Advertisment

ରେସଲିଂରେ ଶେଷ ସ୍ୱର୍ଣ୍ଣ ଆଶା ବି ମଉଳିଲା, ସେମିରେ ହାରିଲେ ବଜରଙ୍ଗ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଇଭେଣ୍ଟରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ଆଶା ମଉଳିଯାଇଛି। ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି। ବଜରଙ୍ଗଙ୍କ ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିବାର ଯେଉଁ ଆଶା ଥିଲା, ତାହା ଶେଷ ହୋଇଯାଇଛି। ଏହା ପୂର୍ବରୁ ଗୁରୁବାର ରବି କୁମାର ଦହିୟା […]

ରେସଲିଂରେ ଶେଷ ସ୍ୱର୍ଣ୍ଣ ଆଶା ବି ମଉଳିଲା, ସେମିରେ ହାରିଲେ ବଜରଙ୍ଗ

bajrang-punia

Advertisment

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂ ଇଭେଣ୍ଟରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ଆଶା ମଉଳିଯାଇଛି। ପୁରୁଷ ୬୫ କେଜି ଫ୍ରିଷ୍ଟାଇଲ୍ ସେମିଫାଇନାଲରେ ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି। ବଜରଙ୍ଗଙ୍କ ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ରେସଲିଂରେ ସ୍ୱର୍ଣ୍ଣ ପଦକ ଜିତିବାର ଯେଉଁ ଆଶା ଥିଲା, ତାହା ଶେଷ ହୋଇଯାଇଛି।

Advertisment

ଏହା ପୂର୍ବରୁ ଗୁରୁବାର ରବି କୁମାର ଦହିୟା ଫାଇନାଲରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ସେମିରେ ହାରିଥିବା ବଜରଙ୍ଗ ଏବେ ବ୍ରୋଞ୍ଜ ପଦକ ଲଢ଼ିବେ, ଯେଉଁଥିରେ ତାଙ୍କ ସାମ୍ନା ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଗାଦଜିମୁରାଦ ରଶିଦୋଭଙ୍କ ସହ ହେବ।

ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ରେସଲର୍ ନିରାଶ କରିଥିଲେ। ଆରମ୍ଭରୁ ବଜରଙ୍ଗ ଗୋଟିଏ ପଏଣ୍ଟ ହାସଲ କରିନେଇଥିଲା। କିନ୍ତୁ ଏହା ପରେ ଆଜରବାଇଜନ୍ ପ୍ରତିଦ୍ୱନ୍ଦ୍ୱୀ ଲଗାତର ଦୁଇ ପଏଣ୍ଟ ଲେଖାଏ ହାସଲ କରିନେଇଥିଲା। ଏଥିସହ ପ୍ରଥମ ପିରିୟଡ୍ ଶେଷ ସୁଦ୍ଧା ହାଜି ଅଲିୟେଭ ୪-୧ରେ ଆଗୁଆ ରହିଥିଲେ।

Advertisment

ଦ୍ୱିତୀୟ ପିରିୟଡରେ ହାଜି ତୁରନ୍ତ ୪ ପଏଣ୍ଟ ସହ ୮-୧ର ବଡ଼ ଲିଡ୍ ହାସଲ କରିଥିଲେ। ଏହା ପରେ ବଜରଙ୍ଗ ଅତ୍ୟଧିକ ରକ୍ଷଣାତ୍ମକ ହୋଇପଡ଼ିଥିଲେ, ଯେଉଁ କାରଣରୁ ତାଙ୍କ ପକ୍ଷେ ମ୍ୟାଚକୁ କମବ୍ୟାକ୍ କରିବା ସମ୍ଭବ ହୋଇନଥିଲା। ଫାଇନାଲ୍ ହୁଇସିଲ୍ ବାଜିବା ସୁଦ୍ଧା ହାଜି ୧୨-୫ରେ ମୁକାବିଲାକୁ ଜିତି ନେଇଥିଲେ।

ବଜରଙ୍ଗ ପ୍ରି-କ୍ୱାର୍ଟର୍ ଫାଇନାଲରେ କିର୍ଗିଜସ୍ତାନର ଏର୍ନାଜର ଅକମାତାଲିଏଭଙ୍କୁ ହରାଇଥିବା ବେଳେ କ୍ୱାର୍ଟର୍ ଫାଇନାଲରେ ଇରାନରୀ ମୋର୍ତେଜା ଘିଆସି ଚେକାଙ୍କୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe