Advertisment

ଦେଶ ସହ ରାଜ୍ୟ ବି ମନାଉଛି ଉତ୍ସବ, ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ମନ ଜିଣିଲେ ଓଡିଆ ପୁଅ

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଦେଶ ସହ ଝୁମୁଛି ରାଜ୍ୟ। ଟପ୍ ଟେନରେ ସ୍ଥାନ ପାଇଲେ ଓଡିଆ ପୁଅ କିଶୋର ଜେନା।

author-image
Debibandita Barick
ଅଦ୍ୟତନ ହୋଇଛି
Kishor Jena

Kishor Jena

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତକୁ ଐତିହାସିକ ସଫଳତା। ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି। ଆଉ ତା ସାଙ୍ଗକୁ ଦେଶକୁ ମିଳିଛି ଗୋଲ୍ଡ ମେଡାଲ୍। 40 ବର୍ଷର ଯାତ୍ରାରେ ପ୍ରଥମ କରି ଭାରତକୁ ମିଳିଛି ଏହି ସଫଳତା। 

Advertisment

ଏହି ସଫଳତାର ଉତ୍ସବରେ ଓଡିଶା ବି ଝୁମି ଉଠୁଛି। କାରଣ ପୁରୀ ବ୍ରହ୍ମଗିରିର କିଶୋର ଜେନା ଏହି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଜାଭଲିନ ଥ୍ରୋରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଫାଇନାଲରେ ପଦକ ହାସଲ କରିପାରି ନଥିଲେ ବି ନିରାଶ କରିନାହାନ୍ତି କିଶୋର। ତାଙ୍କ ପ୍ରଦର୍ଶନ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିଣିପାରିଛି। ନିଜର ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ 84.77 ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ପଞ୍ଚମ ସ୍ଥାନ ଅଳଙ୍କୃତ କରିଛନ୍ତି।  

ସେ ପ୍ରଥମ ପ୍ରୟାସରେ ୭୫.୭୦ ମିଟର ଏବଂ ଦ୍ୱିତୀୟରେ ୮୨.୮୨ ମିଟର ଥ୍ରୋ କରିଥିବା ବେଳେ ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା। ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୮୪.୭୭ ମିଟର ଥ୍ରୋ କରିଥିଲେ। ୱାର୍ଲ୍ଡ ଆଥଲେଟକିକ୍ସ ଚାମ୍ପିଅନସିପରେ ସେ ପ୍ରଥମ କରି ଫାଇନାଲରେ ଭାଗ ନେଇଥିଲେ। ଆଗକୁ ତାଙ୍କ ଯାତ୍ରା ଏହିପରି ଜାରି ରହିବ ବୋଲି ସମସ୍ତେ କାମନା କରିଛନ୍ତି।

Advertisment

ସେପଟେ ଭାରତର ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଭେଟି ଦେଇଛନ୍ତି। ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ ହୋଇପାରିଛି। ଏହି ମ୍ୟାଚରେ ସେ 88.17 ମିଟର୍ ଜାଭିଲିନ୍ ଥ୍ରୋ କରି ପ୍ରଥମ ସ୍ଥାନ ଅଳଙ୍କୃତ କରିଛନ୍ତି। ସେହିପରି ଫାଇନାଲରେ ପ୍ରବେଶ କରିଥିବା ଅନ୍ୟଜଣେ ଭାରତୀୟ ଡିପି ମନୁ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ 84.14 ମିଟର ଜାଭିଲିନ୍ ଫିଙ୍ଗି ଷଷ୍ଠ ସ୍ଥାନରେ ରହିଛନ୍ତି। 

Kishore Jena World Athletics Championships Javelin Throw