Advertisment

ରେସଲିଂରେ ଆରମ୍ଭରୁ ଝଟକା, ପ୍ରଥମ ରାଉଣ୍ଡରୁ ସୋନମ୍ ଆଉଟ୍

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ରେସଲିଂରେ ମଇଦାନକୁ ଓହ୍ଲାଇଛି। କିନ୍ତୁ ଆରମ୍ଭରୁ ଭାରତକୁ ଝଟକା ଲାଗିଛି। ଭାରତର ଯୁବ ମହିଳା ରେସଲର୍ ସୋନମ ମଲିକ୍ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ସୋନମ ୬୨ କେଜି ବର୍ଗର ପ୍ରଥମ ରାଉଣ୍ଡରେ ମଙ୍ଗୋଲିଆର ବୋଲୋରତୁୟା ଖୁରେଲଖୁଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ୧୯ ବର୍ଷୀୟା ସୋନମ ଦୁଇ ‘ପୁଶ୍-ଆଉଟ୍’ ପଏଣ୍ଟ ସହ ୨-୦ରେ ଆଗୁଆ ଥିଲେ। କିନ୍ତୁ ଏସିଆନ ଚାମ୍ପିୟନଶିପ୍ ରୌପ୍ୟ ପଦକ […]

ରେସଲିଂରେ ଆରମ୍ଭରୁ ଝଟକା, ପ୍ରଥମ ରାଉଣ୍ଡରୁ ସୋନମ୍ ଆଉଟ୍

sonam-malik

Advertisment

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ରେସଲିଂରେ ମଇଦାନକୁ ଓହ୍ଲାଇଛି। କିନ୍ତୁ ଆରମ୍ଭରୁ ଭାରତକୁ ଝଟକା ଲାଗିଛି। ଭାରତର ଯୁବ ମହିଳା ରେସଲର୍ ସୋନମ ମଲିକ୍ ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ସୋନମ ୬୨ କେଜି ବର୍ଗର ପ୍ରଥମ ରାଉଣ୍ଡରେ ମଙ୍ଗୋଲିଆର ବୋଲୋରତୁୟା ଖୁରେଲଖୁଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।

Advertisment

ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ୧୯ ବର୍ଷୀୟା ସୋନମ ଦୁଇ ‘ପୁଶ୍-ଆଉଟ୍’ ପଏଣ୍ଟ ସହ ୨-୦ରେ ଆଗୁଆ ଥିଲେ। କିନ୍ତୁ ଏସିଆନ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଖୁରେଲଖୁ ଭାରତୀୟ ରେସଲରଙ୍କୁ ଆଟାକ୍ କରି ଦୁଇ ପଏଣ୍ଟ ହାସଲ କରି ସ୍କୋରକୁ ୨-୨-ରେ ବରାବର କରିଥିଲେ। ଶେଷ ପର୍ଯ୍ୟନ୍ତ ସ୍କୋର ୨-୨ରେ ରହିଥିଲା, କିନ୍ତୁ ମଙ୍ଗୋଲିଆ ରେସଲର୍ ଶେଷ ପଏଣ୍ଟ ସଂଗ୍ରହ କରିଥିବାରୁ ବିଜେତା ଘୋଷିତ ହୋଇଥିଲେ।

ଯଦି ବୋଲୋରତୁୟା ଫାଇନାଲରେ ପହଞ୍ଚିଥାନ୍ତେ, ତାହେଲେ ସୋନମ ପାଖରେ ରିପିଚେଜ୍ ରାଉଣ୍ଡରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥାନ୍ତେ। କିନ୍ତୁ ଖୁରେଲଖୁ କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ତୟବେ ମୁସ୍ତଫା ୟୁସେନଙ୍କ ଠାରୁ ହାରି ଯାଇଥିଲେ। ଯେଉଁ କାରଣରୁ ସୋନମଙ୍କର ସବୁ ଆଶା ଧୂଳିସାତ୍ ହୋଇଯାଇଥିଲା।

Advertisment

ନିୟମ ଅନୁଯାୟୀ, ଯେଉଁ ରେସଲର୍ ପ୍ରି-କ୍ୱାର୍ଟର୍ ଫାଇନାଲ କିମ୍ବା କ୍ୱାର୍ଟର ଫାଇନାଲରେ ପରାସ୍ତ ହୁଅନ୍ତି, ସେମାନଙ୍କୁ ରିପିଚେଜ୍ ରାଉଣ୍ଡରେ ଖେଳିବା ପାଇଁ ସୁଯୋଗ ମିଳିଥାଏ। କିନ୍ତୁ ଏଥିପାଇଁ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଫାଇନାଲରେ ପହଞ୍ଚିବାକୁ ପଡ଼ିବ। ରିପିଚେଜ୍ ରାଉଣ୍ଡର ବିଜେତା ସେମିଫାଇନାଲରେ ହାରିଥିବା ରେସଲରଙ୍କୁ ବ୍ରୋଞ୍ଜ ପଦକ ମୁକାବିଲାରେ ଭେଟିବେ। ସୋନମ ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ରେସଲିଂରେ ମ୍ୟାଟକୁ ଓହ୍ଲାଇଥିଲେ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe