Advertisment

କ’ଣ ସୌରଭ ଗାଙ୍ଗୁଲି ରାଜନୀତିକୁ ଆସିବେ କି?

କୋଲକାତା: ନିକଟରେ ଦୁଇ ରାଉଣ୍ଡ ଆଞ୍ଜିଓପ୍ଲାଷ୍ଟି କରିଥିବା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏପରି କି ସେ ନିଜ କାମକୁ ମଧ୍ୟ ଫେରୁଛନ୍ତି। ତେବେ ଆଗାମୀ ଭବିଷ୍ୟତର ଦାଦା କି ପଦକ୍ଷେପ ନେବେ, ତା’କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି। ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ଉଭୟ ବିଜେପି ଓ ଟିଏମସିର ଆଖି ଦାଦଙ୍କ ଉପରେ ରହିଛି। ବିଭିନ୍ନ ଗଣମାଧ୍ୟମରେ ସେ ରାଜନୀତିକୁ ଆସିବେ ବୋଲି ମଧ୍ୟ ଖବର ପ୍ରକାଶ […]

କ’ଣ ସୌରଭ ଗାଙ୍ଗୁଲି ରାଜନୀତିକୁ ଆସିବେ କି?

Sourav-Ganguly

Advertisment

କୋଲକାତା: ନିକଟରେ ଦୁଇ ରାଉଣ୍ଡ ଆଞ୍ଜିଓପ୍ଲାଷ୍ଟି କରିଥିବା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏପରି କି ସେ ନିଜ କାମକୁ ମଧ୍ୟ ଫେରୁଛନ୍ତି। ତେବେ ଆଗାମୀ ଭବିଷ୍ୟତର ଦାଦା କି ପଦକ୍ଷେପ ନେବେ, ତା’କୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି। ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ଉଭୟ ବିଜେପି ଓ ଟିଏମସିର ଆଖି ଦାଦଙ୍କ ଉପରେ ରହିଛି। ବିଭିନ୍ନ ଗଣମାଧ୍ୟମରେ ସେ ରାଜନୀତିକୁ ଆସିବେ ବୋଲି ମଧ୍ୟ ଖବର ପ୍ରକାଶ ପାଉଛି।

Advertisment

କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲା ଯେ ଦାଦାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଉଭୟ ଟିଏମସି ଓ ବିଜେପି ଆଗ୍ରହ ଦେଖାଇଛନ୍ତି। ଏଥିସହ ଦୁଇ ଦଳ ଦାଦାଙ୍କ ସହ ଯୋଗାଯୋଗ ମଧ୍ୟ କରିଛନ୍ତି। ବେଙ୍ଗଲରେ ସୌରଭ ଗାଙ୍ଗୁଲିଙ୍କ ଲୋକପ୍ରିୟତା ବେଶ ଅଧିକ। ତାଙ୍କ ଜରିଆରେ ଟିଏମସି ଓ ବିଜେପି ନିର୍ବାଚନ ବୈତରଣୀ ପାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏବେ କିନ୍ତୁ ଗାଙ୍ଗୁଲି ପ୍ରଥମଥର ପାଇଁ ସେ ରାଜନୀତିକୁ ଆସିବେ କି ନାହିଁ, ତା’ର ଜବାବ ଦେଇଛନ୍ତି। ସେ କହିଛନ୍ତି, “ଜୀବନ କୁଆଡ଼େ ଯାଉଛି, ଦେଖାଯାଉ। ଆଗକୁ କ’ଣ ଘଟୁଛି, ସେକଥା ଦେଖିବାକୁ ପଡ଼ିବ। ମୋର ଭାଗ୍ୟ ଏତେ ବଡ଼ ଯେ ମୋତେ ନେଇ ଚର୍ଚ୍ଚା ହେଉଛି। ମୁଁ କେବେ ହେଲେ ଏମିତି ଘଟୁ ବୋଲି ଚାହୁଁ ନଥିଲି।

Advertisment

ମୋ ଦାୟିତ୍ୱକୁ ମୁଁ ସବୁବେଳେ ସମ୍ପାଦନ କରିବାକୁ ଚେଷ୍ଟା କରେ। କୋଲକାତାରେ ମୁଁ ଗୋଟିଏ ସ୍ୱାଭାବିକ ଜୀବନ ବିତାଉଛି। ମୁଁ ଲୋକଙ୍କୁ ଭେଟେ, ସେମାନଙ୍କ ସହ ମିଶେ, କଥା ହୁଏ ଓ ସମୟ ବିତାଏ। ଏହା ମୋର ପ୍ରକୃତି। ମୁଁ ସବୁବେଳେ ଏମିତି ଜୀବନ ବିତାଇ ଥାଏ। ମୋ ଜଣେ ବନ୍ଧୁ ବତ୍ସଳ ବ୍ୟକ୍ତି । ମୋତେ ନେଇ କ’ଣ ଚର୍ଚ୍ଚା ହେଉଛି, ସେ ବିଷୟରେ ମୁଁ କେବେ ହେଲେ ଚିନ୍ତା କରେନାହିଁ।”

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଗାଙ୍ଗୁଲି ଖୁବଶୀଘ୍ର ନିଜର ରାଜନୀତିକ ଇନିଂସ୍‌ ଆରମ୍ଭ କରିବେ। ଏପରି କି ସେ ବେଙ୍ଗଲ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ରାଲିରେ ଉପସ୍ଥିତ ରହି ବିଜେପି ପାଇଁ ପ୍ରଚାର କରିବେ। ହେଲେ ଗାଙ୍ଗୁଲି ଆଜି ସିଧାସଳଖ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe