Advertisment

ହାତ ଯୋଡ଼ି ରାଜନେତାଙ୍କୁ ଷ୍ଟେଜରୁ ଚାଲି ଯିବାକୁ କହିଲେ ରେସଲର

ଭାରତୀୟ କୁସ୍ତି ମହାସଂଘ ଓ ଏହାର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି।

author-image
Hemant Lenka
Wrestler

Wrestler

ଭାରତୀୟ କୁସ୍ତି ମହାସଂଘ ଓ ଏହାର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି। ସଭାପତି ବ୍ରିଜ ଭୂଷଣ ଓ ସଂଘର ଏକାଧିକ କୋଚ୍‌ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ପ୍ରାୟ ୨୦୦ ଜଣ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରୁଛନ୍ତି।

Advertisment

ଆଜି ଏହି ଆନ୍ଦୋଳନରେ ସାମିଲ ହେବାକୁ ବାମପନ୍ଥୀ ନେତା ବ୍ରିନ୍ଦା କରାତ ଯାଇଥିଲେ। କିନ୍ତୁ ତାଙ୍କୁ ବିକ୍ଷୋଭ କରୁଥିବା ରେସଲରମାନେ ହାତ ଯୋଡ଼ି ବିକ୍ଷୋଭକୁ ରାଜନୀତିକ ରଙ୍ଗ ନ ଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ହାତ ଯୋଡ଼ି ବ୍ରିନ୍ଦାଙ୍କୁ ଷ୍ଟେଜରୁ ତଳକୁ ଚାଲିଯିବାକୁ ଅନୁରୋଧ କରିଛନ୍ତି। ଅଲିମ୍ପିୟାନ ବଜରଙ୍ଗ ପୁନିଆ ହାତଯୋଡ଼ି ଅନୁରୋଧ କରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଆଜି ବ୍ରିନ୍ଦା ଷ୍ଟେଜ ଉପରକୁ ଆସିବା ବେଳେ ନିଜର ହକ ପାଇଁ ବଜରଙ୍ଗ ପୁନିଆ କିଛି କହୁଥିଲେ। ଏହି ସମୟରେ ସେ ବ୍ରିନ୍ଦାଙ୍କୁ ଦେଖି ହାତ ଯୋଡ଼ିଥିଲେ ଓ କହିଥିଲେ ଯେ “ଆପଣ ଦୟା କରି ତଳକୁ ଯାଆନ୍ତୁ। ଆମେ ଆପଣଙ୍କୁ ଅନୁରୋଧ କରୁଛୁ ମାଡାମ। ଏହାକୁ ରାଜନୀତିକ ରଙ୍ଗ ଦିଅନ୍ତୁ ନାହିଁ। ଏହା ଆଥଲେଟମାନଙ୍କ ଆନ୍ଦୋଳନ।” ଏହା ଶୁଣି ବ୍ରିନ୍ଦା ଓ ତାଙ୍କ ସାଙ୍ଗରେ ଥିବା କିଛି ନେତା ସ୍ମିତ ହାସ୍ୟ ଦେଇଥିଲେ। ଏଥିସହ ସେମାନେ ତଳକୁ ଚାଲି ଆସିଥିଲେ।

Advertisment

ଘଟଣା ପରେ ସିପିଆଇଏମର ସାଂସଦ ବ୍ରିନ୍ଦା କହିଛନ୍ତି, “ଆମେ ଯୌନ ନିର୍ଯାତନା ବିରୋଧରେ ଲଢ଼େଇ କରୁଛୁ। ଯେକୌଣସି ବର୍ଗର ମହିଳା ହେଲେ ମଧ୍ୟ ଆମେ ସେମାନଙ୍କ ସହ ରହିଛୁ। ତେଣୁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରି ଏଠାକୁ ଆସିଥିଲୁ। ରେସଲରମାନେ ବାଧ୍ୟ ହୋଇ ଏଠାକୁ ଆସିବା ଓ ଧାରଣା ଦେବା ଦୁର୍ଭାଗ୍ୟର ବିଷୟ। ମହିଳା ଅଭିଯୋଗ ଆଣିବା କ୍ଷଣି ସବୁ ସରକାର ପ୍ରଥମେ ଅଭିଯୁକ୍ତଙ୍କୁ କାର୍ଯ୍ୟାନ୍ତର କରିବା ଦରକାର। ଏହାପରେ ତଦନ୍ତ ହେବା ଜରୁରୀ।”

Indian Wrestler Protest Against Govt.