Advertisment

WPL: ଆଜି ଦିଲ୍ଲୀ-ବାଙ୍ଗାଲୋର ଫାଇନାଲ୍ ଫାଇଟ୍

ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ଫାଇନାଲ୍ ମ୍ୟାଚ୍।

author-image
Debibandita Barick
DC & RCB Captain

DC & RCB Captain

ମହିଳା ପ୍ରିମିୟର୍ ଲିଗରେ ଆଜି ହେବ ଫାଇନାଲ୍ ଲଢେଇ। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏହି ମହାମୁକାବିଲା ହେବ। ପ୍ରଥମ ଥର ଦୁଇ ଟିମ୍ ଟାଇଟଲ୍ ହାତେଇବା ଲକ୍ଷ୍ୟରେ ଅଛନ୍ତି। ତେଣୁ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

Advertisment

ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା ୭ଟାରେ ଟସ୍ ପଡିବ ଏବଂ ୭.୩୦ରେ ମ୍ୟାଚ୍ ଆରମ୍ଭ ହେବ। ସ୍ପୋର୍ଟ୍ସ ୧୮ ଏବଂ ଜିଓ ସିନେମାରେ ସିଧାପ୍ରସାରଣ ଦେଖିପାରିବେ।

ଶୁକ୍ରବାର ଏଲିମିନେଟର ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇକୁ ହରାଇ ପ୍ରଥମ କରି ଫାଇନାଲ୍ ଖେଳିବାକୁ ଯାଉଛି ଆରସିବି। ଲିଗ୍ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ଥିବା ଆରସିବି ସୀମିତ ସ୍କୋର ମଧ୍ୟରେ ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଥିବାରୁ ଟିମ୍ ପ୍ଲେୟରଙ୍କ ମନୋବଳ ଦୃଢ ରହିଛି। ଦଳର କ୍ୟାପ୍ଟେନ ସ୍ମୃତି ମନ୍ଧନା ଏବଂ ଅଲରାଉଣ୍ଡର ଏଲିସ ପେରୀଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି।

Advertisment

ତଥାପି ଟାଇଟଲ୍ ହାତେଇବାକୁ ହେଲେ ଦଳ ଉଭୟ ବୋଲର୍ ଓ ବ୍ୟାଟରଙ୍କଠୁ ଉଲ୍ଲେଖନୀୟ ଅବଦାନ ଆଶା ରଖିଛି। ଯଦି ବ୍ୟାଟରଙ୍କ ସହ ରେଣୁକା ସିଂହ, ଶ୍ରେୟଙ୍କା ପାଟିଲ ଏବଂ ଜର୍ଜିଆ ୱାରେହାମଙ୍କ ବୋଲିଂ କାମ କରେ ତେବେ ଦଳ ଟାଇଟଲ୍ ହାସଲ କରିପାରିବ।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସର ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି। ଟିମ୍ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ଜଠାରୁ ପରାସ୍ତ ହୋଇଛି। କହିବାକୁ ଗଲେ ଡବ୍ଲ୍ୟୁପିଏଲ ମୁକାବିଲାରେ ଦିଲ୍ଲୀ ସବୁ ମ୍ୟାଚରେ ଆରସିବିକୁ ହରାଇଛି। ଦଳର କ୍ୟାପ୍ଟେନ ମେଗ୍ ଲାନିଙ୍ଗଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି।

ସେହିପରି ଦଳର ବୋଲିଂ ଲାଇନ୍ ସହ ବ୍ୟାଟିଂ ଲାଇନ୍ ମଧ୍ୟ ଭଲ ରହିଛି। ଏ ଦୃଷ୍ଟିରେ ଦିଲ୍ଲୀ କ୍ୟାପିଟାଲ୍ସ ଆରସିବି ପାଇଁ ଭାରି ପଡିପାରେ। ତେବେ କେଉଁ ଦଳ ଟାଇଟଲ୍ ହାତଉଛି, ତା' ଉପରେ ନଜର। 

RCB Vs DC WPL 2024 WPL Final Women's Premier League