Advertisment

'ନାଡା'ର ବଡ଼ ଆକ୍ସନ, ରେସଲର୍‌ ବଜରଙ୍ଗ ପୁନିଆ ୪ ବର୍ଷ ପାଇଁ ବ୍ୟାନ୍

ଜାତୀୟ ଟିମର ଚୟନ ବେଳେ ଡୋପିଂ ଟେଷ୍ଟକୁ ମନା କରିଥିଲେ ପୁନିଆ। ଆଣ୍ଟି ଡୋପିଂ କୋଡ୍‌ର ଉଲ୍ଲଙ୍ଘନ କରିଥିବା ଯୋଗୁ ନାଡା ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

author-image
Madhupriya Mistry
Bajrang Punia

Bajrang Punia

ଭାରତର ଷ୍ଟାର୍‌ ରେସଲ୍‌ର ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା। ତାଙ୍କ ଉପରେ ଲାଗିଲା ୪ ବର୍ଷର ବ୍ୟାନ୍‌। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କ ବିରୋଧରେ ଏଭଳି କିଛି ବଡ଼ ଆକ୍ସନ ନେଇଛି। ବଜରଙ୍ଗ ପୁନିଆ ଆଣ୍ଟି ଡୋପିଂ କୋଡ୍‌ର ଉଲ୍ଲଙ୍ଘନ କରିଥିବା ଯୋଗୁ ନାଡା ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେବଳ ସେତିକି ନୁହେଁ ଏହି ଅବଧି ସମୟରେ ସେ ବିଦେଶରେ ମଧ୍ୟ ଟ୍ରେନିଂ ନେଇପାରିବେ ନାହିଁ।

Advertisment

ଜାତୀୟ ଟିମର ଚୟନ ବେଳେ ଡୋପିଂ ଟେଷ୍ଟକୁ ମନା କରିଥିଲେ ପୁନିଆ। ମାର୍ଚ୍ଚ ୧୦ରେ ଚୟନ ପ୍ରକ୍ରିୟା ହୋଇଥିଲା। ଏହି ସମୟରେ ବଜରଙ୍ଗ ପୁନିଆ ନମୁନା ଦେବାକୁ ମନା କରିଥିଲେ। ଏଥିପାଇଁ ତାଙ୍କୁ ନାଡା ୪ ବର୍ଷ ପାଇଁ ସସ୍‌ପେଣ୍ଡ କରିଛି।

ଏହି ଅପରାଧ ପାଇଁ ନାଡା ପ୍ରଥମେ ବଜରଙ୍ଗ ପୁନିଆକୁ ୨୩ ଏପ୍ରିଲରେ ନିଲମ୍ବିତ କରିଥିଲା। ଯାହା ପରେ UWW ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲେ। ଏହା ପରେ ବଜରଙ୍ଗ ନିଲମ୍ବନ ବିରୋଧରେ ଆବେଦନ କରିଥିଲେ। ତେବେ NADA ର ଅନୁଶାସନାତ୍ମକ ଡୋପିଂ ପ୍ୟାନେଲ୍ (ADDP) ଏହାକୁ ମେ' ୩୧ରେ ବାତିଲ କରିଦେଇଥିଲା। ତା’ପରେ ନାଡା ୨୩ ଜୁନ୍‌ରେ ବଜରଙ୍ଗଙ୍କୁ ନୋଟିସ୍ ଜାରି କରିଥିଲା।

Advertisment

ଏହାପରେ ୧୧ ଜୁଲାଇରେ ସେ ଏହି ଅଭିଯୋଗକୁ ଚ୍ୟାଲେଞ୍ଜ କରିଥିଲେ। ୨୦ ସେପ୍ଟେମ୍ବର ଏବଂ ୪ କ୍ଟୋବରରେ ଏହାର ଶୁଣାଣି ହୋଇଥିଲା। ପ୍ୟାନେଲର ବିଶ୍ୱାସ ଯେ, ବଜରଙ୍ଗ ପୁନିଆ ଧାରା ୧୦.୩.୧ ଅନୁଯାୟୀ ଦଣ୍ଡବିଧାନ ପାଇଁ ଦାୟୀ। ଏଥିପାଇଁ ତାଙ୍କୁ ଏହି ଦଣ୍ଡ ମିଳିଛି। ନିଲମ୍ବନର ଅର୍ଥ ହେଉଛି ବଜରଙ୍ଗ ପ୍ରତିଯୋଗିତାମୂଳକ କୁସ୍ତିରେ ଭାଗ ନେଇପାରିବେ ନାହିଁ। କେବଳ ସେତିକି ନୁହେଁ ବିଦେଶରେ କୋଚିଂ ଚାକିରି ପାଇଁ ଆବେଦନ ମଧ୍ୟ କରିପାରିବେ ନାହିଁ। ବଜରଙ୍ଗ ଉପରେ ୪ ବର୍ଷର ପ୍ରତିବନ୍ଧକ ୨୦୨୪ ଏପ୍ରିଲ ୨୩ରୁ କାର୍ଯ୍ୟକାରୀ ହେବ ବୋଲି ପ୍ୟାନେଲ କହିଛି।

କହିରଖୁ ଯେ, ୨୦୧୮ ଏସିଆନ୍ ଗେମ୍ସ, ୨୦୧୮ ଓ ୨୦୨୨ କମନୱେଲଥରେ ଗୋଲ୍ଡ ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ରେସଲର୍‌ ବଜରଙ୍ଗ ପୁନିଆ। ସେହିପରି ଟୋକିଓ ଅଲିମ୍ପିକ୍ସ ଗେମ୍ସରେ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଗତ ନିର୍ବାଚନ ପୂର୍ବରୁ ରେସନଲର ଭିନେଶ ଫୋଗାଟ୍‌ଙ୍କ ସହ ବଜରଙ୍ଗ କଂଗ୍ରେସରେ ସାମିଲ ହୋଇଥିଲେ।

Bajrang Punia NADA Wrestler Bajrang Punia Ban