/odisha-reporter/media/post_attachments/uploads/2018/10/a-4.jpg)
a
ରାଜକୋଟ୍: ୱେଷ୍ଟ୍ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ଅତି ସହଜରେ ମାତ୍ର ଅଢ଼େଇ ଦିନ ମଧ୍ୟରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଇଣ୍ଡିଜ୍ ବ୍ୟାଟିଂ ଲାଇନ୍ ଅପ୍କୁ ପ୍ରଥମ ଇନିଂସ୍ରେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଧ୍ୱସ୍ତବିଧ୍ୱସ୍ତ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ଚାଇନାମ୍ୟାନ୍ କୁଲଦୀପ ତାକୁ ଛାରଖାର କରିଦେଇଥିଲେ। ଅଶ୍ୱିନ୍ ପ୍ରଥମ ଇନିଂସ୍ରେ ୪ଟି ଓ ଦ୍ୱିତୀୟ ଇନିଂସ୍ରେ ୨ଟି ୱିକେଟ୍ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅଶ୍ୱିନ୍ ଏହି ପ୍ରଦର୍ଶନରେ ଖୁସି ଅଛନ୍ତି ସତ କିନ୍ତୁ ମ୍ୟାଚ୍ରେ ବ୍ୟବହାର କରାଯାଉଥିବା ବଲ୍କୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ରେ ‘ଏସ୍ଜି’ବଲ୍ର ବ୍ୟବହାର କରାଯାଉଥିଲା। ଯାହାକୁ ନେଇ ଅଶ୍ୱିନ୍ ଆପତ୍ତି ଉଠାଇଛନ୍ତି। ଟେଷ୍ଟ ମ୍ୟାଚ୍ରେ ସାଧାରଣତଃ କୁକାବୁରା ଓ ଡ୍ୟୁସ୍ ବଲ୍ ବ୍ୟହାର ହୋଇଥାଏ। କିନ୍ତୁ ଏଥର ଏସ୍ଜି ବଲ୍ ବ୍ୟବହାର କରାଯାଇଛି।
[caption id="attachment_284867" align="aligncenter" width="981"]
ଏସ୍ଜି ବଲ୍[/caption]
ଏ ସମ୍ପର୍କରେ ମତଦେଇ ଅଶ୍ୱିନ୍ କହିଛନ୍ତି, ଆଜି କାଲି ଧଳା ରଙ୍ଗର କୁକାବୁରା ବଲ୍ ବେଶ ପତଳା। ଫଳରେ ଏଥିରେ ଗ୍ରୀପ୍ କରିବାରେ ଏବଂ ସୁଇଂ କରିବାରେ ଅସୁବିଧା ହେଉଛି। ତେଣୁ ନୂଆ ବଲ୍ ଗ୍ରହଣ କରିବାକୁ ସମସ୍ତେ ବାଧ୍ୟ ହେଉଛନ୍ତି। କିନ୍ତୁ ଆମ ପାଖରେ ନୂଆ ବଲ୍ ଗ୍ରହଣ କରିବାକୁ ସମୟ ନଥିଲା। ମୁଁ ଏବେ କହିବି କୁକାବୁରାର ନାଲି ରଙ୍ଗ ବଲ୍ ବା ଟେଷ୍ଟ୍ ମ୍ୟାଚ୍ରେ ବ୍ୟବହୃତ ବଲ୍ ଅତ୍ୟନ୍ତ ଭଲ। ଡ୍ୟୁସ୍ ମଧ୍ୟ ଏକ ଭଲ ବଲ୍। କିନ୍ତୁ ଏବେକାର ଏସ୍ଜି ବଲ୍ ଆଦୌ ସନ୍ତୋଷଜନକ ନୁହେଁ। ୭୦/୮୦ ଓଭର୍ ପରେ ମଧ୍ୟ ବଲ୍ ଶକ୍ତ ରହୁଛି। ତେଣୁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅଶ୍ୱିନ୍ କହିଛନ୍ତି।
ଅନ୍ୟପକ୍ଷରେ ଏସ୍ଜି ବଲ୍କୁ କୁଲଦୀପ ଓକେ କହିଛନ୍ତି। ସେ କହିଛନ୍ତି କୁକାବୁରା ବଲ୍ ଗ୍ରୀପ୍ ପାଇଁ ଭଲ। କିନ୍ତୁ ଏସ୍ଜି ବଲ୍ ମଧ୍ୟ ଖରାପ ନୁହେଁ ବୋଲି ସେ କହିଛନ୍ତି।
ଅଶ୍ୱିନ୍ ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ୬ଟି ୱିକେଟ୍ ନେବା ପରେ ସର୍ବାଧିକ ଭାରତୀୟ ଟେଷ୍ଟ ୱିକେଟ୍ ଟେକର୍ ତାଲିକାରେ୪ର୍ଥ ହେବାର ଗୌରବ ହାସଲ କରିଛନ୍ତି। ଏବେ ଅଶ୍ୱିନ୍ଙ୍କ ୱିକେଟ୍ ସଂଖ୍ୟା ୩୩୩ରେ ପହଞ୍ଚିଛି। ଅଶ୍ୱିନ୍ଙ୍କ ଆଗରେ ୬୧୯ ୱିକେଟ୍ ସହ ଅନୀଲ କୁମ୍ବଲେ ପ୍ରଥମ ସ୍ଥାନରେ ଥିବା ବେଳେ ୪୩୪ ୱିକେଟ୍ ସହ କପିଲ ଦେବ ଦ୍ୱିତୀୟ ଓ ୪୧୭ ୱିକେଟ୍ ସହ ହରଭଜନ ସିଂହ ତୃତୀୟ ସ୍ଥାନରେ ରହିଛନ୍ତି।
/odisha-reporter/media/post_attachments/wp-content/uploads/2018/10/kui.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
