Advertisment

ଏସିଆନ ଗେମ୍ସକୁ ବୟକଟ କରିବାର ଧମକ ଦେଲେ ରେସଲର

ଯଦି ସେମାନଙ୍କ ଦାବି ପୂରଣ ନ ହେବ, ତା’ହେଲେ କୌଣସି ରେସଲର ଭାରତକୁ ଏସିଆନ ଗେମ୍ସରେ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ସେମାନେ କହିଛନ୍ତି।

Sakshi Malik

Sakshi Malik

Advertisment

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ ଚଳିତ ବର୍ଷ ହେବାକୁ ଥିବା ଏସିଆନ ଗେମ୍ସକୁ ବୟକଟ କରିବାକୁ ଧମକ ଦେଇଛନ୍ତି। ଯଦି ସେମାନଙ୍କ ଦାବି ପୂରଣ ନ ହେବ, ତା’ହେଲେ କୌଣସି ରେସଲର ଭାରତକୁ ଏସିଆନ ଗେମ୍ସରେ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ସେମାନେ କହିଛନ୍ତି।

Advertisment

୨୦୧୬ ରିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ସାକ୍ଷୀ ମଲିକ କହିଛନ୍ତି, “ଆମେ ଉଠାଇଥିବା ଦାବି ଓ ଭୋଗୁଥିବା ସମସ୍ୟା ସମାଧାନ ହେବା ପରେ ହିଁ ଆମେ ଏସିଆନ ଗେମ୍ସରେ ଭାଗ ନେବୁ। ଯଦି ଆମର ଦାବି ପୂରଣ ନ ହେବ, ତା’ହେଲେ ଏସିଆନ ଗେମ୍ସରେ ଆମେ ଭାଗ ନେବୁ ନାହିଁ। ପ୍ରତିଦିନ ଆମେ କେଉଁଭଳି ଭାବେ ମାନସିକ ସ୍ଥିତି ମଧ୍ୟରେ ଗତି କରୁଛୁ, ସେକଥା ଆପଣମାନେ ବୁଝି ପାରିବେ ନାହିଁ।

ସାକ୍ଷୀ ଓ ବଜରଙ୍ଗ ପୁନିଆଙ୍କ ସହ ଆନ୍ଦୋଳନ କରୁଥିବା ଅନ୍ୟ ରେସଲରମାନେ ଆଜି ହରିଆଣାର ସୋନିପତରେ ଅନୁଷ୍ଠିତ ଖାପ ନେତାଙ୍କ ମହାପଞ୍ଚାୟତରେ ଯୋଗ ଦେଇଥିଲେ। ଏହାପରେ ସାକ୍ଷୀ ଏସିଆନ ଗେମ୍ସ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, “ମୁଁ ଆପଣମାନଙ୍କୁ ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହୁଁଛି ଯେ ମୁଁ, ବଜରଙ୍ଗ ଓ ଭିନେଶ(ଫୋଗଟ) ଏକ ଓ ଆମେ ଏକ ହୋଇ ରହିବୁ।”

Advertisment

ବୁଧବାର ରେସଲରମାନଙ୍କ ସହ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ୫ ଘଣ୍ଟା ଧରି ଆଲୋଚନା କରିଥିଲେ। ଏହି ସମୟରେ ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଜୁନ ୧୫ ସୁଦ୍ଧା ସରିବ ଓ ଜୁନ ୩୦ ସୁଦ୍ଧା କୁସ୍ତି ମହାସଂଘକୁ ନୂଆ ସଭାପତି ମିଳିବେ ବୋଲି ଶ୍ରୀ ଠାକୁର ଲିଖିତ ଭାବେ ପ୍ରସ୍ତାବ ରେସଲରମାନଙ୍କୁ ଦେଇଥିଲେ। ତେବେ ବ୍ରିଜ ଭୂଷଣଙ୍କ ଗିରଫଦାରୀ ପ୍ରସଙ୍ଗରେ କିଛି ବହି କହିଥିଲେ।

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ରେସଲରମାନେ ଆସନ୍ତା ୧୫ ତାରିଖ ଯାଏ ସେମାନଙ୍କ ଆନ୍ଦୋଳନକୁ ବନ୍ଦ ରଖିଛନ୍ତି। ୧୫ ତାରିଖ ପରେ ସେମାନେ ବୈଠକ କରିବେ ଓ ଏହାପରେ କେଉଁଠୁ ଆନ୍ଦୋଳନ ଆରମ୍ଭ କରିବେ, ତା’ର ନିଷ୍ପତ୍ତି ନେବେ ବୋଲି ସାକ୍ଷୀ କହିଛନ୍ତି।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe