ ଚଢିବାରେ ସହାୟତା କରିବା ସହ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)କୁ ବିପଦ ସମୟରେ ସହଯୋଗ କରିଥିଲେ ରତନ ଟାଟା।

Advertisment

ବିପଦ ବେଳେ ଆଇପିଏଲ୍ ପ୍ରାୟୋଜକ
 2020ରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସୀମା ବିବାଦ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)କୁ ସହଯୋଗ କରିଥିଲା ଟାଟା ଗ୍ରୁପ୍। କାରଣ ଏହି ସମୟରେ ପୂର୍ବରୁ ପ୍ରାୟୋଜକ ରହି ଆସିଥିବା ଚୀନର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଭିଭୋ ସ୍ପୋନ୍ସରସିପ୍ ପ୍ରତ୍ୟାହାର କରି ନେଇଥିଲୋ। ଏହି ସମୟରେ ବିସିସିଆଇକୁ ସହାୟତାର ହାତ ବଢାଇଥିଲା ଟାଟା।  

ସେବେଠାରୁ ଆଇପିଏଲର ପ୍ରତ୍ୟକ ସିଜିନକୁ ସ୍ପୋନ୍ସର କରୁଛି ଟାଟା। 2024 ସିଜନ୍ ପର୍ଯ୍ୟନ୍ତ ଏହି ଚାରି ବର୍ଷ ମଧ୍ୟରେ ଟାଟା ଆଇପିଏଲ ଲିଗ୍ ସହ 2500 କୋଟି ଟଙ୍କାର ଡିଲ୍ କରି ରେକର୍ଡ ଭାଙ୍ଗିଛି। 

Advertisment

ରତନ ଟାଟାଙ୍କ ଏହି ସମର୍ଥନ କେବଳ ପୁରୁଷ ବର୍ଗଙ୍କ ପାଇଁ ନୁହେଁ, ମହିଳା କ୍ରିକେଟ ପ୍ରତି ମଧ୍ୟ ଅବଦାନ ରହିଛି। ଟାଟା ଗ୍ରୁପ୍ ୱମେନ୍ସ ପ୍ରିମିୟର ଲିଗ (WPL)କୁ ବି ପ୍ରାୟୋଜିତ କରିଥିଲା। 2023ରେ ବିସିସିଆଇ WPL ଆରମ୍ଭ କରିବାଠାରୁ ଟାଟା ଏହାର ପ୍ରାୟୋଜକ ରହିଛି ଏବଂ 2027 ପର୍ଯ୍ୟନ୍ତ ଏହି ଡିଲ୍ କରାଯାଇଛି। ଟାଟା 2027 ପର୍ଯ୍ୟନ୍ତ  WPLକୁ ପ୍ରାୟୋଜିତ କରିବ।

କ୍ରିକେଟରଙ୍କୁ ତିଆରି କରିଥିଲା ଟାଟା ଗ୍ରୁପ୍ କମ୍ପାନୀ
ଭାରତର ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର, ମୋହିନ୍ଦର ଅମରନାଥ, ସଞ୍ଜୟ ମଞ୍ଜେକର, ରବିନ ଉଥାପ୍ପା ଏବଂ ଭିଭିଏସ ଲକ୍ଷ୍ମଣଙ୍କ ପରି ଷ୍ଟାର୍ କ୍ରିକେଟରଙ୍କୁ ପ୍ଲାଟଫର୍ମ ଦେଇଥିଲା ଟାଟା ଗ୍ରୁପ୍। ଟାଟା ଗ୍ରୁପ୍ ଅଧୀନରେ ଥିବା ବିଭିନ୍ନ କମ୍ପାନୀ ଏମାନଙ୍କୁ ସହାୟତାରେ ହାତ ବଢାଇଥିଲେ।

ସେହିପରି ଜାଭଗଲ ଶ୍ରୀନାଥ, ହରଭଜନ ସିଂହ, ଯୁବରାଜ ସିଂହ ଏବଂ ମହମ୍ମଦ କୈଫଙ୍କୁ ମଧ୍ୟ ଟାଟା ଗ୍ରୁପ୍ ପ୍ଲାଟଫର୍ମ ପ୍ରଦାନ କରିଥିଲା। ବର୍ତ୍ତମାନର ଷ୍ଟାର୍ କ୍ରିକେଟର ଶାର୍ଦ୍ଦୁଲ ଠାକୁର ଏବଂ ଜୟନ୍ତ ଯାଦବ ମଧ୍ୟ ସଙ୍କଟ ସମୟରେ ଟାଟା ଗ୍ରୁପର ସହଯୋଗରେ ପରିଚିତ ହୋଇ ପାରିଛନ୍ତି। ଟାଟା ଗ୍ରୁପ୍ ଏହି କ୍ରିକେଟରମାନଙ୍କୁ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଯୁକ୍ତିର ସୁଯୋଗ ଦେବା ସହ ଖେଳ ଅଭ୍ୟାସ ପାଇଁ ସହଯୋଗ କରିଥିଲା। ଫଳରେ ଏମାନେ ପରବର୍ତ୍ତୀ ସମୟରେ କ୍ରିକେଟର ଭାବେ ପରିଚିତ ହେବାର ସୁଯୋଗ ପାଇଥିଲେ।