Advertisment

ପ୍ରଥମ ମହିଳା ପ୍ରିମିୟର ଲିଗ୍‌ରେ ରେକର୍ଡ: ୪,୬୭୦ କୋଟିରେ ବିକ୍ରି ହେଲା ୫ ଟିମର ମାଲିକାନା

ଲିଗ୍‌ର ପ୍ରଥମ ସଂସ୍କରଣରେ ମୋଟ ୫ଟି ଦଳ ଭାଗ ନେବେ। ଏହି ୫ଟିମର ମାଲିକାନାକୁ ଆଜି ବିସିସିଆଇ ରେକର୍ଡ ୪,୬୭୦ କୋଟି ଟଙ୍କାରେ ବିକ୍ରି କରିଛି।

WPL

WPL

Advertisment

ମହିଳା ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣ ପୂର୍ବରୁ ମାଲିକାନା ହାସଲ ପାଇଁ ଚାଲିଥିବା ବିଡ୍‌ରେ ବିସିସିଆଇ ନୂଆ ରେକର୍ଡ କରିଛି। ଲିଗ୍‌ର ପ୍ରଥମ ସଂସ୍କରଣରେ ମୋଟ ୫ଟି ଦଳ ଭାଗ ନେବେ। ଏହି ୫ ଟିମର ମାଲିକାନାକୁ ଆଜି ବିସିସିଆଇ ରେକର୍ଡ ୪,୬୭୦ କୋଟି ଟଙ୍କାରେ ବିକ୍ରି କରିଛି। ବିସିସିଆଇ ସମ୍ପାଦକ ଜୟ ଶାହ ନିଲାମୀ ଦରର ବିସ୍ତୃତ ତଥ୍ୟ ଟ୍ୱିଟ କରିଛନ୍ତି। ଏଥିସହ ପୁରୁଷଙ୍କୁ ନେଇ ଆଇପିଏଲ ଖେଳା ଯାଉଥିବା ବେଳେ ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟର ନାଁ ମହିଳା ପ୍ରିମିୟର ଲିଗ୍‌(WPL) ରାଖାଯାଇଥିବା ସେ କହିଛନ୍ତି।

Advertisment

୨୦୦୮ ପୁରୁଷ ଆଇପିଏଲର ପ୍ରଥମ ସଂସ୍କରଣ ବେଳେ ବିଡିଂରୁ ଯେତିକି ଟଙ୍କା ମିଳିଥିଲା,ତା’ଠାରୁ ଅଧିକ ଟଙ୍କା ମହିଳା ପ୍ରିମିୟର ଲିଗ୍‌ରୁ ମିଳିଥିବା ସେ ସୂଚନା ଦେଇଛନ୍ତି। ନିଲାମୀ ବେଳେ ଅହମଦାବାଦ ଫ୍ରାଞ୍ଚାଇଜ୍‌କୁ ଆଦାନୀ ସ୍ପୋର୍ଟସ ଲାଇନ ପ୍ରାଇଭେଟ ଲିଃ ରେକର୍ଡ ୧୨୮୯ କୋଟି ଟଙ୍କାର କିଣିଛି।

ସେହରି ମୁମ୍ବାଇ ପ୍ରାଞ୍ଚାଇଜକୁ ଇଣ୍ଡିଆୱିନ ସ୍ପୋର୍ଟସ ପ୍ରାଇଭେଟ ଲିଃ ୯୧୨.୯୯ କୋଟି, ବେଙ୍ଗାଲୁରୁ ପ୍ରାଞ୍ଚାଇଜ୍‌କୁ ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ ପ୍ରାଇଭେଟ ଲିଃ ୯୦୧ କୋଟି, ଦିଲ୍ଲୀ ପ୍ରାଞ୍ଚାଇଜ୍‌କୁ ଜେଏସ୍‌ଡବ୍ଲ୍ୟୁ ଜିଏମଆର କ୍ରିକେଟ ପ୍ରାଇଭେଟ ଲିଃ ୮୧୦ କୋଟି ଓ ଲକ୍ଷ୍ନୌ ପ୍ରାଞ୍ଚାଇଜ୍‌କୁ କାପ୍ରୀ ଗ୍ଲୋବାଲ ହୋଲଡିଂ ପ୍ରାଇଭେଟ ଲିଃକୁ ୭୫୭ କୋଟିରେ କିଣିଛି।

Advertisment

ଜୟ ଶାହ ଟ୍ୱିଟ କରି କହିଛନ୍ତି, ଆଜି କ୍ରିକେଟ ପାଇଁ ଐତିହାସିକ ଦିନ। କାରଣ ମହିଳା ପ୍ରିମିୟର ଲିଗ୍‌ର ବିଡିଂ ପୁରୁଷ ଆଇପିଏଲ ୨୦୦୮ର ରେକର୍ଡକୁ ଭାଙ୍ଗି ଦେଇଛି। ବିଜେତାମାନଙ୍କୁ ଶୁଭେଚ୍ଛା। ଆମେ ମୋଟ ନିଲାମୀରୁ ୪୬୬୯.୯୯ କୋଟି ଟଙ୍କା ପାଇଛୁ। ଏହା ମହିଳା କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନର ଶୁଭାରମ୍ଭ। ଏହା କେବଳ ଆମ ମହିଳା କ୍ରିକେଟର ନୁହେଁ, ପୂରା କ୍ରୀଡ଼ା ଜଗତକୁ ନୂଆ ଦିଗଦର୍ଶନ ଦେବ ବୋଲି ଶାହ କହିଛନ୍ତି।

Bcci Women Empowerment ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe