ରେସଲିଂ ସେମିରେ ଦୀପକ ଓ ରବି କୁମାର

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଦାହିୟା ଓ ଦୀପକ ପୁନିଆ ନିଜ ନିଜର ଓଜନ ବର୍ଗର ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି। ତେବେ ମହିଳା ରେସଲିଂରେ ଅଂଶୁ ମଲିକ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ହାରିଯାଇଛନ୍ତି। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ […]

ravi-kumar-dahiya-and-deepa

Ranjit Kumar Jena
  • Published: Wednesday, 04 August 2021
  • , Updated: 04 August 2021, 01:11 PM IST

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ରେସଲିଂରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଭାରତର ଦୁଇ ଯୁବ ରେସଲର୍ ରବି କୁମାର ଦାହିୟା ଓ ଦୀପକ ପୁନିଆ ନିଜ ନିଜର ଓଜନ ବର୍ଗର ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି। ତେବେ ମହିଳା ରେସଲିଂରେ ଅଂଶୁ ମଲିକ୍ ପ୍ରି-କ୍ୱାର୍ଟର୍ ଫାଇନାଲରେ ହାରିଯାଇଛନ୍ତି।

ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ରବି କୁମାର କ୍ୱାର୍ଟର୍ ଫାଇନାଲରେ ବୁଲଗେରିଆର ଜର୍ଜି ଭାଲେଣ୍ଟିନୋଭ୍ ଭାଙ୍ଗେଲୋଭଙ୍କୁ ୧୪-୪ ପଏଣ୍ଟରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ରବି କୁମାର ପ୍ରି-କ୍ୱାର୍ଟର୍ ଫାଇନାଲରେ କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରୋସ୍ ଅର୍ବାନୋଙ୍କୁ ୧୩-୨ ପଏଣ୍ଟରେ ହରାଇଥିଲେ। ସେମିରେ ରବି କୁମାରଙ୍କ ସାମ୍ନା କଜାଖସ୍ତାନର ନୁରିସ୍ଲାମ ସାନାୟେଭଙ୍କ ସହ ହେବ।

ସେହିପରି ପୁରୁଷ ୮୬ କେଜି ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଦୁନିଆର ତିନି ନମ୍ବର ରେସଲର୍ ତଥା ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଦୀପକ ପୁନିଆ ୬-୩ ପଏଣ୍ଟରେ ଚାଇନାର ଜୁଶେନ୍ ଲିନଙ୍କୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଦୀପକ ପ୍ରି-କ୍ୱାର୍ଟର୍ ଫାଇନାଲରେ ନାଇଜେରିଆର ଏକେରେକେମେ ଆଗିଓମୋରଙ୍କୁ ଏକତରଫା ଭାବେ ୧୨-୧ ପଏଣ୍ଟରେ ପରାସ୍ତ କରିଥିଲେ। ଦୀପକ ସେମିଫାଇନାଲରେ ଆମେରିକାର ଡେଭିଡ୍ ମୋରିସଙ୍କୁ ଭେଟିବେ।

ଅନ୍ୟପକ୍ଷରେ ମହିଳା ୫୭ କେଜି ଫ୍ରିଷ୍ଟାଇଲରେ ଭାରତର ଅଂଶୁ ବେଲାରୁଷର ଇରିନା କୁରାଚକିନାଙ୍କ ନିକଟରୁ ୨-୮ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଅଂଶୁଙ୍କ ପାଖରେ ରିପିଚେଜ୍ ରାଉଣ୍ଡରେ ଲଢ଼ିବାର ସୁଯୋଗ ରହିଛି। କିନ୍ତୁ ଏଥିପାଇଁ ବେଲାରୁଷର ଇରିନାଙ୍କୁ ଫାଇନାଲରେ ପହଞ୍ଚିବାକୁ ପଡ଼ିବ। ଇରିନା କ୍ୱାର୍ଟର୍ ଫାଇନାଲରେ ରୁଷିଆନ ଅଲିମ୍ପିକ୍ କମିଟିର ଭାଲେରିଆ କୋଭଲୋଭାଙ୍କୁ ୬-୩ରେ ହରାଇ ସେମିରେ ପହଞ୍ଚି ସାରିଛନ୍ତି।

Related story