Advertisment

ପଡ଼ିଆ ମଝିରେ ଡ୍ରେସ ଖୋଲି ଫସିଗଲେ ମହିଳା ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପଡ଼ିଆ ମଝିରେ ଡ୍ରେସ ଖୋଲି ଫସିଗଲେ  ଫ୍ରାନ୍ସ ଟେନିସ୍‌ ତାରକା ଏଲ୍‌ଜି କୋର୍ଣ୍ଣେଟ୍‌। ଲାଇଭ୍‌ ଗେମ୍‌ ଚାଲିଥିବା ବେଳେ ଦର୍ଶକଙ୍କ ସମ୍ମୁଖରେ ଡ୍ରେସ୍‌ ବଦଳାଇ ବିବାଦକୁ ଆସିଛନ୍ତି ଏଲ୍‌ଜି କୋର୍ଣ୍ଣେଟ୍‌। ଖେଳ ମଝିରେ ତାଙ୍କର ଏଭଳି ଆଚରଣକୁ ନେଇ ଉଠିଛି ପ୍ରଶ୍ନ। ସମ୍ପୃକ୍ତ ଖେଳାଳିଙ୍କୁ ଅମ୍ପେୟାର ଚେତାବନୀ ଦେଇଥିବା ବେଳେ ଏହା  କୋର୍ଟ ନିୟମର ଉଲଙ୍ଘନ ବୋଲି କୁହାଯାଇଛି। Cornet( info – @nicklester , @BenRothenberg,@ymanojkumar)(🎥Eurosport) pic.twitter.com/RlfQT3t77a — doublefault28 (@doublefault28) August 28, […]

author-image
Tapas Behera
ପଡ଼ିଆ ମଝିରେ ଡ୍ରେସ ଖୋଲି ଫସିଗଲେ ମହିଳା ଖେଳାଳି, ଦେଖନ୍ତୁ ଭିଡିଓ

vvv

ନୂଆଦିଲ୍ଲୀ: ପଡ଼ିଆ ମଝିରେ ଡ୍ରେସ ଖୋଲି ଫସିଗଲେ  ଫ୍ରାନ୍ସ ଟେନିସ୍‌ ତାରକା ଏଲ୍‌ଜି କୋର୍ଣ୍ଣେଟ୍‌। ଲାଇଭ୍‌ ଗେମ୍‌ ଚାଲିଥିବା ବେଳେ ଦର୍ଶକଙ୍କ ସମ୍ମୁଖରେ ଡ୍ରେସ୍‌ ବଦଳାଇ ବିବାଦକୁ ଆସିଛନ୍ତି ଏଲ୍‌ଜି କୋର୍ଣ୍ଣେଟ୍‌। ଖେଳ ମଝିରେ ତାଙ୍କର ଏଭଳି ଆଚରଣକୁ ନେଇ ଉଠିଛି ପ୍ରଶ୍ନ। ସମ୍ପୃକ୍ତ ଖେଳାଳିଙ୍କୁ ଅମ୍ପେୟାର ଚେତାବନୀ ଦେଇଥିବା ବେଳେ ଏହା  କୋର୍ଟ ନିୟମର ଉଲଙ୍ଘନ ବୋଲି କୁହାଯାଇଛି।

Advertisment

https://twitter.com/doublefault28/status/1034489290447900672

ସୂଚନା ଯୋଗ୍ୟ ଯେ, ଖେଳାଳି ଜଣଙ୍କ ଡ୍ରେସ୍‌କୁ ଓଲଟା ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ। ପରେ ଖେଳ ମଝିରେ ସେ ଏ ବିଷୟରେ ଯେତେବେଳେ ଜାଣିବାକୁ ପାଇଲେ ସଙ୍ଗେ ସଙ୍ଗେ ଡ୍ରେସ୍ ଖୋଲି ବଦଳାଇଥିଲେ। ଏହି ଦୃଶ୍ୟକୁ ଷ୍ଟାଡିୟମରେ ଥିବା ଦଶର୍କ ଦେଖିଥିଲେ। ପରେ ତାଙ୍କୁ  ଅମ୍ପେୟାର ଚେତାବନୀ ଦେଇଛନ୍ତି।

ଅମ୍ପେୟାର ଏହାକୁ କୋର୍ଟ ନିୟମର ଉଲଙ୍ଘନ ବୋଲି ଦର୍ଶାଇଥିବାବେଳେ ବିଶ୍ୱ ଟେନିସ୍‌ ମହାସଙ୍ଘ ମଧ୍ୟ ଏହି ଘଟଣାକୁ ନାପସନ୍ଦ କରିଛି। ସେପଟେ ଏଲ୍‌ଜି ମଧ୍ୟ ଏହି ଘଟଣା ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅମ୍ପେୟାର ତାଙ୍କୁ କାହିଁକି ତାଗିଦ କଲେ ଏଥିପାଇଁ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଏଲ୍‌ଜି ଦାବି କରିଛନ୍ତି। ଏନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏଲ୍‌ଜି ଏମିତି କରିବାର ନଥିଲା। ଏହାସହିତ ତାଙ୍କୁ ଏଥିପାଇଁ କୌଣସି ଦଣ୍ଡିତ ବା ଜରିମାନା କରାଯାଇ ନାହିଁ ବୋଲି ୟୁଏସ୍‌ ଓପନ ପକ୍ଷରୁ କୁହାଯାଇଛି।

Advertisment

publive-imageତେବେ ୨୦୧୬ ମସିହାରେ ପ୍ରଖ୍ୟାତ ଟେନିଶ ତାରକା ନବାକୋ ଜୋକୋବିଚ୍‌ ସେଟ୍‌ ହାରିବା ପରେ ତାଙ୍କର ଟି-ଶାର୍ଟ ଓହ୍ଲାଇ ଚେୟାରରେ ବସିଥିଲେ ବି କୌଣସି ବିବାଦ ହୋଇନଥିଲା। ଯାହାକୁ ନେଇ ଏଲ୍‌ଜି ପ୍ରଶ୍ନ ଉଠାଇଛନ୍ତି।

ବିଶ୍ୱରେ ନାରୀ ପୁରୁଷଙ୍କ ସମାନତାକୁ ନେଇ ବାର୍ତ୍ତା ଦିଆଯାଉଥିବାବେଳ ଏହି ଘଟଣାକୁ କାହିଁକି ବିରୋଧ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।