Advertisment

ରେସଲରଙ୍କ ଯୌନ ନିର୍ଯାତନା ଅଭିଯୋଗ: କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖି ସଫେଇ ଦେଲା କୁସ୍ତି ମହାସଂଘ

କୁସ୍ତି ମହାସଂଘ ଓ ଏହାର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧରେ ଦେଶର ଷ୍ଟାର ରେସଲରମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Wrestling

Wrestling

Advertisment

କୁସ୍ତି ମହାସଂଘ ଓ ଏହାର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ବିରୋଧରେ ଦେଶର ଷ୍ଟାର ରେସଲରମାନେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ ୭ ଜଣିଆ କମିଟି ଗଠନ କରିଛି। ତଦନ୍ତ କମିଟି ଗଠନ ହେବା ପରେ ରେସଲରମାନେ ଆନ୍ଦୋଳନରୁ ଓହରିଛନ୍ତି।

Advertisment

ତେବେ ଏସବୁ ଭିତରେ ଆଜି କୁସ୍ତି ମହାସଂଘ ପକ୍ଷରୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଚିଠି ଲେଖି ସଫେଇ ଦିଆଯାଇଛି। ଏଥିରେ ସଂଘ କହିଛି ଯେ ରେସଲରମାନେ ଆଣିଥିବା ଅଭିଯୋଗକୁ ଗୁରୁତ୍ୱର ସହ କେହି ନିଅନ୍ତୁ ନାହିଁ। କାରଣ ସେମାନେ ବ୍ୟକ୍ତିଗତ ସ୍ୱାର୍ଥ, ପୂର୍ବାଗ୍ରହ ଓ ବ୍ୟାପକ ଷଡ଼ଯନ୍ତ୍ର କରିଛନ୍ତି। କେବଳ ସଂଘ ଓ ଏହାର ସଭାପତିଙ୍କୁ ଫସାଇବା ପାଇଁ ବିକ୍ଷୋଭକାରୀ ଏପରି ନାଟକ କରୁଥିବା ଚିଠିରେ ଦାବି କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁସ୍ତି ମହାସଂଘ ରେସଲରମାନେ ବର୍ତ୍ତମାନ କରୁଥିବା ବିକ୍ଷୋଭର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ୨୦୨୩ରେ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ହେବ। ଠିକ ଏହି ସମୟରେ ହିଁ ସେମାନେ ବିକ୍ଷୋଭ କରୁଛନ୍ତି। ତେଣୁ ଏହା ପଛରେ ଥିବା ଉଦ୍ଦେଶ୍ୟକୁ ମଧ୍ୟ ବୁଝିବାକୁ ପଡ଼ିବ।

Advertisment

ଆନ୍ଦୋଳନକାରୀ ରେସଲରମାନେ ଗୋଟିଏ ଗଭୀର ଓ ବଡ଼ ଷଡ଼ଯନ୍ତ୍ରର ଅଂଶବିଶେଷ ଭାବେ କାମ କରୁଛନ୍ତି। ଧାରଣାରେ ବସି ଆନ୍ଦୋଳନକାରୀ/ ରେସଲରମାନେ ଯେଉଁଭଳି ନିଜ ଅଭିଯୋଗ ରଖୁଛନ୍ତି ଓ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେଥିରୁ ସ୍ପଷ୍ଟ ହେଉଛନ୍ତି ଯେ ଏହା ପଛରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷଙ୍କ ଷଡ଼ଯନ୍ତ୍ର ରହିଛି।

କିଛି ଦୁର୍ବଳ ରେସଲରଙ୍କ ଉପରେ ଚାପ ପକାଇ ଏପରି କରାଯାଉଛି। ଏଥିସହ କୁସ୍ତି ମହାସଂଘ, ଏହାର ସଭାପତି ଓ କୋଚମାନଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ କିଛି ରେସଲର ନିଜର ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସେହିପରି ମହାସଂଘ ଯୌନ ନିର୍ଯାତନା ଅଭିଯୋଗକୁ ଅମୂଳକ ଓ ଭିତ୍ତିହୀନ ବୋଲି କହିଛି।

ଯୌନ ନିର୍ଯାତନା କମିଟି ସମ୍ପର୍କରେ ସବୁ ତଥ୍ୟ କୁସ୍ତି ମହାସଂଘର ୱେବସାଇଟରେ ରହିଛି। ଅଭିଯୋଗକାରୀ ରେସଲର କମିଟି ସହ ଯୋଗାଯୋଗ କରିପାରିବେ। କୌଣସି ଯୌନ ନିର୍ଯାତନା ଅଭିଯୋଗର ପ୍ରମାଣ ମିଳିନାହିଁ। ତେଣୁ ଏହା ଷଡ଼ଯନ୍ତ୍ର ଛଡ଼ା ଆଉ କିଛି ନୁହେଁ। ପ୍ରମାଣ ନଥାଇ ମିଡିଆ ଓ ଦେଶବାସୀଙ୍କ ଆଗରେ କୁସ୍ତି ମହାସଂଘକୁ ଅପମାନିତ କରାଯାଇଛି। କୁସ୍ତି ମହାସଂଘ ସାମ୍ବିଧାନିକ ପ୍ରକ୍ରିୟାରେ କାର୍ଯ୍ୟରତ। ଏଠାରେ କୌଣସି ପ୍ରକାରର ଅନିୟମିତତା ହୋଇ ନଥିବା ସଂଘ କହିଛି।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe