Advertisment

ସାଉଥାମ୍ପଟନ ଟେଷ୍ଟ୍‌ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିବ !

ସାଉଥାମ୍ପଟନ୍‌ (ଓଡ଼ିଶା ରିପୋର୍ଟର୍‌): ନିଜ ଅଧିନାୟକ କ୍ୟାରିୟର୍‌ରେ ପ୍ରତି ଟେଷ୍ଟ ମ୍ୟାଚ୍‌ରେ କୌଣସି ନା କୌଣସି କାରଣରୁ ଦଳରେ ଖେଳାଳି ଅଦଳ ବଦଳ କରୁଥିବା ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ୍ କୋହଲି ଚଳିତ ଇଂଲଣ୍ଡ୍ ଗସ୍ତର ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଟ୍ରେଣ୍ଟ୍‌ବ୍ରିଜ୍‌ରେ ତୃତୀୟ ଟେଷ୍ଟ୍‌ ଖେଳିଥିବା ଚୂଡ଼ାନ୍ତ ଭାରତୀୟ ଏକାଦଶକୁ ଅପରିବର୍ତ୍ତିତ ରଖିପାରନ୍ତି। ଆସନ୍ତା ୩୦ ତାରିଖରେ ସାଉଥାମ୍ପଟନର ରୋଜ୍‌ ବାଉଲ୍‌ ଷ୍ଟାଡିୟମ୍‌ରେ ଚିମ୍ ଇଣ୍ଡିଆ ଚଳିତ ଇଂଲଣ୍ଡ ଗସ୍ତର ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍ ଖେଳିବ। […]

ଅଦ୍ୟତନ ହୋଇଛି
ସାଉଥାମ୍ପଟନ ଟେଷ୍ଟ୍‌ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିବ !

virat.jpg2

Advertisment

ସାଉଥାମ୍ପଟନ୍‌ (ଓଡ଼ିଶା ରିପୋର୍ଟର୍‌): ନିଜ ଅଧିନାୟକ କ୍ୟାରିୟର୍‌ରେ ପ୍ରତି ଟେଷ୍ଟ ମ୍ୟାଚ୍‌ରେ କୌଣସି ନା କୌଣସି କାରଣରୁ ଦଳରେ ଖେଳାଳି ଅଦଳ ବଦଳ କରୁଥିବା ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ୍ କୋହଲି ଚଳିତ ଇଂଲଣ୍ଡ୍ ଗସ୍ତର ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ଟ୍ରେଣ୍ଟ୍‌ବ୍ରିଜ୍‌ରେ ତୃତୀୟ ଟେଷ୍ଟ୍‌ ଖେଳିଥିବା ଚୂଡ଼ାନ୍ତ ଭାରତୀୟ ଏକାଦଶକୁ ଅପରିବର୍ତ୍ତିତ ରଖିପାରନ୍ତି।

Advertisment

ଆସନ୍ତା ୩୦ ତାରିଖରେ ସାଉଥାମ୍ପଟନର ରୋଜ୍‌ ବାଉଲ୍‌ ଷ୍ଟାଡିୟମ୍‌ରେ ଚିମ୍ ଇଣ୍ଡିଆ ଚଳିତ ଇଂଲଣ୍ଡ ଗସ୍ତର ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍ ଖେଳିବ। ତେବେ ଦଳଗତ ପ୍ରଦର୍ଶନ ଜରିଆରେ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌କୁ କମ୍‌ବ୍ୟାକ୍‌ କରିଥିବା କୋହଲିଙ୍କ ଭାରତୀୟ ଦଳ ଏହି ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବାର ବିଶେଷ ସମ୍ଭାବନା ନାହିଁ।

ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ପାଇଁ ସାଉଥାମ୍ପଟନ୍‌ ପହଞ୍ଚିବା ପରେ ମଙ୍ଗଳବାରରୁ ବିରାଟ୍‌ ଆଣ୍ଡ୍‌ କୋ ନେଟ୍‌ସ୍‌କୁ ଓହ୍ଲାଇଥିଲେ। ଆଉ ଏହି ନେଟ୍‌ସ୍‌ରେ, ଟ୍ରେଣ୍ଟ୍‌ବ୍ରିଜ୍‌ରେ ତୃତୀୟ ଟେଷ୍ଟ୍‌ ଖେଳିଥିବା ଦଳର ବ୍ୟାଟିଂ ଅର୍ଡର୍‌ ଅନୁସାରେ ହିଁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ।

Advertisment

publive-image

ପ୍ରଥମେ ଶିଖର ଧୱନ୍‌ ଓ ଲୋକେଶ୍ ରାହୁଲ୍ ନେଟ୍‌ସ୍‌ ଭିତରକୁ ଯାଇଥିବାବେଳେ ପରେ ଚେତେଶ୍ୱର ପୂଜାରା ଓ ଅଧିନାୟକ କୋହଲି କ୍ରମାନ୍ବୟରେ ବ୍ୟାଟିଂ ପ୍ରାକ୍ଟିସ୍‌ କରିଥିଲେ। ଏମାନଙ୍କ ପରେ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ପ୍ୟାଡ୍‌ ଅପ୍‌ ହୋଇଥିବାବେଳେ ରାହାଣେଙ୍କ ପରେ ବ୍ୟାଟିଂ ପାଇଁ ନେଟ୍‌ସ୍‌କୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଏହା ପରେ ନବାଗତ ୱିକେଟ୍ କିପର୍ ବ୍ୟାଟ୍‌ସମ୍ୟାନ୍‌ ରିଷଭ ପନ୍ତ ଓ ଅଲ୍‌ରାଉଣ୍ଡର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ମଧ୍ୟ ବ୍ୟାଟିଂ ପ୍ରାକ୍ଟିସ୍‌ କରିଥିଲେ।

ନେଟ୍‌ସ୍‌ର ଏହି ବ୍ୟାଟିଂ ଅର୍ଡରରୁ ଅନୁମାନ କରାଯାଉଛି ଯେ କ୍ୟାପ୍‌ଟେନ୍‌ କୋହଲି ନିଜ ଅଧିନାୟକ କ୍ୟାରିୟର୍‌ର ୩୯ତମ ଟେଷ୍ଟ୍‌ରେ ପ୍ରଥମ ଥର ପାଇଁ ପୂର୍ବ ମ୍ୟାଚ୍‌ ଖେଳିଥିବା ଚୂଡାନ୍ତ ଦଳକୁ ଅପରିବର୍ତ୍ତିତ ରଖିବେ।

ଟ୍ରେଣ୍ଟ୍‌ବ୍ରିଜ୍‌ରେ ଆଘାତ ସମସ୍ୟା ଯୋଗୁ ବିଶେଷ ବୋଲିଂ କରି ନଥିବା ଅଲ୍‌ରାଉଣ୍ଡର୍‌ ରବି ଅଶ୍ୱିନ୍‌ କିନ୍ତୁ ସାଉଥାମ୍ପଟନ୍‌ ନେଟ୍‌ସ୍‌ରେ ବେଶ୍ ଫିଟ୍‌ ଲାଗୁଥିଲେ।

ତେବେ, ଆଉଟ୍ ଅଫ୍ ଫର୍ମ୍‌ ମୁରଲୀ ବିଜୟ ଓ ବାମହାତୀ ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ୍ ଯାଦବଙ୍କ ବଦଳରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ୧୮ ବର୍ଷ ବୟସ୍କ ପ୍ରତିଭାବାନ୍‌ ଓପନର୍‌ ପୃଥ୍ୱୀ ଶ' ଓ ହନୁମା ବିହାରୀଙ୍କୁ ମଧ୍ୟ ସାଉଥାମ୍ପଟନ୍‌ ନେଟ୍‌ସ୍‌ରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।

[caption id="attachment_268814" align="aligncenter" width="978"]publive-imageହନୁମା ବିହାରୀ[/caption]

ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ରିଷଭ୍ ପନ୍ତ, ପୃଥ୍ୱୀ ଶ' ଓ ହନୁମା ବିହାରୀଙ୍କୁ ନେଟ୍‌ସ୍‌ରେ କିଛି ବ୍ୟାଟିଂ ଟିପ୍‌ସ ମଧ୍ୟ ଦେଇଥିଲେ।

୧୯ ବର୍ଷରୁ କମ୍‌ ଭାରତୀୟ ଦଳକୁ ଗତ ବର୍ଷ ବିଶ୍ୱ ଚାମ୍ପିଅନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୁମ୍ବାଇ ପ୍ରତିଭା ପୃଥ୍ୱୀ ଶ' ଟିମ୍ ଇଣ୍ଡିଆର ୧ ନମ୍ବର ବୋଲର୍‌ ଯଶ୍‌ପ୍ରୀତ୍‌ ବୁମ୍ରାଙ୍କୁ ନେଟ୍‌ସ୍‌ରେ ମଧ୍ୟ ବେଶ୍ ସଫଳତାର ସହ ମୁକବିଲା କରିଥିଲେ। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ସେପରି କିଛି ଅଘଟଣ ନହେଲେ, ପୃଥ୍ୱୀ ଓ ହନୁମାଙ୍କୁ ଚତୁର୍ଥ ଟେଷ୍ଟ୍‌ ପାଇଁ ବେଞ୍ଚ୍‌ରେ ବସିବାକୁ ପଡ଼ିପାରେ।

ସାଉଥାମ୍ପଟନ୍‌ର ରୋଜ୍ ବାଉଲ୍‌ ଷ୍ଟାଡିୟମ୍‌ର ପିଚ୍‌କୁ ବ୍ୟାଟିଂ ଅନୁକୂଳ ବୋଲି କୁହାଯାଉଛି। ଏହି କାରଣରୁ ଟିମ୍ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ମାନେ ସେମାନଙ୍କ ଦକ୍ଷତା ଅନୁସାରେ ପ୍ରଦର୍ଶନ କଲେ, ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ ଜିତି ୫ଟିକିଆ ସିରିଜ୍‌କୁ ୨-୨ରେ ବରାବର୍ କରିବାକୁ ବିରାଟ୍ ବାହିନୀ ନିଶ୍ଚୟ ଚାହିଁବ।

[caption id="attachment_268818" align="aligncenter" width="824"]publive-imageପୃଥ୍ୱୀ ଶ’[/caption]

ଅନ୍ୟପକ୍ଷରେ ଘରୋଇ ଇଂଲିଶ୍ ଦଳର ଅଲ୍‌ରାଉଣ୍ଡର୍‌ କ୍ରିସ୍ ୱକ୍‌ସ୍‌ ଆଘାତ କାରଣରୁ ମଙ୍ଗଳବାର ଦଳର ଅଭ୍ୟାସ ଶିବିରରେ ଯୋଗ ଦେଇନାହାନ୍ତି। ତେବେ ଟ୍ରେଣ୍ଟ୍‌ବ୍ରିଜ୍‌ରେ ଅଙ୍ଗୁଳିରେ ଆଘାତ ପାଇଥିବା ୱିକେଟ୍ କିପର୍ ବ୍ୟାଟ୍‌ସମ୍ୟାନ୍ ଜନି ବେୟାର୍‌ଷ୍ଟୋ ଆହତ ସମସ୍ୟାରୁ ମୁକୁଳିଛନ୍ତି।

ସାଉଥାମ୍ପଟନ୍‌ରେ ବେୟାର୍‌ଷ୍ଟୋ କିପିଂ କରିପାରନ୍ତି। ତେବେ ଘରୋଇ ଦଳର ବ୍ୟାଟିଂବେଳେ ଆହତ ବେୟାର୍‌ଷ୍ଟୋଙ୍କୁ ହିଁ ଟିମ୍ ଇଣ୍ଡିଆ ବୋଲିଂବାହିନୀ ଟାର୍ଗେଟ୍‌ କରିବ ବୋଲି ଭାରତୀୟ ଦଳର ଦ୍ରୁତ ବୋଲର୍‌ ମହମ୍ମଦ ସାମି ଚେତାବନୀ ଶୁଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe