Advertisment

ଆସନ୍ତା ବର୍ଷ ମହିଳା ଆଇପିଏଲ୍

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବ ମହିଳା ଆଇପିଏଲ୍(ଇଣ୍ଡିଆନ ପ୍ରେମିୟର ଲିଗ୍)। ପୁରୁଷ କ୍ରିକେଟ ଖେଳାଳିଙ୍କ ଭଳି ନିଲାମରେ ମହିଳା ଖେଳାଳିମାନେ ନିଜ ନାମ ଦେଇପାରିବେ। ଫ୍ରାଞ୍ଚାଇଜମାନେ ନିଜ ମନ ମୁତାବକ ଖେଳାଳିଙ୍କୁ କିଣି ନିଜ ପକ୍ଷରୁ ଖେଳାଇବେ। ପ୍ରଥମ ବର୍ଷ ୬ ଫ୍ରାଞ୍ଚାଇଜ୍ ଟିମ୍ ଏହି ମହାକୁମ୍ଭରେ ଭାଗ ନେବେ। ଫ୍ରାଞ୍ଚାଇଜ୍ ଜରିଆରେ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବେ। ଅନେକ ଫ୍ରାଞ୍ଚାଇଜ ଏଥିନିମେନ୍ତ ନିଜ ଆଡୁ ଆଗ୍ରହ ପ୍ରକାଶ କଲେଣି। ଖୁବଶୀଘ୍ର ଏନେଇ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। […]

ଅଦ୍ୟତନ ହୋଇଛି
ଆସନ୍ତା ବର୍ଷ ମହିଳା ଆଇପିଏଲ୍

owman-IpL

Advertisment

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବ ମହିଳା ଆଇପିଏଲ୍(ଇଣ୍ଡିଆନ ପ୍ରେମିୟର ଲିଗ୍)। ପୁରୁଷ କ୍ରିକେଟ ଖେଳାଳିଙ୍କ ଭଳି ନିଲାମରେ ମହିଳା ଖେଳାଳିମାନେ ନିଜ ନାମ ଦେଇପାରିବେ। ଫ୍ରାଞ୍ଚାଇଜମାନେ ନିଜ ମନ ମୁତାବକ ଖେଳାଳିଙ୍କୁ କିଣି ନିଜ ପକ୍ଷରୁ ଖେଳାଇବେ। ପ୍ରଥମ ବର୍ଷ ୬ ଫ୍ରାଞ୍ଚାଇଜ୍ ଟିମ୍ ଏହି ମହାକୁମ୍ଭରେ ଭାଗ ନେବେ। ଫ୍ରାଞ୍ଚାଇଜ୍ ଜରିଆରେ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବେ। ଅନେକ ଫ୍ରାଞ୍ଚାଇଜ ଏଥିନିମେନ୍ତ ନିଜ ଆଡୁ ଆଗ୍ରହ ପ୍ରକାଶ କଲେଣି। ଖୁବଶୀଘ୍ର ଏନେଇ ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି।

Advertisment

ଏହି କ୍ରୀଡାରେ ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ କାଗଜପତ୍ର ପ୍ରସ୍ତୁତି ଚାଲିଛି। ଟିମ୍ ଗଠନ, ଅକ୍ସନ, ଯୋଜନା ପ୍ରସ୍ତୁତି ଓ ସବୁକିଛି ବ୍ୟବସ୍ଥାକୁ ସଠିକ୍ ରୂପରେଖ ଦେବାକୁ ଆଉ କିଛି ସମୟ ଲାଗିବ। ସବୁକିଛି ଠିକ୍ ହୋଇଯିବା ପରେ ଏନେଇ ବଧିବଦ୍ଧ ଘୋଷଣା କରାଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯାହାକୁ ନେଇ ଜୋରଦାର ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ଲୁଚି ରହିଥିବା ପ୍ରତିଭାଶାଳୀ ମହିଳା କ୍ରିକେଟ ଖେଳାଳିଙ୍କୁ ପରିଚିତ କରିବ ବୋଲି ଆଶା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe