/odisha-reporter/media/media_files/2026/01/14/denmark-2026-01-14-13-55-14.jpg)
ବିଶ୍ୱର ୨ ନମ୍ବର ଖେଳାଳି
ଭାରତର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ବିଶ୍ୱରେ ଦେଶର ମୁଣ୍ଡ ତଳକୁ କରି ଦେଇଛି। ବିଶ୍ୱର ୨ ନମ୍ବର ଶଟଲର ତଥା ଡେନମାର୍କର ଷ୍ଟାର ଖେଳାଳି ଆଣ୍ଡ୍ରେସ ଆଣ୍ଟୋନସେନ କାହିଁକି ୨୦୨୬ ଇଣ୍ଡିଆନ ଓପନରେ ଭାଗ ନେବାକୁ ମନା କରିଦେଥିଲେ, ତା’ର ଖୁଲାସା କରିଛନ୍ତି।
ଇଣ୍ଡିଆ ଓପନ ୨୦୨୬ରେ ସେ ଭାଗ ନେବାକୁ ବେଶ ଚାତକ ଭଳି ଚାହିଁ ରହିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଆଣ୍ଡ୍ରେସ ଭାରତ ଆସିବାକୁ ମନା କରି ଦେଇଥିଲେ। କ୍ରମାଗତ ୩ ଥର ପାଇଁ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବ୍ୟାଡମିଣ୍ଟନର ଏହି ଟୁର୍ଣ୍ଣାମେଣ୍ଟରୁ ଡାନେ ଯୋଗ ଦେଇନାହାନ୍ତି।
ଏବେ ଏହାର କାରଣ ସେ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଉଲ୍ଲେଖ କରିଛନ୍ତି। ଦିଲ୍ଲୀର ସାଂଘାତିକ ପ୍ରଦୂଷଣ ଯୋଗୁ ସେ ଟୁର୍ଣ୍ଣାମେଣ୍ଟରୁ ବାଧ୍ୟ ହୋଇ ଓହରି ଯାଇଛନ୍ତି। ଏଥିପାଇଁ ବିଶ୍ୱ ବ୍ୟାଡମିଣ୍ଟନ ସଂଘ ତାଙ୍କ ଉପରେ ୫ ହଜାର ଡଲାରର ଫାଇନ ଲାଗୁ କରିଥିବା ଡାନେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “କ୍ରମାଗତ ୩ୟ ବର୍ଷ ପାଇଁ ମୁଁ କାହିଁକି ଇଣ୍ଡିଆ ଓପନରୁ ଓହରି ଗଲି, ସେକଥା ଜାଣିବାକୁ ସମସ୍ତେ ଉତ୍ସାହିତ। ଏହାର କାରଣ ହେଲା ସାଂଘାତିକ ପ୍ରଦୂଷଣ। ବର୍ତ୍ତମାନ ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ ଦେଖା ଯାଉଛି। ମୁଁ ଭାବୁଛି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହେଁ।
ଆଶା ଖରା ଦିନେ ଆୟୋଜିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ ବେଳକୁ ସ୍ଥିତି ସୁଧୁରି ଯାଇଥିବ। ମୁଁ ଇଣ୍ଡିଆ ଓପନରୁ ଓହରି ଯାଇଥିବାରୁ BWF ପୁଣିଥୀ ମୋ ଉପରେ ୫୦୦୦ ୟୁଏସଡି ଫାଇନ କରିଛି।”
ଡାନେଙ୍କ ପୂର୍ବରୁ ଡେନମାର୍କର ମିଆ ବ୍ଲିଚଫେଲଡଟ ମଧ୍ୟ ଦିଲ୍ଲୀର ପରିଷ୍କାର ପରିଚ୍ଛନ୍ନକୁ ନେଇ ପ୍ରଶ୍ନ ଉଠାଇଥିଲେ। ବ୍ୟାଡମିଣ୍ଟନ କୋର୍ଟରେ ପାରା ଖସି ପଡ଼ୁଛନ୍ତି। ଏଠାରେ ପରଷ୍କାର ପରିଚ୍ଛିନ୍ନକୁ ଆଦୌ ଗୁରୁତ୍ୱ ଦିଆଯାଉ ନଥିବା ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟରେ ଅନୁଷ୍ଠିତ ଇଣ୍ଡିଆ ଓପନ ୨୦୨୬ର ପ୍ରଥମ ରାଉଣ୍ଡ ମ୍ୟାଚ ଜିତିବା ପରେ ବ୍ଲିଚଫେଲଡଟ କହିଥିଲେ।
ପ୍ରଥମଥର ପାଇଁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ଉଚ୍ଚ ସ୍ତରୀୟ ବ୍ୟାଡମିଣ୍ଟନ(Badminton) ପ୍ରତିଯୋଗିତା ଆୟୋଜନ ହେଉଛି। ଗତବର୍ଷ ଏହି ଷ୍ଟାଡିୟମ ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା କେଡି ଯାଦବ ଇଣ୍ଡୋର ହଲରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଉଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
