Advertisment

ମ୍ୟାଚରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛି ଟିମ୍ ଇଣ୍ଡିଆ, ୨ୟ ଦିନ ଶେଷ ସୁଦ୍ଧା ୧୭୪/୬

ଓଭାଲ୍: ପ୍ରଥମ ଦିନ ଘରୋଇ ଦଳକୁ ବ୍ୟାକ୍‌ଫୁଟ୍‌ରେ ରଖିଥିବା ଭ୍ରମଣକାରୀ ଭାରତ ଓଭାଲ୍‌ରେ ଚାଲିଥିବା ଇଂଳଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ ମ୍ୟାଚ୍‌ର ଦ୍ଵିତୀୟ ଦିନ ଶେଷ ସୁଦ୍ଧା ଅଧିନାୟକ ବିରାଟ କୋହଲିଙ୍କ ୱିକେଟ ସମେତ ୬ଟି ମୂଲ୍ୟବାନ ୱିକେଟ ହରାଇ କରିଛି ୧୭୪ ରନ୍। ବିରାଟ (୪୯) ଗୋଟିଏ ରନ୍ ପାଇଁ ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଛନ୍ତି। ଷ୍ଟମ୍ପ ଅପସାରଣ ହେବା ବେଳକୁ ନବାଗତ ହନୁମା ବିହାରୀ ୨୫ ରନ୍ ଓ ରବୀନ୍ଦ୍ର ଜାଦେଜା […]

author-image
Premananda Dash
ମ୍ୟାଚରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛି ଟିମ୍ ଇଣ୍ଡିଆ, ୨ୟ ଦିନ ଶେଷ ସୁଦ୍ଧା ୧୭୪/୬

aq31

ଓଭାଲ୍: ପ୍ରଥମ ଦିନ ଘରୋଇ ଦଳକୁ ବ୍ୟାକ୍‌ଫୁଟ୍‌ରେ ରଖିଥିବା ଭ୍ରମଣକାରୀ ଭାରତ ଓଭାଲ୍‌ରେ ଚାଲିଥିବା ଇଂଳଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ ମ୍ୟାଚ୍‌ର ଦ୍ଵିତୀୟ ଦିନ ଶେଷ ସୁଦ୍ଧା ଅଧିନାୟକ ବିରାଟ କୋହଲିଙ୍କ ୱିକେଟ ସମେତ ୬ଟି ମୂଲ୍ୟବାନ ୱିକେଟ ହରାଇ କରିଛି ୧୭୪ ରନ୍। ବିରାଟ (୪୯) ଗୋଟିଏ ରନ୍ ପାଇଁ ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଛନ୍ତି। ଷ୍ଟମ୍ପ ଅପସାରଣ ହେବା ବେଳକୁ ନବାଗତ ହନୁମା ବିହାରୀ ୨୫ ରନ୍ ଓ ରବୀନ୍ଦ୍ର ଜାଦେଜା ୮ ରନ୍ କରି ଅପରାଜିତ ରହିଛନ୍ତି।

Advertisment

ହାତରେ ମାତ୍ର ୪ ୱିକେଟ ଥାଇ ଟିମ ଇଣ୍ଡିଆ ଏବେ ୧୫୮ ରନ୍ ପଛରେ ରହିଛି।

ଉପଅଧିନାୟକ ଅଜିଙ୍କ୍ୟ ରାହଣେ ଖାତା ଖୋଲିବା ଆଗରୁ ପ୍ୟାଭିଲିଅନ୍ ଫେରିଯାଇ ଥିବା ବେଳେ ରିଷଭ ପନ୍ତ ମାତ୍ର ୫ ରନ କରି ଆଉଟ ହୋଇଛନ୍ତି। ପୂର୍ବରୁ, ଫର୍ମକୁ ଫେରି ଆସୁଥିବା ଭଳି ମନେ ହେଉଥିବା ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା ରାହୁଲଙ୍କ ଭଳି ୩୭ ରନ୍ କରି ବିଦାୟ ନେଇଥିଲେ। publive-image

ଘରୋଇ ଦଳର ଟେଲ୍‌ ଏଣ୍ଡର୍‌ ବ୍ୟାଟ୍‌ସମ୍ୟାନଙ୍କୁ ପ୍ୟାଭିଲିୟନ୍‌ ଫେରାଇବାରେ ନିଜ ଦୁର୍ବଳତା ପୁଣିଥରେ ପଦାରେ ପକାଇବା ପରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ସ୍କୋର୍‌ ୬ ରନ୍‌ରେ ବ୍ୟକ୍ତିଗତ ମାତ୍ର ୩ ରନ୍ କରି ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ଲେଗ୍‌ ବିଫୋର୍‌ ହୋଇ ବାମହାତୀ ଶିଖର ଧୱନ୍‌ ଇଂଲଣ୍ଡ ଗସ୍ତରେ ତାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିଲେ।

Advertisment

ତେବେ ଏହା ପରେ ପୂଜାରାଙ୍କ ସହ ଦଳୀୟ ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିବା ଲୋକେଶ ରାହୁଲ୍‌ କ୍ରିଜ୍‌ରେ ଜମି ଆସୁଥିବାବେଳେ ବ୍ୟକ୍ତିଗତ ୩୭ ରନ୍‌ କରି ବାମହାତୀ ସାମ୍ କରାନ୍‌ଙ୍କ ବଲ୍‌ରେ ବୋଲ୍‌ଡ୍‌ ହୋଇୟିବାରୁ ୭୦ ରନ୍‌ରେ ଭାରତକୁ ଦ୍ୱତୀୟ ଝଟକା ଲାଗିଥିଲା।

publive-image

ଏହା ପୂର୍ବରୁ ପୂର୍ବଦିନର ସ୍କୋର୍‌ ୭ ୱିକେଟ୍‌ରେ ୧୯୮ରୁ ଖେଳ ଆରମ୍ଭ କରିଥିବା ଇଂଲିଶ୍ ଦଳ ପ୍ରଥମ କିଛି ଓଭର୍ ଖେଳ ପରେ ଆଡିଲ୍ ରସିଦ୍‌(୧୫)ଙ୍କୁ ଦଳୀୟ ସ୍କୋର୍ ୨୧୪ ରନ୍‌ରେ ହରାଇଥିଲା। ରସିଦଙ୍କ ୱିକେଟ୍‌ ବୁମ୍ରା ନେଇଥିଲେ। ଏହାପରେ କିନ୍ତୁ ଭୟଙ୍କର ରୂପ ଧାରଣ କରିଥିବା ୱିକେଟ୍ କିପର୍ ବ୍ୟାଟ୍‌ସମ୍ୟାନ୍‌ ଜୋସ୍ ବଟଲର୍‌ ନବମ ୱିକେଟ୍ ଯୋଡ଼ିରେ ଷ୍ଟୁଆର୍ଟ୍ ବ୍ରଡଙ୍କ ସହ ମିଶି ଭାରତୀୟ ବୋଲରଙ୍କୁ ବେଶ୍ କିଛି ଘଣ୍ଟା ଯାଏ ଧୂଲେଇ କରିଥିଲେ।

ଲଞ୍ଚ୍‌ ବେଳକୁ ୩୦୪ ରନ୍‌ରେ ୮ ୱିକେଟ୍ ହରାଇଥିବା ଇଂଲଣ୍ଡର ନବମ ୱିକେଟ୍‌ ଲଞ୍ଚ୍‌ ପରେ ବ୍ରଡ୍‌ଙ୍କ ରୂପରେ ପଡ଼ିଥିଲା।  ତେବେ ସେତେବଳକୁ ଉଭୟ ବ୍ରଡ୍(୩୮) ଓ ବଟଲର୍‌ ୯୮ ରନ୍‌ର ବୃହତ୍ ଭାଗୀଦାରୀ କରି ଟିମ୍ ଇଣ୍ଡିଆକୁ ନୟାନ୍ତ କରିସାରିଥିଲେ। ବ୍ରଡ୍‌ଙ୍କୁ ଜାଡେଜା ରାହୁଲ୍‌ଙ୍କ ହାତରେ କଟ୍‌ ଆଉଟ୍ କରାଇଥିଲେ।

publive-image

ଏହା ସହ ବ୍ରଡ୍‌ଙ୍କ କ୍ୟାଚ୍‌ ନେଇ  ଏକ ସିରିଜ୍‌ରେ ସମୁଦାୟ ୧୩ଟି କ୍ୟାଚ୍‌ ନେଇ ଲୋକେଶ ରାହୁଲ୍‌ ପୂର୍ବରୁ ରାହୁଲ୍‌ ଡ୍ରାଭିଡ୍‌ଙ୍କ ରେକର୍ଡର ସମକ୍ଷକ ହୋଇଛନ୍ତି। ଏହା ପରେ ବଟଲର୍‌ଙ୍କୁ ଜାଡେଜା ଦିନରେ ନିଜର ଦ୍ୱିତୀୟ ଏବଂ ଇନିଂସର ଚତୁର୍ଥ ଶିକାର କରିଥିଲେ। ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୪, ବୁମ୍ରା ଓ ଈଶାନ୍ତ ଶର୍ମା ପ୍ରତ୍ୟେକ ୩ଟି ଲେଖାଏ ୱିକେଟ୍‌ ଅକ୍ତିଆର କରିଥିଲେ।

publive-image

ତେବେ ପ୍ରଥମ ଇନିଂସର ପ୍ରଥମ ଦିନରେ ଇଂଲିଶ ବ୍ୟାଟ୍‌ସମ୍ୟାନଙ୍କୁ ଚାପରେ ରଖିଥିବା ଈଶାନ୍ତ, ମହମ୍ମଦ ଶାମି ଓ ବୁମ୍ରା ଦ୍ୱିତୀୟ ଦିନ ପ୍ରଭାବହୀନ ବୋଲିଂ କରିଥିଲେ।

୫ଟିକିଆ ସିରିଜ୍‌ରେ ଭାରତ ୧-୩ରେ ପଛୁଆ ରହି ଏବେ ପଞ୍ଚମ ଟେଷ୍ଟ୍‌ରେ ସମ୍ମାନ ରକ୍ଷା କରିବାକୁ ଖେଳୁଛି।

publive-image

୯୮ ରନୱ୍‌ର ଭାଗୀଦାରୀ

ଦ୍ୱିତୀୟ ଦିନର ଲଞ୍ଚ ସୁଦ୍ଧା ଟିମ୍‌ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୩୦୪ ରନ୍‌ ସଂଗ୍ରହ କରିଛି। ଗୋଟିଏ ସମୟରେ ୭ ୱିକେଟ୍‌ ହରାଇ ୧୯୮ ରନ୍‌ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍‌ ଇଂଲଣ୍ଡ ଏବେ ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି।

ପ୍ରଥମ ଦିନର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଜୋସ୍‌ ବଟଲର୍‌ ଓ ଆଦିଲ ରଶିଦ୍‌ ଇଂଲଣ୍ଡର ଅସମାପ୍ତ ଇନିଂସ୍‌ ଆରମ୍ଭ କରିଥିଲେ। ୭ ୱିକେଟ୍‌ ହରାଇ ୧୯୮ ରନ୍‌ରୁ ଦ୍ୱିତୀୟ ଦିନ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଆଉ ୧୨ ରନ୍‌ ଯୋଡ଼ିଥିବା ବେଳେ ଭାରତୀୟ ସ୍ପିଡ୍‌ଷ୍ଟର୍‌ ଯଶପ୍ରୀତ ବୁମ୍‌ରା ରଶିଦ୍‌ଙ୍କୁ ଆଉଟ୍‌ କରିଦେଇଥିଲେ।