Advertisment

ଲର୍ଡସ ନୁହେଁ ଏହି ସ୍ଥାନରେ ହେବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

କୋଲକାତା: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଐତିହାସିକ ଲର୍ଡସରେ ଖେଳାଯିବ ନାହିଁ। କରୋନା ସଂକ୍ରମଣ ଲଣ୍ଡନରେ ବ୍ୟାପିଥିବାରୁ ଫାଇନାଲ ମ୍ୟାଚ୍‌ଟିକୁ ସାଉଥାମ୍ପଟନର ଏଜାସ ବାଉଲ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଜୁନ୍‌ ୧୮ରୁ ୨୨ ଯାଏ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଆଜି ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରାଥମିକ ଅବସ୍ଥାରେ ଲର୍ଡସ ଗ୍ରାଉଣ୍ଡରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବାର ଥିଲା। କରୋନା ସଂକ୍ରମଣ […]

author-image
Hemant Lenka
ଲର୍ଡସ ନୁହେଁ ଏହି ସ୍ଥାନରେ ହେବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

Virat

କୋଲକାତା: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ଐତିହାସିକ ଲର୍ଡସରେ ଖେଳାଯିବ ନାହିଁ। କରୋନା ସଂକ୍ରମଣ ଲଣ୍ଡନରେ ବ୍ୟାପିଥିବାରୁ ଫାଇନାଲ ମ୍ୟାଚ୍‌ଟିକୁ ସାଉଥାମ୍ପଟନର ଏଜାସ ବାଉଲ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଜୁନ୍‌ ୧୮ରୁ ୨୨ ଯାଏ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଆଜି ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ପ୍ରାଥମିକ ଅବସ୍ଥାରେ ଲର୍ଡସ ଗ୍ରାଉଣ୍ଡରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବାର ଥିଲା। କରୋନା ସଂକ୍ରମଣ ଯୋଗୁ ଏହାକୁ ସାଉଥାମ୍ପଟନକୁ ସ୍ଥାନାନ୍ତର କରାଯାଉଛି। ଏଠାରେ ଷ୍ଟାଡିୟମ ଭିତରେ ଫାଇଭ ଷ୍ଟାର ହୋଟେଲର ବ୍ୟବସ୍ଥା ରହିଛି। ତେଣୁ ଆଇସିସି ଓ ଇଂଲଣ୍ଡ କ୍ରିକେଟ ବୋର୍ଡ ବେଶ ଆରାମରେ ଏଠାରେ ଦୁଇ ଦଳର ଖେଳାଳିଙ୍କ ପାଇଁ ବାଓ ବବଲ୍ସ ତିଆରି କରିପାରିବ। ତେଣୁ ଏଜାସ ବାଉଲ ଷ୍ଟାଡିୟମରେ ହିଁ ଫାଇନାଲ ଖେଳାଯିବ ବୋଲି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।

ଟିମ୍ ଇଣ୍ଡିଆ ନିକଟରେ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଥିଲା। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ ହାସଲ କରିଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଦାଦା ଫାଇନାଲ ମ୍ୟାଚ୍ ଦେଖିବାକୁ ବ୍ରିଟେନ ଯିବେ ବୋଲି ମଧ୍ୟ କହିଛନ୍ତି।

Advertisment

ଦାଦା କହିଛନ୍ତି, “ମୁଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଦେଖିବାକୁ ବ୍ରିଟେନ ଯିବ। ମୋର ଆଶା ଓ ବିଶ୍ୱାସ ଆମ ଟିମ୍‌ ନ୍ୟୁଜିଲ୍ୟାଣ୍ଡକୁ ଫାଇନାଲରେ ମାତ ଦେବ। ନ୍ୟୁଜିଲ୍ୟାଣ୍ଡ ଆମ ପୂର୍ବରୁ ସେଠାରେ ରହିଥିବ ଓ ଇଂଲଣ୍ଡ ବିପକ୍ଷରେ ଏକାଧିକ ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିବ। ତଥାପି ଆମ ଟିମ୍‌ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଯାହା କରିଥିଲେ, ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସମାନ ଖେଳ ପ୍ରଦର୍ଶନ କରିବେ।”